• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ଏଥିପାଇଁ ‌ଅଯୋଧ୍ୟା ଠାରୁ ଆରମ୍ଭ କରି ସାର ଦେଶ ଉତ୍ସବମୁଖର ହୋଇଉଠିଛି। ଅଯୋଧ୍ୟାକୁ କଡ଼ା ସୁରକ୍ଷା ବଳ‌ୟ ମଧ୍ୟରେ ରଖାଯାଇଛି। 

  2. ଜଳମାର୍ଗରେ ଆକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ଆରବ ସାଗର ଏବଂ ଆଡ଼େନ ଉପସାଗରରେ ଏହାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ୧୦ରୁ ଅଧିକ ଯୁଦ୍ଧପୋତକୁ ଉତ୍ତର ଓ କେନ୍ଦ୍ରୀୟ ଆରବ ସାଗରରୁ ଆଡ଼େନ ଉପସାଗର ମଧ୍ୟରେ ରଖାଯାଇଛି। କେବଳ ଜଳଦସ୍ୟୁ ନୁହେଁ ସମ୍ଭାବ୍ୟ ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମଧ୍ୟ ଏହା କରାଯାଇଛି।

  3. ମିନିକୟ ଦ୍ବୀପ ସମୂହରେ ନୂଆ ବିମାନବନ୍ଦର ନିର୍ମାଣ ହେବ। ଏହି ବିମାନବନ୍ଦରରେ ବାଣିଜ୍ୟିକ ବିମାନ ସହିତ ଯୁଦ୍ଧ ବିମାନ ଏବଂ ସାମରିକ ବିମାନ ମଧ୍ୟ ଚଳାଚଳର କ୍ଷମତା ରହିବ।

  4. ଭାରତ ଗସ୍ତରେ ଆସିଥିବା ୟୁଏଇର ରା‌ଷ୍ଟ୍ରପତି ଶେଖ୍‌ ମହମଦ ବିନ୍ ଜାୟେଦ ଅଲ ନାହୟାନ୍‌ଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦରେ ରୋଡ୍‌ ସୋ କରିଛନ୍ତି।

  5. ଅଯୋଧ୍ୟାସ୍ଥିତ ରାମମନ୍ଦିରର ଦ୍ବାରଗୁଡ଼ିକରେ ସୁନା କବାଟ ଲାଗୁଛି। ସୁନା କବାଟ ଲାଗିଥିବାର ପ୍ରଥମ ଫଟୋ ଆଜି ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଉକ୍ତ କବାଟର ଉଚ୍ଚତା ୧୨ ଫୁଟ ଏବଂ ଚଉଡ଼ା ୮ ଫୁଟ। ଉକ୍ତ ସୁନା କବାଟକୁ ବର୍ତ୍ତମାନ ପ୍ରଥମ ମହଲାରେ ଲଗାଯାଇଛି।

  6. ପ୍ରୋଷ୍ଟେଟ୍ କର୍କଟରୋଗରେ ଆକ୍ରାନ୍ତ ହୋଇ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୫୫ ବର୍ଷୀୟ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଓସ୍ତାଦ ରସିଦ ଖାନଙ୍କର ବୁଧବାର ପରଲୋକ ହୋଇଯାଇଛି।

  7. ଫ୍ରାନ୍ସ ରା‌ଷ୍ଟ୍ରପତି ଗାବ୍ରିଏଲ ମାକ୍ରନ ମଙ୍ଗଳବାର ଶିକ୍ଷାମନ୍ତ୍ରୀ ଗାବ୍ରିଏଲ ଅଟ୍ଟଲଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ଗାବ୍ରିଏଲ ଫ୍ରାନ୍ସର ପ୍ରଥମ ସମଲିଙ୍ଗୀ ଏବଂ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

  8. : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ୍‌ (ଓଏମ୍‌ସି)କୁ ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର- ୨୦୨୩ରେ ସମ୍ମାନିତ କରିଛନ୍ତି।

  9. ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତୀୟ ଅର୍ଥନୀତି ୬.୪ ପ୍ରତିଶତ ହାରରେ ଆଗକୁ ବଢ଼ିବ। ପୁଞ୍ଜିନିବେଶ ଧାରା ଅବ୍ୟାହତ ରହିଥିବା ବେଳେ ସେବା କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଭାରତକୁ ଦ୍ରୁତ ଗତିରେ ଆଗକୁ ନେବ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।

  10. ଚିଠା ଗାଇଡ୍‌ଲାଇନ୍ ଅନୁସାରେ କୌଣସି କୋଚିଂ ସେଣ୍ଟର୍‌ ବିଜ୍ଞାପନରେ ୧୦୦ ପ୍ରତିଶତ ଚୟନ, ୧୦୦% ନିଯୁକ୍ତି ଗ୍ୟାରେଣ୍ଟି କିମ୍ବା ପ୍ରିଲିମିନାରି ଓ ମେନ୍ ପରୀକ୍ଷା ଲାଗି ଗ୍ୟାରେଣ୍ଟି ଭଳି ଶବ୍ଦ ବ୍ୟବହାର କରିବେନି।

  11. ଚଳିତ ମାସ ୨୨ରେ ଅନୁଷ୍ଠିତ ହେବାକୁ ଥିବା ଏହି ବହୁ ପ୍ରତିକ୍ଷୀତ କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କ୍ରୀଡ଼ା, ରାଜନୀତି, ଧାର୍ମିକ ଏବଂ କଳା ଆଦି କ୍ଷେତ୍ରର ୧୦,୦୦୦ରୁ ଅଧିକ ଅତିଥି ଯୋଗଦେବ।

  12. ଚଳିତ ବର୍ଷ ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ସେଥିରେ ଆୟକରଦାତାଙ୍କ ଲାଗି ବିଶେଷ ସୁବିଧା ଉପଲବ୍ଧ ହେବନାହିଁ।

  13. ବିଏସ୍‌କେୱାଇ ‘ନବୀନ କାର୍ଡ ‘ପାଇଁ ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଛି ପ୍ରବଳ ଉତ୍ସାହ। ଗତ ୪ ଦିନ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧୦୦୦ ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି।

  14. ଖୁବ୍‌ଶୀଘ୍ର ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ସହ ଅଙ୍ଗନବାଡ଼ି ଓ ଆଶାଦିଦିଙ୍କ ଦରମା ବଢିବ। ଏନେଇ ନବରଙ୍ଗପୁରରେ ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଘୋଷଣା କରିଛନ୍ତି।

  15. ଣିକି ଟ୍ରାଫିକରେ ଅଟକିବନି ଗାଡ଼ି। ଗୋଟିଏ ଟ୍ରାଫିକ ଛକରୁ ଆଉ ଗୋଟିଏ ଟ୍ରାଫିକ ଛକରେ ପହଞ୍ଚିବା ବେଳକୁ ସେଇ ଛକରେ ଜଳିବ ସବୁଜବତି (ଗ୍ରୀନ୍‌‌ ସିଗ୍‌‌ନାଲ୍‌‌)। ଫଳରେ ଗାଡ଼ିଚାଳକ କୌଣସି ଛକରେ ଅଟକିବେ ନାହିଁ।

  16. ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୦୬୪ ଟିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କଳା, ପିସିଏମ୍‌‌, ସିବିଜେଡ୍‌‌, ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ବିଷୟ ସମେତ ପିଇଟି ଶିକ୍ଷକ।

  17. ବୋତଲରେ ପାଣିରେ ଲକ୍ଷ ଲକ୍ଷ ପ୍ଲାଷ୍ଟିକ ଖଣ୍ଡ ଅଛି । ଏସବୁ ଯୋଗୁ ଆମେ ପିଉଥିବା ପାଣି ଆମକୁ ଅସୁସ୍ଥ କରିପାରେ। ଏହି ଗବେଷଣାର ରିପୋର୍ଟ ‘ପ୍ରୋସିଡିଙ୍ଗସ ଅଫ ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସ’ରେ ପ୍ରକାଶିତ ହୋଇଛି।

  18. ଘୋଷଣା ହୋଇଛି ନିଟ ପିଜି ୨୦୨୪ ପରୀକ୍ଷା ତାରିଖ। ୨୦୨୪ ଜୁଲାଇ ୭ରୁ ପରୀକ୍ଷା ଆରମ୍ଭ ହେବ।

  19. ଭାରତର ୪ ଜଣଙ୍କ ମଧ୍ୟରୁ ଜଣଙ୍କ ଦେହରେ ଟାଇମ ବମ୍‌ ଲାଗିଛି। କିନ୍ତୁ ଏ ସମ୍ପର୍କରେ ଲୋକେ ଅଜଣା। ଏହା ହେଉଛି ଉଚ୍ଚ ରକ୍ତଚାପ। ଭାରତରେ ୯୦ ପ୍ରତିଶତ ଲୋକଙ୍କର ଉଚ୍ଚ ରକ୍ତଚାପ ଅଧିକ ଥିବା ସେମାନେ ଜାଣନ୍ତି ନାହିଁ।

  20. ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ୧.୨୮ ବିଲିୟନ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଛି। ସେଥିମଧ୍ୟରୁ ୩୦ ରୁ ୪୦ ବର୍ଷ ବୟସର ଲୋକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ୧,୨୮ ବିଲିୟନ ଲୋକଙ୍କ ମଧ୍ୟରୁ ୪୬ ପ୍ରତିଶତ ଲୋକ ଜାଣନ୍ତି ନାହିଁ ସେମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.