• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡିଶା ଉପକୂଳରୁ  ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ମିସାଇଲର ନ୍ୟୁ ଭର୍ସନ (AKASH-NG)ର ସଫଳ ପରୀକ୍ଷଣ ହୋଇଛି।

  2. ଜାନୁଆରି ୧୭ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଫଳକ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ସିଧାସଳଖ ଆସି ଦୋଳବେଦି କୋଣରେ ରହିବ। ସାଢ଼େ ୧ଟାରୁ ୨ଟା ଭିତରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ। ପରେ ନିମନ୍ତ୍ରିତ ଅତିଥି ପରିକ୍ରମା ପ୍ରକଳ୍ପର ଅନ୍ତଃପ୍ରଦକ୍ଷିଣ(ଇନର୍‌ କରିଡର୍‌) କରିବେ।

  3. ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି।

  4. ଡାକ୍ତର ରୋଗ ବିଷୟରେ କିମ୍ବା କଣ ମେଡିସିନ୍‌ ଲେଖିଲେ ତାହା କେବଳ ମେଡିସିନ୍‌ ଦୋକାନୀ ହିଁ ବୁଝନ୍ତି। ଯାହାକୁ ନେଇ ଗତ କିଛି ଦିନ ତଳେ ଓଡିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଯାାକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମଟିଏଚ୍ଏଲ୍)ର ଉଦଘାଟନ କରିଛନ୍ତି। ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହାକୁ ଦେଶର ଦୀର୍ଘତମ ସାମୁଦ୍ରିକ ପୋଲ ବୋଲି କୁହାଯାଉଛି

  6. ବିଜୁ ଜନତା ଦଳ (ବିଜେଡି)କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ହାଇକୋର୍ଟ ଓଡ଼ିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ ‘ଶଙ୍ଖ’କୁ ବ୍ୟବହାର କରୁଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି

  7. ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ହୃଦଘାତରେ ତାର ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି।

  8. ପ୍ରାପ୍ତବୟସ୍କଙ୍କ ନିମିତ୍ତ ଉଦ୍ଦିଷ୍ଟ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କୁ ଜାନୁଆରି ୬ ତାରିଖ ଦିନ ପେରୁ ଅନ୍ତର୍ଗତ ତ୍ରୁଜିଲୋରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

  9. ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଗରୁ ୧୧ଦିନିଆ ‘ଅନୁଷ୍ଠାନ’ ବା ଦେବାରଧନାଦି କର୍ମ କରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।

  10. କର୍ଣ୍ଣାଟକର ଏକ ଲଜ୍ ରୁମ୍‌ ମଧ୍ୟକୁ ପଶି ଆନ୍ତଃଧାର୍ମିକ ଦମ୍ପତିଙ୍କୁ ମାଡ଼ ମାରିଥିବା ୬ଜଣ ବ୍ୟକ୍ତିଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବା କଥା ପୁଲିସ କହିଛି।

  11. ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ ‘ପ୍ରୋଜେକ୍ଟ ପଞ୍ଛି’ର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲା।

  12. ମଧ୍ୟପ୍ରଦେଶ ସରକାର ୩ ମହିଳା ବିଚାରପତିଙ୍କ ପ୍ରଦର୍ଶନ ସନ୍ତୋଷଜନକ ନୁହେଁ ଦର୍ଶାଇ ସେମାନଙ୍କୁ ବହିଷ୍କାର କରିଥିବାବେଳେ ସୁପ୍ରିମକୋର୍ଟ ନିଜଆଡ଼ୁ ଉକ୍ତ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି।

  13. କୌଣସି ବିଦେଶୀ ନାଗରିକଙ୍କୁ ଭାରତରେ ରହିବାର ଏବଂ ବସତି ସ୍ଥାପନ କରିବାର କୌଣସି ଅଧିକାର ନାହିଁ। ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି।

  14. ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବା ଆରମ୍ଭ ହେବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ।

  15. UIDAI  ଓ୍ବେବସାଇଟ୍‌ ଅନୁଯାୟୀ, ସାଧାରଣତଃ  ଆଧାର କାର୍ଡ  ୯୦% ଅପ୍‌ଡେଟ୍‌ ଅନୁରୋଧ ୩୦ ଦିନ ମଧ୍ୟରେ ପୂରଣ ହୋଇଥାଏ। 

  16. ୨୦୧୬ରେ ବଙ୍ଗୋପସାଗରରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନର ଭଗ୍ନାବଶେଷ ଚେନ୍ନାଇ ଉପକୂଳଠାରୁ ୩୧୦ କିଲୋମିଟର ଦୂରରେ ଠାବ ହୋଇଛି।

  17. ଅଯୋଧ୍ୟା ରାମ ମନ୍ଦିରରେ ବହୁ ପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ଆଗାମୀ ୨୨ ତାରିଖ ଦିନ ଅନୁଷ୍ଠିତ ହେବ। ଏଥିରେ ସନାତନ ଧର୍ମର ଚାରି ଶଙ୍କରାଚାର୍ଯ୍ୟ ସାମିଲ ହେବେନାହିଁ।

  18. ମହାନଦୀ ଜଳବିବାଦ ମାମଲାର ବିଚାର ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ ଆଜି ଝାଡ଼ଖଣ୍ଡ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ପୂର୍ବ ନିର୍ଦ୍ଦେଶ ସତ୍ତ୍ବେ ଝାଡ଼ଖଣ୍ଡ ସରକାର ସାକ୍ଷୀ ତାଲିକା ଓ ସତ୍ୟପାଠ ଦାଖଲ କରିପାରିନଥିବାରୁ ପ୍ରବଳ ବିରକ୍ତ ହୋଇଥିଲେ ଟ୍ରିବ୍ୟୁନାଲ୍‌ ।

  19. ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।  ଜିତେନ୍ଦ୍ରଙ୍କ ପାଖରୁ ବର୍ତ୍ତମାନ ସୁଦ୍ଧା ମୋଟ ୨୪ ଲକ୍ଷ ଟଙ୍କା ଜବତ ହୋଇଛି।

  20. ଲ୍‌କିସ୍‌ ବାନୋ ଗଣବଳାତ୍କାର ମାମଲାରେ ୧୧ ଅପରାଧୀଙ୍କୁ ଦିଆଯାଇଥିବା କ୍ଷମାକୁ ସୁପ୍ରିମକୋର୍ଟ ଗତ ସୋମବାର ଖାରଜ କରିଦେଇ ସେମାନଙ୍କୁ ଜେଲ୍‌କୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ଏପର୍ଯ୍ୟନ୍ତ ଆତ୍ମସମର୍ପଣ କରିନାହାନ୍ତି। ୧୧ ଅପରାଧୀଙ୍କ ମଧ୍ୟରୁ ୯ ଜଣଙ୍କ ଖୋଜଖବର ମିଳୁନାହିଁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.