• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୧୫୦ ବର୍ଷ ଧରି ଲାଗି ରହିଥିବା ଚାଷୀଙ୍କର ଏକ ବଡ ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସିକ୍କିମ ପଟ୍ଟାଧାରୀ ରୟତମାନେ ନିଜ ଜମିର ସତ୍ତ୍ବ ପାଇବା ନେଇ ସମସ୍ୟା ଲାଗି ରହିଥିଲା । ହେଲେ ଏହି ସମସ୍ୟା ଦୂର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ରାଜସ୍ବ ଆଇନରେ ପରିବର୍ତ୍ତନ ଅଣାଯାଇଛି। ସମଗ୍ର ରାଜ୍ୟର ୨ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । କେବଳ ବାଲେଶ୍ବର ଜିଲ୍ଲାର ୧୮ ହଜାର ରୟତ ପରିବାର ଉପକୃତ ହେବେ ।

  2. କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଥିଲେ ଡ୍ରାଇଭର । ଆନ୍ଦୋଳନରୁ ଓଡ଼ିଶା ଡ୍ରାଇଭର ମହାସଂଘ ଓହରିଥିବା ଜଣାପଡ଼ିଛି। ଡ୍ରାଇଭରମାନଙ୍କ ବହୁ ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର ।

  3. ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ।

  4. ଆଦିତ୍ୟ ଏଲ-୧ ସାଟେଲାଇଟ ନିର୍ଦ୍ଧାରିତ L1 ପଏଣ୍ଟର ହେଲୋ ଅର୍ବିଟରେ ପହଞ୍ଚି ସାରିଛି । ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି ଟଙ୍କା ଖର୍ଚ୍ଚରେ ଭାରତର ଏହି ମିଶନ ସାରା ଦୁନିଆର ସାଟେଲାଇଟକୁ ସୂର୍ଯ୍ୟଝଡ଼ରୁ ସୁରକ୍ଷା ଦେବ ।

  5. ସର୍ବସାଧାରଣଙ୍କ ନିମନ୍ତେ ଚଳିତ ଜାନୁଆରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନରେ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଜନସାଧାରଣ ଏହି ଦିନମାନଙ୍କରେ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ପାଇଁ ଲୋକସେବା ଭବନକୁ ଆସି ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ସୂଚନା ଦିଆଯାଇଛି।

  6. ବିଲଡରଙ୍କୁ କୋଟିଏ ଟଙ୍କାର ଠକେଇ ଘଟଣାରେ ଓ୍ୱେବ୍ ପୋର୍ଟାଲ ସାମ୍ବାଦିକ ସୁରଜିତ ଧଳଙ୍କ ବାନ୍ଧିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ବିଲଡର କଳିଙ୍ଗ କେଶରୀ ରଥଙ୍କ ଅଭିଯୋଗ ଆଧାରରେ ଓ୍ୱେବ୍ ପୋର୍ଟାଲ‘ରିପୋଟର୍ସ ଟୁଡେ’ ଓ ଖବର କାଗଜ ‘ମହାଭାରତ’ ମାଲିକ ସୁରଜିତ ଧଳଙ୍କୁ ଗିରଫ କରାଯାଇଥିବା ଅର୍ଥନୈତିକ ଅପରାଧ ଶାଖା ପ୍ରେସ ବିବୃତିରେ ଜଣାଇଛି।

  7. ଆସନ୍ତା ୧୭ ତାରିଖରେ ବହୁପ୍ରତୀକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ସମଗ୍ର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ।

  8. ଭାରତ ପ୍ରଥମ ଏବଂ ବିଶ୍ବର ଦ୍ବିତୀୟ ସୂର୍ଯ୍ୟ ଅଭିଯାନ ନିଜ ଲକ୍ଷ୍ୟପଥର ନିକଟତର ହେଉଛି। ଆଜି ଅର୍ଥାତ ଶନିବାର ଅପରାହ୍ଣ ୪ଟାରେ ଏହା ସୂର୍ଯ୍ୟଙ୍କ ଲାଗରେଞ୍ଜ ତଥା ହେଲୋ ଅର୍ବିଟ (ଏଲ୍‌-୧) ପଏଣ୍ଟରେ ପ୍ରବେଶ କରିବ। ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥ ଏହି ସୂଚନା ଦେଇଛନ୍ତି।

  9. କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ଼ୋଙ୍କ ସରକାରୀ ବିମାନ ଦ୍ବିତୀୟ ଥର ପାଇଁ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇଛି। ମିଳିଥିବା ସୂଚନାନୁସାରେ, ଡିସେମ୍ବର ୨୬ ତାରିଖରେ ନିଜର ପରିବାର ସହ ଛୁଟି ମନାଇବାକୁ ଜାମାଇକାର ଏକ ବିଳାସପୂର୍ଣ୍ଣ ହୋଟେଲ୍‌କୁ ଯାଇଥିଲେ।

  10. ଚୀନ୍ ବେଆଇନ ଭାବେ ଏବେ ଉତ୍ତର-ପୂର୍ବ ଭୁଟାନରେ ପ୍ରବେଶ କରିଥିବା ଜଣାପଡ଼ିଛି। ଏକ ନୂତନ ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ ଭୁଟାନର ସାଂସ୍କୃତିକ ମହତ୍ତ୍ୱ ଥିବା ବେୟୁଲ୍ ଖେନ୍ପାଜୋଙ୍ଗରେ ଏକ ନଦୀ ଉପତ୍ୟକାରେ କିଛି ମାସ ମଧ୍ୟରେ ଚୀନ୍‌ ଏକ ଟାଉନସିପ୍ ନିର୍ମାଣ କରିଛି।

  11. ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ନେତା ଅମର ଅଟନ୍ତି ଏବଂ ତାଙ୍କୁ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ସ୍ୱୀକୃତି ଦେବାର ଆବଶ୍ୟକତା ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ କହିଛନ୍ତି।

  12. ଗତ ଜାନୁଆରି ୨ ତାରିଖରେ ଲେବାନନର ରାଜଧାନୀ ବେରୁତରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ହମାସର ଉପନେତା ସାଲେହ ଅଲ୍-ଆରୁରି ନିହତ ହୋଇଥିଲେ। ଲେବାନନର ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ଲା ହମାସ କମାଣ୍ଡରଙ୍କ ମୃତ୍ୟୁ ପାଇଁ ଇସ୍ରାଏଲକୁ ଦାୟୀ କରିଛି।

  13. ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଅପରାଧିକ ପୃଷ୍ଠଭୂମି ଯୋଗୁ ଚରିତ୍ରଗତ ପ୍ରମାଣପତ୍ର ରଦ୍ଦ କରିବା ଉଚିତ ନୁହେଁ। ଏଭଳି ବ୍ୟକ୍ତିଙ୍କୁ କାରଣ ଦର୍ଶାଇବାକୁ କିମ୍ବା ତାଙ୍କ ଅଭିଯୋଗର ଶୁଣାଣି କରିବାର ସୁଯୋଗ ଦିଆଯିବା ଆବଶ୍ୟକ।

  14. ବମ୍ବେ ହାଇକୋର୍ଟ କହିଛନ୍ତି ଇଣ୍ଡଷ୍ଟ୍ରିଆଲ ଏମ୍ପ୍ଲୟମେଣ୍ଟ ଆକ୍ଟ, ୧୯୪୬ ଷ୍ଟାଣ୍ଡିଂ ଅର୍ଡର ଆକ୍ଟର ଧାରା ୧୦-ଏ ଅନୁଯାୟୀ ନିଲମ୍ବନ ସମୟରେ ଜଣେ କର୍ମଚାରୀ ନିର୍ବାହ ଭତ୍ତା ପାଇବାକୁ ହକଦାର।

  15. ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟାଡମିଣ୍ଟନ କୋଚଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକେ ବ୍ୟାଡମିଣ୍ଟନ ଖେଳାଳି ଙ୍କ ପିଠିରେ ପିଟିବା ଏବଂ ବକ୍ଷସ୍ଥଳରେ ହାତ ରଖିବା ଅପରାଧ ପାଇଁ ଏହି ଦଣ୍ଡ ଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.