• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌ ।  ଏ ନେଇ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦିଆଯାଇଛି ।  ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି , ମୟୂରଭଞ୍ଜ ଜିଲ୍ଲାର କାଇ ଚଟଣୀ , ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌, କେନ୍ଦ୍ରାପଡ଼ାର ରସାବଳୀ, କୋରାପୁଟର କଳାଜିରା ଧାନ ଓ ଲାଞ୍ଜିଆ ସଉରା ଚିତ୍ରକଳାକୁ ଭୌଗଳିକ ସଂକେତ ଟ୍ୟାଗ୍‌ ମାନ୍ୟତା ମିଳିଛି।

  2. ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ଘଟିଥିବା ବେଳେ ୧୭୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।

  3. ଆରମ୍ଭ ହେବ ଯୁକ୍ତ ଦୁଇ କଲେଜରେ NEET ଓ JEE କୋଚିଂ।  ଭର୍ଚୁଆଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇବେ କୋଚିଂ। ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ କୋଚିଂ ।

  4. କମିଶନରେଟ ପୁଲିସ ହାତରେ ତିନ୍ ପାହାଡି ଗ୍ୟାଙ୍ଗ। ୮ଜଣଙ୍କୁ ବାନ୍ଧିଲା କମିଶନରେଟ ପୁଲିସ। ସବୁ ଡକାୟତ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ମୋ ବସ୍ ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ଲୁଟପାଟ୍ କରୁଥିଲେ।

  5. ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ। ଷ୍ଟାଇପେଣ୍ଡ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନର୍ସିଂ, ଫାର୍ମାସୀ ଓ ଆଲାଏଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ଡି.ଫାର୍ମା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୨୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଏଏନଏମଙ୍କ ଷ୍ଟାଇପେଣ୍ଡ ୧ ହଜାରରୁ ୨ହଜାର, ବିଏସସି ନର୍ସିଂ(ଇଣ୍ଟର୍ନସିପ) ଷ୍ଟାଇପେଣ୍ଡ ୨୫୦୦ରୁ ୫ହଜାର, ଏମ.ଫିଲ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୭ହଜାରରୁ ୧୦ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

  6. ନୂଆବର୍ଷରେ କୁନୋ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ନାମିତ ଚିତା ‘ଆଶା’ ତିନୋଟି ଛୁଆଙ୍କୁ ଜନ୍ମ ଦେଇଛି। ଭାରତୀୟ ଜଳବାୟୁରେ ବିଲୁପ୍ତ ଚିତାଙ୍କ ବଂଶବୃଦ୍ଧି ନେଇ ଆଶାର ସଂଚାର କରିଛି ‘ଆଶା’।

  7. ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ତାରିଖ ପାଖେଇ ଆସିଲାଣି। ରାମଲାଲାଙ୍କ ଉଦ୍ଦେଶ୍ୟରେ କିଏ ବିଶାଳ ଧୂପକାଠି ପ୍ରସ୍ତୁତ କରୁଛି ତ ଆଉ କିଏ ସୁନାର କଲମ, ସୁନ‌ାର ଧନୁ ତୀର ଆଦି ତିଆରି କରୁଛନ୍ତି।

  8. ଶ୍ରୀ ରାଜପୁତ କରନି ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡ଼ିଙ୍କୁ ତାଙ୍କ ବାସଭବନରେ ନିର୍ମମ ଭାବେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଅଶୋକ ମେଘୱାଲକୁ ଗିରଫ କରାଯାଇଛି। ତାକୁ ଏନଆଇଏ ଗିରଫ କରିଛି ।

  9. କୁସ୍ତି ଜୀବନର ଏକ ମହତ୍ବପୂର୍ଣ୍ଣ ବର୍ଷ ନଷ୍ଟ ହୋଇଯାଇଥିବାରୁ ଏହାକୁ ବିରୋଧ କରି ‌ସ୍ଥାନୀୟ ଜନ୍ତରମନ୍ତରଠାରେ ଶହ ଶହ କନିଷ୍ଠ କୁସ୍ତିଯୋଦ୍ଧା ମେଳି ହୋଇଛନ୍ତି। ଏହି କୁସ୍ତିବିତ୍‌ମାନେ ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଆସିଛନ୍ତି।

  10. ଦୀର୍ଘ ୨୦ ମାସ ଧରି ଅପରିବର୍ତ୍ତିତ ରହିଥିବା ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟରେ ଆଗାମୀ ଦିନରେ କୌଣସି ହ୍ରାସ ହେବ ନାହିଁ। ବିଶ୍ବ ବଜାରରେ ଅଶୋଧିତ ତେଲ ଦାମ୍ କମିବା ଏବଂ ବିକ୍ରିରେ କଂପାନିଗୁଡ଼ିକ ଲାଭ କରୁଥିବା ସତ୍ତ୍ବେ ସାଧାରଣ ଖାଉଟିଙ୍କ ଲାଗି ପୂର୍ବ ଦର ବଳବତ୍ତର ରହିଛି।

  11. ଫୋର୍ବସ୍‌ ଅନୁସାରେ ୧୭ଟି ଋଣ ଆପ୍‌ ହେଉଛି ବିପଜ୍ଜନକ। ଏହି ଆପ୍‌ଗୁଡ଼ିକ ସହଜ ଓ ସୁବିଧାରେ ଋଣ ଦେବାର ପ୍ରତିଶ୍ରୁତି ଦେଇ ଲୋକମାନଙ୍କ ଗୋପନୀୟ ତଥ୍ୟ ଚୋରାଉଛନ୍ତି। ସେହି ଆପ୍‌ଗୁଡ଼ିକୁ ତୁରନ୍ତ ଫୋନ୍‌ରୁ ଡିଲିଟ୍‌ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

  12. ବିପଜ୍ଜନକ କୁହାଯାଉଥିବା ଋଣ ଆପ୍‌ଗୁଡ଼ିକ ହେଉଛି ଏଏ କ୍ରେଡିଟ୍, ଆମର୍ କ୍ୟାସ୍, ଗୁୟାବାକ୍ୟାସ, ଇଜିକ୍ରେଡିଟ୍‌, କ୍ୟାସ୍‌ୱାଓ, କ୍ରେଡିବସ୍‌, ଫ୍ଲାସ୍‌ଲୋନ୍, ପ୍ରେଷ୍ଟାମୋସ୍‌କ୍ରେଡିଟୋ, ପ୍ରେଷ୍ଟାମୋସ ଡି କ୍ରେଡିଟୋ-ୟୁମିକ୍ୟାସ, ଗୋ କ୍ରେଡିଟୋ, ଇଷ୍ଟାଣ୍ଟନିଓ, କାର୍ଟେରା ଗ୍ରାଣ୍ଡେ, ରାପିଡୋ କ୍ରେଡିଟୋ, ଫିନ୍‌ଅପ୍ ଲେଣ୍ଡିଂ, ୪ଏସ୍‌ କ୍ୟାସ୍, ଟ୍ରୁନାଇରା ଓ ଇଜି କ୍ୟାସ୍‌।ଯେଉଁମାନଙ୍କ ଫୋନ୍‌ରେ ଏଥିରୁ କୋଣସି ଗୋଟିଏ ବି ଆପ୍ ରହିଛି ତାହାକୁ ତୁରନ୍ତ ଡିଲିଟ୍‌ କରି ଡିଭାଇସ୍‌ର ପାସ୍‌ୱାର୍ଡ ବଦଳାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

  13. ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି।

  14. ୨୦୨୨-୨୩ରେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ୍‌ ବଣ୍ଡ୍‌ରୁ ଯେଉଁ ପାଣ୍ଠି ପାଇଛନ୍ତି, ସେଥିରୁ ଭାଜପା କେବଳ ୭୦% ଚାନ୍ଦା ପାଇଛି ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟ୍ରିକ ରିଫର୍ମର୍ସ(ଏଡିଆର୍‌) ପକ୍ଷରୁ ପ୍ରକାଶ ପାଇଛି।

  15. ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଇସ୍ତଫା ଦେବା ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି। ବର୍ତ୍ତମାନ ସେ ଇସ୍ତଫା ଦେବେ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

  16. ଗତ ୨୪ ଘଣ୍ଟାରେ ଦେଶରେ ୬୦୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସହିତ ସାରା ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୪୪୪୦ରେ ପହଞ୍ଚିଛି।

  17. ରାଜ୍ୟର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟରେ ଚଳିତ ମାସ ଶେଷ ସୁଦ୍ଧା ୧୦୬୫ଅଧ୍ୟାପକ ନିଯୁକ୍ତି ପାଇବେ।

  18. ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ) ପକ୍ଷରୁ ରାଜ୍ୟବାସୀଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି। ଭକ୍ତମାନଙ୍କୁ ପୁରୀ ନେବା ଆଣିବା, ପ୍ରତ୍ୟେକ ପଞ୍ଚାୟତରେ ପରିକ୍ରମା ପାର୍ବଣ ପାଳିବା ପାଇଁ ଅନୁଦାନ ପ୍ରଦାନ କରାଯାଇଛି

  19. ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଲକ୍ଷାଧିକ ଏକର ଜମି ଜଳସେଚିତ ହୋଇ ପାରିବ ଏବଂ ବଲାଙ୍ଗୀର ଜିଲ୍ଲାର ଦୁଇଟି ସହରାଞ୍ଚଳର ଲକ୍ଷାଧିକ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ।

  20. ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍‌ ଆଜିଠୁ ଖେଳାଯାଉଛି। ଭାରତୀୟ ବୋଲର ଏହି ମ୍ୟାଚ୍‌ରେ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।  ଭାରତୀୟ କ୍ରିକେଟ ଟିମର ଘାତକ ବୋଲିଂରେ ପ୍ରଥମ ପାଳିରେ ମାତ୍ର ୫୫ ରନରେ ଅଲଆଉଟ ହେଲା ଘରୋଇ ଦଳ ଦକ୍ଷିଣ ଆଫ୍ରିକା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.