• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ଅଛନ୍ତି ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ । ଏ ନେଇ  ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

  2. ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଂଚିଛି । ଖୁବଶୀଘ୍ର ଏହାର ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ।

  3. ହାତୀଗୁଡ଼ା ନିକଟ ଇନ୍ଦ୍ରାବତୀ ବ୍ରିଜ୍‌ ଉପରେ ଲକ୍ଷାଧିକ ଟଙ୍କା ସହ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀଙ୍କୁ ଭିଜିଲାନ୍ସ ଧରିଛି। ଫରେଷ୍ଟ ଗାର୍ଡ ବିନାୟକଙ୍କ ବାଇକରେ ୧ ଲକ୍ଷ ୫୩ ହଜାର ଟଙ୍କା ନେଇ ଯାଉଥିଲେ ।

  4. ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଚିଠି । ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠିରେ ଉଲ୍ଲେଖ ରହିଛି ।

  5. ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ଶିଶିର ସରସ-୨୦୨୪ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ଆୟୋଜନ ହେବାକୁ ଥିବା ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ଏହି ମେଳା ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ ।

  6. ନିର୍ବାଚନୀ ବର୍ଷରେ ଏଥର ବେତନଭୋଗୀ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଠାରୁ ଟିକସ ସ୍ଲାବ୍‌ରେ ରିଆତି ଆଶା କରୁଛନ୍ତି। ସୂଚନାନୁଯାୟୀ, ଏଥର ବେତନଭୋଗୀଙ୍କୁ ତୋଷୀକରଣ କରିବା ପାଇଁ କେନ୍ଦ୍ର ସରକାର କର ମୁକ୍ତ ଟିକସ ସ୍ଲାବ୍‌ ୭ରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି।

  7. ମୟୂରଭଞ୍ଜ ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ଖାଦ୍ୟ କାଇ ପିମ୍ପୁଡି ଚଟଣିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ । ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ସଫଳ ହୋଇଛି ।

  8. ଜାନୁଆରି ୧୪ ତାରିଖରୁ ଉତ୍ତର-ପୂର୍ବ ଭାରତରୁ ଆରମ୍ଭ ହେବାକୁ ଥିବା ‘ଭାରତ ନ୍ୟାୟ ଯାତ୍ରା’ର ନାମ ପରିବର୍ତ୍ତନ କରିଛି କଂଗ୍ରେସ। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ଏହି ପଦଯାତ୍ରାକୁ ଏବେ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ କୁହାଯିବ।

  9. ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ୍‌ରେ ହମାସର ଆତଙ୍କବାଦୀ ଆକ୍ରମଣ ଠାରୁ ଆରମ୍ଭ ହୋଇଥିବା ଇସ୍ରାଏଲ୍‌-ହାମାସ୍‌ ଯୁଦ୍ଧ ଆଜି ସୁଦ୍ଧା ୯୦ ଦିନ ଅତିବାହିତ ହୋଇଛି। ବୁଧବାର, ପଶ୍ଚିମ ଗାଜାର ଖାନ୍‌ ୟୁନିସ୍‌ର ଅଲ୍‌-ମାୱାସି ଉପରେ ହୋଇଥିବା ଇସ୍ରାଏଲ୍‌ର ରକେଟ୍‌ ମାଡ଼ରେ ୯ ଜଣ ଶିଶୁଙ୍କ ସହ ୧୪ଜଣଙ୍କ ମୃତ୍ୟୁ ଘଟିଛି।

  10. ବିଜେପିର ମିସନ ୨୦୨୪ରେ ତୃଣମୂଳସ୍ତରରୁ ଲୋକମାନଙ୍କୁ ଯୋଡ଼ିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବିଜେପିର ଶୀର୍ଷ ନେତୃତ୍ବ ‌ପ୍ରତ୍ୟେକ ଲୋକସଭା କ୍ଷେତ୍ରର ଲୋକମାନଙ୍କ ସହିତ ସିଧାସଳଖ ଯୋଡ଼ିହେବା ପାଇଁ ‘ମୋଦୀ ସମ୍ବାଦ କେନ୍ଦ୍ର’ ଖୋଲିବ।

  11. ୨୦୨୪ ନିର୍ବାଚନ ପାଇଁ ଏକଜୁଟ୍‌ ହେଉଛି କଂଗ୍ରେସ। ଦଳରେ ଅନେକ ନେତାଙ୍କୁ ସାମିଲ କରିବା ପାଇଁ ଯୋଜନା ଚାଲିଛି। ଏପରିକି ଯେଉଁମାନେ ଦଳରୁ ନିଲମ୍ବିତ ହୋଇଛନ୍ତି ସେମାନଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିବ।

  12. ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ କହିଛନ୍ତି କି, ‘ମୋଦୀ ଉଦଘାଟନ କରିବେ, ମୂର୍ତ୍ତି ସ୍ପର୍ଶ କରିବେ। ମୁଁ କ’ଣ ସେଠାରେ ତାଳି ବଜାଇ ଜୟଜୟକାର କରିବି। ମୋର ପଦର ବି ମର୍ଯ୍ୟାଦା ରହିଛି। ମୁଁ ସେଥିରେ ଆଞ୍ଚ ଆସିବାକୁ ଦେବି ନାହିଁ।  ରାମମନ୍ଦିର‌ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଶାସ୍ତ୍ର ଅନୁଯାୟୀ ହେବା ଆବଶ୍ୟକ। ଏମିତି ଆୟୋଜନରେ ମୋର ଯିବା କ’ଣ ଆବଶ୍ୟକ?

  13. ନିୟୁଜର୍ସି ଅନ୍ତର୍ଗତ ନେୱାର୍କ ନଗରୀରେ ଅବସ୍ଥିତ ଏକ ମସ୍‌ଜିଦ୍‌ ବାହାରେ ବୁଧବାର ସକାଳେ ଗୁଳି ଚୋଟ ଲାଗିଥିବା ଜଣେ ଇମାମ୍‌ଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ଆମେରିକୀୟ ସରକାରୀ କର୍ତ୍ତୃପକ୍ଷ ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’କୁ କହିଛନ୍ତି।

  14. ଜିଏସ୍‌ଏଟି-୨୦’ ନାମକ ଓଜନିଆ ଯୋଗାଯୋଗ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବା ଲାଗି ପ୍ରଥମ ଥର ପାଇଁ ‘ଇସ୍ରୋ’ ‘ସ୍ପେସ୍‌ଏକ୍ସ୍‌’ର ରକେଟ୍‌ ବ୍ୟବହାର କରିବ ବୋଲି ବୁଧବାର ଦିନ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ କହିଛି।

  15. ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଭାରତର ଖେଳଣା ଆମଦାନି ୫୨ ପ୍ରତିଶତ କମିଥିବା ବେଳେ ରପ୍ତାନି ୨୩୯ ପ୍ରତିଶତ ବଢ଼ିଛି। ଦେଶ ଭିତରେ ଖେଳଣା ଉତ୍ପାଦନ ବଢ଼ାଇବା ଉପରେ ସରକାର ଧ୍ୟାନ ଦେବାରୁ ୨୦୧୪ରୁ ୨୦୨୨ ମଧ୍ୟରେ ଖେଳଣା ନିର୍ମାଣକାରୀ କାରଖାନା ସଂଖ୍ୟା ଦ୍ବିଗୁଣିତ ହୋଇଛି।

  16. ଭାରତର ମୋଷ୍ଟଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ଙ୍କ ପରିବାର ନାଁରେ ମହାରାଷ୍ଟ୍ରର ରତ୍ନଗିରି ଜିଲାର ମୁମ୍ବାକେ ଗ୍ରାମରେ ଥିବା ୪ଟି ଚାଷଜମି ଶୁକ୍ରବାର ନିଲାମ ହେବ।

  17. ଭାଇସ୍‌ ଆଡମିରାଲ ଦିନେଶ ତ୍ରିପାଠୀ ଗୁରୁବାର ଦେଶର ନୌସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

  18. ଚଳିତ ବର୍ଷ ୯ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବ। ୬୮ ଆସନ ମଧ୍ୟରୁ ଦିଲ୍ଲୀର ୩ ଆସନ ଲାଗି ନିର୍ବାଚନ ଘୋଷଣା କରାଯାଇଛି।

  19. ନଭେମ୍ବର ୨୦୦୫ ପରେ ସେବାରେ ଯୋଗ ଦେଇଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ସ୍କିମ (ଓପିଏସ) ସୁବିଧା ପ୍ରଦାନ କରିବାର ବିକଳ୍ପ ପ୍ରଦାନ କରିବାକୁ ମହାରାଷ୍ଟ୍ର କ୍ୟାବିନେଟ ଗୁରୁବାର ଏକ ପ୍ରସ୍ତାବକୁ ଅନୁମୋଦନ କରିଛି।

  20. କେପଟାଉନ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି ଭାରତ। ଏହା ଫଳରେ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଛି । ଭାରତ ଆଗରେ ବିଜୟ ପାଇଁ ୭୯ ରନର ଲକ୍ଷ୍ୟ ଥିବାବେଳେ ଭାରତ ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୨୮ ରନ କରିଥିବାବେଳେ ରୋହିତ ଶର୍ମା ୧୭ ରନ କରିଥିଲେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.