• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୋମାଲିଆ ସମୁଦ୍ର ଉପକୂଳରେ ଜଳଦସ୍ୟୁଙ୍କ ଦ୍ବାରା ଅପହୃତ ହୋଇଥିବା ଲାଇବେରିଆର ପଣ୍ୟବାହୀ ଜାହଜ ଏମ୍‌ଭି ଲିଲା ନରଫୋକ୍‌କୁ ଉଦ୍ଧାର କରିବାରେ ଭାରତୀୟ ନୌସେନା ସଫଳ ହୋଇଛି। ଏହି ଜାହାଜରେ ୧୫ଜଣ ଭାରତୀୟଙ୍କ ସହିତ ୨୧ ଜଣ କ୍ରୁ ସଦସ୍ୟ ରହିଥିଲେ।

  2. ଉଡ଼ାଣ ଆରମ୍ଭ କରିବା ପରେ ପରେ କ୍ଷୁଦ୍ର ବିମାନ କାରିବିୟାନ୍‌ ସାଗର ମଧ୍ୟକୁ ଖସି ପଡ଼ିବାରୁ ଜର୍ମାନରେ ଜନ୍ମିତ ହଲିଉଡ୍‌ ଅଭିନେତା କ୍ରିଷ୍ଟିଆନ୍‌ ଅଲିଭର୍‌ ଓ ତାଙ୍କ ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି।

  3. ପଳାତକ ଘୋଷିତ ଗ୍ୟାଙ୍ଗଷ୍ଟର୍‌ ଦାଉଦ ଇବ୍ରାହିମ ପରିବାରର ଦୁଇଟି ସଂପତ୍ତି ଆଜି ନିଲାମରେ ବିକ୍ରି ହୋଇଛି। ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲାର ଖେଡ଼ ତହସିଲର ମୁମ୍ବକେ ଗ୍ରାମରେ ଦାଉଦ ପରିବାରର ୪ଟି ସଂପତ୍ତି ଆଜି ନିଲାମ ଡକା ହୋଇଥିଲା।

  4. ୨୦୨୧-୨୨ ଦିଲ୍ଲୀ ଅବକାରୀ ନୀତି କେଳେଙ୍କାରୀରେ ଦିଲ୍ଲୀର ଆପ୍‌ ସରକାର ହରଡ଼ଘଣାରେ ପଡ଼ିଛି। ଏହି ସମୟରେ ଦେଶର ରାଜଧାନୀ ଦିଲ୍ଳୀର ବିଭିନ୍ନ ସରକାରୀ ଚିକିତ୍ସାଳୟରେ ନିମ୍ନମାନର ଔଷଧ ବଣ୍ଟନ ଘଟଣାର ସିବିଆଇ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି।

  5. ଫେବ୍ରୁଆରୀ ୮ରେ ହେବାକୁ ଥିବା ପାକିସ୍ତାନର ସାଧାରଣ ନିର୍ବାଚନ ଘୁଞ୍ଚିବ! ସୁରକ୍ଷା ଓ ପ୍ରବଳ ଶୀତଲହରିକୁ ଦୃଷ୍ଟିରେ ରଖି ନିର୍ବାଚନ ବିଳମ୍ବରେ କରିବାକୁ ପାକିସ୍ତାନର ସିନେଟ୍‌ରେ ଆଜି ଏକ ପ୍ରସ୍ତାବ ପାରିତ ହୋଇଛି।

  6. ମଥୁରା କୃଷ୍ଣ ଜନ୍ମଭୂମି-ସାହି ଇଦ୍‌ଗା ମସଜିଦ ବିବାଦ‌ ପ୍ରସଙ୍ଗରେ ପ୍ରତ୍ନତାତ୍ତ୍ବିକ ସର୍ଭେ କରିବା ଓ ‌ସଂପୃକ୍ତ ସ୍ଥାନକୁ କୃଷ୍ଣ ଜନ୍ମଭୂମି ଭାବେ ଘୋଷଣା ଦାବିରେ ହୋଇଥିବା ଜନସ୍ବାର୍ଥ ମାମଲାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

  7. ରାଗରେ ତାତି ପୁଲିସ କର୍ମୀଙ୍କୁ ଚାପୁଡ଼ା ମାରିଲେ ବିଧାୟକ | ଆଉ ନିଜ ଭୁଲକୁ ସ୍ୱୀକାର କରିବା ବଦଳରେ ଚାପୁଡ଼ା ନୁହେଁ ବରଂ ଠେଲିଦେଇଥିବାର କହିଛନ୍ତି ବିଧାୟକ | ମହାରାଷ୍ଟ୍ରରେ ଏଭଳି ଘଟଣା ଘଟିଛି |

  8. ଇଭିଏମ୍ ଏବଂ ଭିଭିପେଟ୍ ଉପରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ଶୁକ୍ରବାର ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି। ନିର୍ବାଚନ ଆୟୋଗ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି।

  9. ଉତ୍ତର କୋରିଆ ୨୦୦ରୁ ଅଧିକ ତୋପ ବୋମା (ଆର୍ଟିଲରି ସେଲ୍‌) ନିକ୍ଷେପ କରିବାରୁ ୟେଓନ୍‌ପିୟେଓଙ୍ଗ୍‌ ଦ୍ବୀପରୁ ଜନସ୍ଥାନାନ୍ତରଣ ପାଇଁ ଦକ୍ଷିଣ କୋରିଆ ନିର୍ଦେଶ ଦେଇଥିବା କଥା ‘ୟୋନ୍‌ହାପ୍‌’ ନିଉଜ୍‌ ‌ଏଜେନ୍‌ସି ରିପୋର୍ଟ କରିଛି।

  10. କଟକ ଏସସିବି ମେଡିକାଲର ରୂପାନ୍ତରଣ କରାଯାଇଛି । ଏବେ ଏହାକୁ ଭାରତରେ ୫ନମ୍ବର ବଡ଼ ହସପିଟାଲ କରାଯାଇଛି ।

  11. ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ରେ ପହଞ୍ଚିଛି । ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରୁ ଯୁବ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୭୬ ହଜାର ୯୬୯ ହୋଇଛି। ତାଲିକାରୁ ୭ ଲକ୍ଷ ୧୬ ହଜାର ଭୋଟରଙ୍କୁ ବାଦ୍ ଦିଆଯାଇଛି ବୋଲି ଭୁବନେଶ୍ୱରରେ ଆୟୋଜିତ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

  12. ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି ବୋଲି ମୟୂରଭଞ୍ଜ ଜିଲ୍ଲା ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି।

  13. ବାଲେଶ୍ୱର ଷ୍ଟେସନରୁ ୯୭୦ ତୀର୍ଥଯାତ୍ରୀଙ୍କୁ ନେଇ ଉଜ୍ଜୈନ-ଓମକାରେଶ୍ବର ଅଭିମୁଖେ ଗଡ଼ିଛି ସ୍ୱତନ୍ତ୍ର ଟ୍ରେନ। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେଉଁଝର ଜିଲ୍ଲାରୁ ମୋଟ ୯୭୦ଜଣ ତୀର୍ଥଯାତ୍ରୀଙ୍କ ସହିତ ୩୦ ଜଣ ଏସକର୍ଟକୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ ବାହାରିଛି । ଟ୍ରେନ ବାହାରି ଓଁକାରେଶ୍ଵର ମନ୍ଦିର, ଓଜ୍ଜୟିନି ସହିତ ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ କରିବେ।

  14. ‘ମହାଦେବ ବେଟିଂ ଆପ’ ମାମଲାରେ ପ୍ରବର୍ତ୍ତନ ନିଦ୍ଦେଶାଳୟ (ଇଡି) ର ଚାର୍ଜସିଟରେ ଏକ ବଡ଼ ଖୁଲାସା କରାଯାଇଛି। ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାମ ମଧ୍ୟ ଚାର୍ଜସିଟରେ ସାମିଲ ହୋଇଛି।

  15. ରାମଲାଲାଙ୍କ ଉତ୍ସବରେ ଯୋଗଦେବେ କଂଗ୍ରେସ ନେତା। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ କଂଗ୍ରେସ ନେତାମାନେ ଯୋଗଦେବା ନେଇ ଅନୁମତି ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ।

  16. ନିର୍ବାଚନୀ ରଣନୀତିଜ୍ଞ ଏବଂ ଜନସୁରଜର ସଂଯୋଜକ ପ୍ରଶାନ୍ତ କିଶୋର ନିର୍ବାଚନ ଲଢିବେ। ୨୦୨୫ରେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ।

  17. ଉତ୍ତରପ୍ରଦେଶର ଦାଦ୍ରାଉଲ ଅଞ୍ଚଳର ବିଧାୟକ ମାନଭେନ୍ଦ୍ର ସିଂଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମାନଭେନ୍ଦ୍ର ସିଂ ଶାହାଜାହାନପୁରର ଦାଦ୍ରାଉଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ।

  18. ଦିଲ୍ଲୀ-ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭାକୁ ପଠାଇବ। ଏହା ବ୍ୟତୀତ ଜେଲରେ ବନ୍ଦ ଥିବା ସଞ୍ଜୟ ସିଂ ପୁଣିଥରେ ରାଜ୍ୟ ସଭା ଏମ୍‌ପି ହେବେ।

  19. ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି।

  20. ଟି-୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଚଳିତ ଟି-୨୦ ବିଶ୍ୱକପ ଜୁନ ୧ରୁ ଆରମ୍ଭ ହେବ। ଏଥର ୨୦ଟି ଟିମକୁ ନେଇ ଟି-୨୦ ବିଶ୍ୱକପ୍‌ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ଜୁନ୍ ୧ ରୁ ଆରମ୍ଭ ହୋଇ ଜୁନ୍ ୨୯ ଯାଏଁ ଚାଲିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.