• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି।  ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ।

  2. ଶ୍ରୀ ମୋଦୀ ଅଟଳ ବିହାରୀ ବାଜପେୟ ପେୟୀ ଶେଓ୍ବାରୀ – ନାଭା ସେବା ଅଟଳ ସେତୁ ଲୋକାର୍ପଣ କରିବେ। ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ଅଟଳ ସେତୁ ନିର୍ମାଣ କରାଯାଇଛି। ଏହି ୨୧.୮ କିଲୋମିଟର ଦୀର୍ଘ ଓ ୬ ଲେନ୍ ବିଶିଷ୍ଟ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି।

  3. ବିବାଦ ପରେ ବି କିଛି ଭାରତୀୟ ମାଳଦ୍ବୀପ ବୁଲି ଯାଉଥିବା ସାମ୍ନାକୁ ଆସିଛି। ଗତ ୩ଦିନ ମଧ୍ୟରେ ମାଳଦ୍ବୀପକୁ ୧୪୦୦ରୁ ଅଧିକ ଭାରତୀୟ ବୁଲିବାକୁ ଯାଇଥିବା ସାମ୍ନାକୁ ଆସିଛି।

  4. ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ସହ ଆସନ ବାଣ୍ଟିବା ନେଇ କଂଗ୍ରେସ ନିରନ୍ତର ବୈଠକ କରୁଛି। ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସିଟ୍ ବାଣ୍ଟିବା ନେଇ କଂଗ୍ରେସ ସହିତ ବୈଠକ କରିବ ନାହିଁ। 

  5. ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ମଧ୍ୟରେ ଇନ୍ଦୋର ସପ୍ତମ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି। ଇନ୍ଦୋର ସହିତ ମିଳିତ ଭାବେ ସୁରଟ ମଧ୍ୟ ଚଳିତ ବର୍ଷ ପ୍ରଥମ ସ୍ଥାନ ଅଧିକାର କରିଛି। 

  6. କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରିପୋର୍ଟ। ଭୁବନେଶ୍ୱରକୁ ମିଳିଛି ୱାଟର ପ୍ଲସ୍‌ ଉତ୍କର୍ଷତା ଆୱାର୍ଡ।

  7. ସଦ୍ୟତମ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ପ୍ରତ୍ୟକ୍ଷ ଟିକସ ଆଦାୟ ପ୍ରାୟ ୧୯ ପ୍ରତିଶତ ବୃଦ୍ଧି ପାଇ ୧୪.୭୦ ଲକ୍ଷ କୋଟି ଟଙ୍କା ରେ ପହଞ୍ଚିଛି। ଆୟକର ବିଭାଗ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।

  8. ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠର ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ପତଞ୍ଜଳି ଗୁରୁକୁଳମ୍‌ର ଶିଳାନ୍ୟାସ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ ଅତିଥି ଭାବେ ଯୋଗଦେଇ ଭା‌ରତର ଏହି ସର୍ବବୃହତ ଗୁରୁକୁଳ ସମେତ ଆଚାର୍ଯ୍ୟକୂଳମର ନୂଆ ଶାଖାର ଶିଳାନ୍ୟାସ କରିଥିଲେ।

  9. ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୩୮୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଗୁଡିକ ମଧ୍ୟରେ ରହିଛି ଗଞ୍ଜାମ ଜିଲ୍ଲାର ୧୪୯ ହାଇସ୍କୁଲ, ଝାରସୁଗୁଡ଼ାର ୧୧, ଜଗତସିଂହପୁରର ୫୭, କେନ୍ଦ୍ରାପଡ଼ାର ୧୧୨, ବରଗଡ଼ର ୬୦ ରୂପାନ୍ତରିତ ସ୍କୁଲ।

  10. ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି ।

  11. ରାଜ୍ୟ ସରକାର ରାଜ୍ୟର ୧୨୭ ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୭୧୩.୬୫ କୋଟି ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପରେ ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

  12. ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ‘ଓ୍ବାନ୍‌ ନେଶନ୍‌,ଓ୍ବାନ୍‌ ଇଲେକ୍ସନ’ ଠିକ ନୁହେଁ।

  13. ଗୁରୁବାର ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ ଏନ୍‌ସିଆର୍‌ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ହିନ୍ଦୁକୁଶ ଅଞ୍ଚଳରେ ଏହାର ତୀବ୍ରତା ୬.୧ ରହିଥିଲା। ଜମ୍ମୁ-କଶ୍ମୀରର ପୁଞ୍ଚ ଅଞ୍ଚଳରେ ବି ଭୂକମ୍ପ ଅନୁଭୂତ ହୋଇଛି।

  14. ନେପାଳରୁ ୨୧୦୦୦ ପୁରୋହିତ ଭଗବାନ ଶ୍ରୀ ରାମ ସହର ଅଯୋଧ୍ୟାକୁ ଆସିବାକୁ ଯାଉଛନ୍ତି।

  15. ୨୦୨୩ ବର୍ଷ ପାଇଁ ଶାହରୁଖ୍ ଖାନ୍‌ଙ୍କୁ ଇଣ୍ଡିଆନ୍ ଅଫ୍ ଦି ଇୟର୍ ଆୱାର୍ଡରେ ସମ୍ମାନୀତ କରାଯାଇଛି।

  16. ସଦ୍ୟତମ ସର୍ବେକ୍ଷଣରୁ ଜଣାପଡିଛି ଯେ, ଚଳିତ ବର୍ଷ ସମଗ୍ର ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତୀୟଙ୍କ ଦରମା ସର୍ବାଧିକ ବୃଦ୍ଧି ପାଇବ। ଏହାର କାରଣ ହେଉଛି ବିଶ୍ବବ୍ୟାପୀ ଅର୍ଥନୈତିକ ମନ୍ଥରତା ମଧ୍ୟରେ ଅନ୍ୟ ଦେଶ ତୁଳନାରେ ଭାରତର ଅର୍ଥନୀତି ଅଧିକ କୋହଳ ରହିଛି।

  17. ସର୍ବେକ୍ଷଣ ଅନୁସାରେ, ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୨୦୨୪ରେ ୬.୭% ହାରାହାରି ବେତନ ବୃଦ୍ଧି(୨୦୨୩ରେ ୬.୮%) ସହ ଭିଏତନାମ ଦ୍ବିତୀୟ ସ୍ଥାନରେ ରହିଛି, ଏହାପରେ ୬.୫%(ଗତ ବର୍ଷ ୬.୪%) ସହ ଇଣ୍ଡୋନେସିଆ ରହିଛି।

  18. ମାରାତ୍ମକ ନିପା ଭାଇରସ ପାଇଁ ସିଏଚ୍ଏଡିଓକ୍ସ୧ ଏନ୍‌ଆଇଭି ନାମକ ଟିକାର ସଫଳ ପ୍ରି-କ୍ଲିନିକାଲ ପରୀକ୍ଷଣ ପରେ ଏହା ମାନବ ପରୀକ୍ଷଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୮ରୁ ୫୫ ବର୍ଷ ବୟସର ୫୨ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏହି ପରୀକ୍ଷଣ କରାଯାଉଛି।

  19. ବିଶ୍ବର ସବୁଠୁ ମୂଲ୍ୟବାନ କଂପାନିର ମାନ୍ୟତା ହରାଇଛି ଆପଲ୍‌। ବିଲ୍‌ ଗେଟ୍‌ସଙ୍କ କମ୍ପାନି ମାଇକ୍ରୋସଫ୍ଟକୁ ସେହି ମାନ୍ୟତା ମିଳିଛି। ଆଇଫୋନ୍ ନିର୍ମାଣ କରୁଥିବା ଆପଲ୍‌ ଦୀର୍ଘଦିନ ପର୍ଯ୍ୟନ୍ତ ନିଜ ପାଖରେ ସେହି ମାନ୍ୟତା ରଖିଥିଲା।

  20. ବର୍ତ୍ତମାନ ପରିସ୍ଥିତିରେ ୟୁପିଆଇ ହେଉଛି ବିଶ୍ବର ସବୁଠୁ ‌ଶ୍ରେଷ୍ଠ ପେମେଣ୍ଟ୍ (ପୈଠ) ବ୍ୟବସ୍ଥା। ଏହା ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିରେ ପରିଣତ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.