• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ର ସରକାରଙ୍କ ହିଟ୍-ଆଣ୍ଡ-ରନ୍ ଆକ୍ଟକୁ ନେଇ ଗାଡ଼ି ମାଲିକ ଓ ଡ୍ରାଇଭର ସଂଘର ବିରୋଧ ପ୍ରଦର୍ଶନ । ଉତ୍ତର ପ୍ରଦେଶ ଠାରୁ ଆରମ୍ଭ କରି ସାରା ଦେଶରେ ଚକା ଜାମ୍ । ଜାତୀୟ ରାଜପଥ ଉପରେ ବସ୍, ଟ୍ରକ୍ ରଖି ବିରୋଧ ପ୍ରର୍ଦଶନ କରାଯାଉଛି ।

  2. ମନଇଚ୍ଛା ଆଇସିୟୁରେ ଆଡମିଶନ୍‌‌ ଉପରେ ଅଙ୍କୁଶ ଲାଗିବ। କେବଳ ଅତି ଗୁରୁତର ରୋଗୀଙ୍କୁ ଆଇସିୟୁରେ ଆଡମିଶନ୍‌‌ କରାଯାଇ ପାରିବ। ସେହିପରି ଆଇସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଡିସ୍‌ଚାର୍ଜ କରିବା ସମୟରେ ମଧ୍ୟ ଧାର୍ଯ୍ୟ ନିୟମର ପାଳନ କରିବା ଜରୁରୀ ହେବ।

  3. ରାମଲାଲାଙ୍କ ମନ୍ଦିରକୁ ଏମିତିରେ ଦିବ୍ୟ ଓ ଭବ୍ୟ କୁହାଯାଉ ନାହିଁ। ୭୦.୫ ଏକର ପରିମିତ ଜମିରେ ନିର୍ମିତ ମନ୍ଦିରରେ ୪୪ଟି ଦ୍ୱାର ରହିବ। ସେଥିମଧ୍ୟରୁ ୧୮ଟି ଦ୍ବାରରେ କବାଟ ଲାଗିବ। ୧୪ଟି କବାଟରେ ସୁନାଛାଉଣି ହେବ।

  4. ୨୦୨୪ ନୂଆବର୍ଷ ଦିନ ଜାପାନରେ ଅନୁଭୂତ ହୋଇଥିବା ୭.୬ ତୀବ୍ରତାର ଭୂକମ୍ପ ଓ ପରେପରେ ଅଦ୍ୟାବଧି ଅନୁଭୂତ ହୋଇଥିବା ପ୍ରାୟ ୧୫୫ଟି ଭୂକମ୍ପରେ ପ୍ରାୟ ୫୦ ଲୋକଙ୍କ ମୃତ୍ୟୁ ଘଟିବା ସହ ବହୁ ଲୋକ ଆହତ ହୋଇଛନ୍ତି ଏବଂ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି।

  5. ଭାରତର ମୋଷ୍ଟ୍‌ ୱାଣ୍ଟେଡ଼ ପାକିସ୍ତାନୀ ଆତଙ୍କବାଦୀ ମୌଲାନା ମସୁଦ ଆଝାର ବୋମା ବିସ୍ଫୋରଣରେ ପ୍ରାଣ ହରାଇଛି। ଏଭଳି ଏକ ପୋଷ୍ଟ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

  6. ସ୍ୱାମୀଙ୍କ ବିରୋଧରେ ବ୍ୟଭିଚାର ସଂପର୍କର ଭିତ୍ତିହୀନ ଅଭିଯୋଗ ଆଣିବା ଏବଂ ସାର୍ବଜନୀନ ସ୍ଥାନରେ ତାଙ୍କୁ ଜଣେ ଲମ୍ପଟ ଭାବେ ଚିତ୍ରିତ କରିବା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି।

  7. ମନି ଲଣ୍ଡରିଂ ମାମଲାରେ ଫସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କୌଣସି ମୂହୁର୍ତ୍ତରେ ଗିରଫ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ବାରମ୍ବାର ସମନ ପଠାଯିବା ପରେ ସେ ହାଜର ହେଉନଥିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ସେ ଗିରଫ ହେଲେ ପତ୍ନୀ କଳ୍ପନା ସୋରେନଙ୍କୁ ଦାୟିତ୍ବ ଦେଇ ଜେଲକୁ ଯିବେ ବୋଲି କିଛି ଦିନ ହେବ ଚର୍ଚ୍ଚା ଚାଲିଛି।

  8. ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍‌ ଆଣ୍ଡ ରନ୍‌ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍‌ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି।

  9. ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ଆଦାନି-ହିଣ୍ଡେନବର୍ଗ ମାମଲାର ରାୟ ପ୍ରକାଶ କରିବେ। ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌ ବିରୋଧରେ ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଣିଥିବା ଗମ୍ଭୀର ଅଭିଯୋଗଗୁଡ଼ିକର ତଦନ୍ତ କୋର୍ଟଙ୍କ ତତ୍ତ୍ବାବଧାନରେ କରିବା ଲାଗି ବହୁ ଆବେଦନ କରାଯାଇଥିଲା।

  10. ଓୟୋ କମ୍ପାନିର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ କହିଛନ୍ତି, ‘ଆମ ଟିମକୁ ଡିସେମ୍ବର ୩୧ ତାରିଖରେ ଏକ ସ୍ବତନ୍ତ୍ର  ସୂଚନା ମିଳିଛି। ଅଧିକାଂଶଲୋକ ୨୦୨୪ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରହିବା ପାଇଁ  ରୁମ ସର୍ଚ୍ଚ କରୁଛନ୍ତି। ଏହି ଗ୍ରାହକଙ୍କ ସଂଖ୍ୟା ୮୦ ପ୍ରତିଶତକୁ ବୃଦ୍ଧି ପାଇଛି।

  11. ନୂଆବର୍ଷ ୨୦୨୪ ଫୁଡ ଡେଲିଭରି ଆପ ଜୋମାଟୋ ପାଇଁ ସ୍ବତନ୍ତ୍ର ରହିଛି। ଏହି ଆପ ନୂଆବର୍ଷରେ ଅର୍ଡର ନୂଆ ରେକର୍ଡ ସୃଷ୍ଟି କରିଥିବ‌ା ବେଳେ ଡେଲିଭରି ପାର୍ଟନରଙ୍କୁ ପାଖାପାଖି ୯୭ଲକ୍ଷ ଟଙ୍କାର ଟିପ୍ସ ବି ମିଳିଛି।

  12. ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଚାରି ବର୍ଷ ପୂରଣ କରିଛି। ଏହି ଅବସରରେ ରାଞ୍ଚିରେ ଆୟୋଜିତ ଏକ ସମାରୋହରେ ଶ୍ରୀ ସୋରେନ ୪୫୪୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ୩୪୩ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି।

  13. ଗତବର୍ଷ ଡି‌ସେମ୍ବରରେ ଓଡ଼ିଶାରେ ୪୩୫୧ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ହୋଇଛି।

  14. ଦେଶରେ ମୋଟ ୩୧୨ ଜଣ କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସେଥିରୁ ୪୭ ପ୍ରତିଶତ କେରଳରୁ ବୋଲି ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଜଣାପଡ଼ିଛି।

  15. ଦେଶରେ ଜାତୀୟ ରକ୍ତହୀନତା ବିଲୋପ ଅଭିଯାନ ଅଧୀନରେ ୧ କୋଟିରୁ ଅଧିକ ଲୋକଙ୍କ ରକ୍ତ ପରୀକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

  16. ଏଣିକି ଆଡମିଶନବେଳେ ପିଲାଦେବେ ନିଶାମୁକ୍ତି ଘୋଷଣାନାମା। ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନାମଲେଖାବେଳେ ପିଲାମାନେ ଏନେଇ ଘୋଷଣାନାମା ବା ଡିକଲାରେଶେନ ଦାଖଲ କରିବେ।

  17. ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ସେ ଏହି ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି।

  18. ଦିଲ୍ଲୀର ୩ଟି ରାଜ୍ୟସଭା ଆସନ ଏବଂ ସିକ୍କିମରୁ ଗୋଟିଏ ଆସନ ନିମନ୍ତେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯାଇପାରିବ ଏବଂ ଜାନୁଆରୀ ୧୯ରେ ମତଦାନ ଗ୍ରହଣ କରାଯିବ।

  19. ଡକ୍ଟର ମାଣ୍ଡବ୍ୟ ନବୀକରଣ ହୋଇଥିବା ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ସେ ଆସାମରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ଆଞ୍ଚଳିକ ଶାଖା ଏବଂ ହରିୟାଣା, ତାମିଲନାଡୁ, କର୍ଣ୍ଣାଟକ, ଓଡିଶା, ପଶ୍ଚିମବଙ୍ଗ ଏବଂ ମିଜୋରାମରେ ୬ଟି ରାଜ୍ୟ ଶାଖା ପାଇଁ ଶିଳାନ୍ୟାସ କରିଛନ୍ତି।

  20. ଅଷ୍ଟ୍ରେଲିଆ ମହିଳା କ୍ରିକେଟ ସିରିଜ ବିଜୟୀ ହୋଇଛି। ଆଜି ମୁମ୍ବାଇର ୱାନଖଡେ ଷ୍ଟାଡିଅମରେ ଅନୁଷ୍ଠିତ ତୃତୀୟ ଏକ ଦିବସୀୟରେ ଅଷ୍ଟ୍ରେଲିଆ ୧୯୦ ରନରେ ଭାରତକୁ ପରାସ୍ତ କରିଛି। ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ୫୦ ଓଭରରେ ୭ ଉଇକେଟ ହରାଇ ଅଷ୍ଟ୍ରେଲିଆ ୩୩୮ ରନ ସ୍କୋର କରିଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.