• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରବିବାର ଦିନ ଷ୍ଟାଣ୍ଡ୍‌-ଅପ୍‌ କମେଡିୟାନ୍‌ ମୁନୱର୍‌ ଫାରୁକୀଙ୍କୁ ବିବାଦୀୟ ରିୟାଲିଟି ସୋ’ ‘ବିଗ୍‌ ବସ୍‌ ୧୭’ର ବିଜେତା ଘୋଷଣା କରାଯାଇଛି।

  2. ପୁଣେରେ ଥିବା ଗୋଟାଏ ହୋଟେଲ୍‌ରେ ଜଣେ ମହିଳା ଆଇଟି ଇଞ୍ଜିନିୟର୍‌ଙ୍କୁ ତାଙ୍କ ବୟଫ୍ରେଣ୍ଡ୍‌ ଗୁଳି କରି ମାରି ହତ୍ୟା କରିଥିବା କଥା ରବିବାର ଦିନ ପୁଲିସ କହିଛି।

  3. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆର୍‌ଜେଡି, କଂଗ୍ରେସ ଓ ଅନ୍ୟ ଦଳମାନଙ୍କୁ ନେଇ ଗଠିତ ମହାମେଣ୍ଟ ଛାଡ଼ି ସେ ପୁଣି ମୋଦୀଙ୍କ ହାତ ଧରିଛନ୍ତି। ନବମ ଥର ଲାଗି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

  4. ସୁପ୍ରିମ୍‌କୋର୍ଟ ୭୫ ବର୍ଷରେ ପଦାର୍ପଣ କରିଥିବା ବେଳେ ବିଚାରପତି ଓ ଅନ୍ୟ ଆଇନଜୀବୀମାନଙ୍କ ସମାବେଶକୁ ସମ୍ବୋଧିତ କରି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସୁପ୍ରିମ୍‌କୋର୍ଟ ଖୁବ୍‌ଶୀଘ୍ର ଏହାର ଡିଜିଟାଲ୍ ତଥ୍ୟକୁ କ୍ଲାଉଡ୍‌ଭିତ୍ତିକ ଭିତ୍ତିଭୂମିକୁ ସ୍ଥାନାନ୍ତର କରିବେ।

  5. ଲାଲୁ ଯାଦବଙ୍କ ଆର୍‌ଜେଡି ଓ କଂଗ୍ରେସ ସହ ମେଣ୍ଟରୁ ଓହରି ପୁନଶ୍ଚ ବିଜେପି ସହ ମିଶି ସରକାର ଗଢ଼ିଥିବା ଜନତା ଦଳ (ୟୁନାଇଟେଡ୍) ମୁଖ୍ୟ ନୀତୀଶ କୁମାରଙ୍କୁ ଟାର୍ଗେଟ କରି ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କହିଛନ୍ତି ଯେ ‘ଆବର୍ଜନା ଡଷ୍ଟବିନ୍ ଭିତରକୁ ଗଲା’।

  6. ନୀତୀଶ ମେଣ୍ଟରୁ ଇସ୍ତଫା ଦେଇ ପୁଣି ବିଜେପି ସାଙ୍ଗରେ ମିଶି ସରକାର ଗଢ଼ିବା ଘଟଣାରେ ଇଂରାଜୀ ଶବ୍ଦଜ୍ଞାନରେ ମାଷ୍ଟର ଶଶୀ ଥରୁର ତାଙ୍କ ପ୍ରତି ଏକ ନୂଆ ଶବ୍ଦ ‘ସ୍ନୋଲିଗୋଷ୍ଟର’ର ପ୍ର‌ୟୋଗ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି- ‘ଆଜି ଦିନର ଶବ୍ଦ! ‘ସ୍ନୋଲିଗୋଷ୍ଟର’। ଆମେରିକୀୟ ଉପଭାଷାର ସଂଜ୍ଞା: ଜଣେ ଧୂର୍ତ୍ତ ନୀତିହୀନ ରାଜନେତା।

  7. ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଦ୍ୱାରା କରାଯାଇଥିବା ସର୍ଭେ ସମୟରେ ଜ୍ଞାନବାପି ମସଜିଦ୍ ପରିସରରେ ୧୫ଟି ଶିବଲିଙ୍ଗ, ୩ଟି ‘ବିଷ୍ଣୁ’, ‘ଗଣେଶ’ଙ୍କର ୩ଟି, ନନ୍ଦିର ୨ଟି, କୃଷ୍ଣଙ୍କର ୨ଟି ଏବଂ ହନୁମାନଙ୍କର ୫ଟି ମୂର୍ତ୍ତି ସମେତ ମୋଟ ୫୫ଟି ପଥର ମୂର୍ତ୍ତି।

  8.  ରାଜ୍ୟରେ ବ୍ୟାଙ୍କଗୁଡ଼ିକର ଋଣ-ଜମା ଅନୁପାତ ୮୧.୭୫ ପ୍ରତିଶତ ରହିଛି। ଅର୍ଥାତ୍‌ ବ୍ୟାଙ୍କଗୁଡ଼ିକ ରାଜ୍ୟରୁ ଯେତିକି ଅର୍ଥ ଜମା ବାବଦରେ ସଂଗ୍ରହ କରୁଛନ୍ତି ତାହାର ୮୧.୭୫ ପ୍ରତିଶତ ଖଟାଇଛନ୍ତି। ଜିଲ୍ଲା ଅନୁଯାୟୀ ଋଣ ଜମା ଅନୁପାତକୁ ବିଚାରକୁ ନେଲେ ରାଜ୍ୟର ମାତ୍ର ୯ଟି ଜିଲ୍ଲାରେ ଏହା ୧୦୦ ପ୍ରତିଶତରୁ ଅଧିକ ରହିଛି। ସବା ଆଗରେ ଝାରସୁଗୁଡ଼ା ଅଛି।

  9. ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ଲାଗି ଚୀନ୍‌କୁ ୨୦୦ କୋଟି ଡଲାର ସହାୟତା ମାଗିଛି।

  10. ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ବୋର୍ଡରୁ ସହ ପ୍ରତିଷ୍ଠାତା ବିନି ବନସଲ ଓହରି ଯାଇଛନ୍ତି। ଫଳରେ ୨୦୦୭ ମସିହାରେ ଆଇଆଇଟି ଦିଲ୍ଲୀର ସହପାଠୀ ସଚିନ ବନସଲ୍‌ଙ୍କ ସହ ସେ ମିଶି ସ୍ଥାପନ କରିଥିବା କମ୍ପାନି ସହିତ ତାଙ୍କର ସଂପର୍କ ଛିନ୍ନ ହୋଇଛି।

  11. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦୌଡ଼ରେ ଭାରତକୁ ବଡ଼ ସଫଳତା ମିଳିଛି। ଓଲା କମ୍ପାନି ସିଇଓ ଭବିଷ ଅଗ୍ରୱାଲଙ୍କ ଦ୍ବାରା ସ୍ଥାପନ ହୋଇଥିବା ‘କୃତ୍ରିମ’ ଦେଶର ଷ୍ଟାର୍ଟଅପ୍‌ ଜଗତରେ ପ୍ରଥମ ଏୟାଇ ୟୁନିକର୍ଣ୍ଣରେ ପରିଣତ ହୋଇଛି।

  12. ୨୦୧୬ ରୁ ୨୦୨୨ ଗତ ୬ ବର୍ଷ ମଧ୍ୟରେ ଶିଶୁ ବଳାତ୍କାର ମାମଲା ୯୬ ପ୍ରତିଶତ ବୃଦ୍ଧି ପାଇଛି। ଶିଶୁ ଅଧିକାର ଏନଜିଓ କ୍ରାଏ (ସିଆରଓ୍ବାଇ) ଦ୍ୱାରା ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ତଥ୍ୟର ବିଶ୍ଳେଷଣ ପରେ ଏହା ସାମ୍ନାକୁ ଆସିଛି। କେବଳ ୨୦୨୨ ମସିହାରେ ୩୮,୯୧୧ ଶିଶୁ ବଳାତ୍କାର ମାମଲା ରିପୋର୍ଟ ହୋଇଛି, ଯାହା ପୂର୍ବ ବର୍ଷରେ ରିପୋର୍ଟ ହୋଇଥିବା ମାମଲା ତୁଳନାରେ ବୃଦ୍ଧି ଘଟିଛି। ଏହି ସଂଖ୍ୟା ୨୦୨୦ ରେ ୩୦,୭୦୫ ଏବଂ ୨୦୧୯ ରେ ୩୧,୧୩୨ ଥିଲା।

  13. ଆମ୍‌ ଆଦ୍‌ମୀ ପାର୍ଟି ହରିୟାଣାରେ ସମସ୍ତ ୯୦ ବିଧାନସଭା ଆସନରେ ଲଢ଼ିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର କହିଛନ୍ତି।

  14. ବିହାଟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳବଦଳ ରାଜନୀତିକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର। ସେ କହିଛନ୍ତି, ନୀତୀଶ ଚତୁର ନୁହେଁ ଧୃତ ଅଟନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

  15. ସମ୍ପ୍ରତି ବିଶ୍ବର ଧନୀ ବ୍ୟକ୍ତିମାନଙ୍କର ସମ୍ପତ୍ତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣ ଏବେ ୨୦୭.୬ ବିଲିୟନ ଡଲାରରେ ପହଞ୍ଚିଛି।

  16. ଏଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହା ହେଉଛି ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ। କଂଗ୍ରେସ ଅଧ୍ୟକ୍ଷ ଦିନ ୧୨ ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ପଟୁଆରରେ ସେ ଲୋୟର ପିଏମଜିରେ ଆୟୋଜିତ ସମାବେଶରେ ଯୋଗଦେବେ।

  17. ଜାନୁଆରୀ ୩୧ ତାରିଖରୁ ତିନି ଦିନ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ। ଏନେଇ ଆକଳନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

  18. ଜାନୁଆରୀ ୨୬ରେ BSKY ନବୀନ କାର୍ଡ ଆବେଦନ ଶେଷ ହୋଇଥିଲେ ମଧ୍ୟ ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ପୁଣି ଆବେଦନ ବଢାଇଛନ୍ତି ରାଜ୍ୟ ସରକାର। ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନ ଅବଧି ବଢାଯାଇଛି।

  19. ଦିଲ୍ଲୀ କାଲକାଜୀ ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଚାଲୁଥିବାବେଳେ ଭାଙ୍ଗିଗଲା ମଞ୍ଚ । ମଞ୍ଚ ଭାଙ୍ଗିଯିବା ପରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।

  20. ପାଟଶାଢ଼ୀ ପିନ୍ଧି ମାରାଥନରେ ଦୌଡ଼ିଲେ ୫ ହଜାର ମହିଳା । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଓ ମହିଳା ସଶକ୍ତିକରଣ ଲକ୍ଷ୍ୟରେ ‘ପାଟଥନ’ ଆୟୋଜନ କରିଛି କିଟ୍ । ଏଥିରେ କିଟ୍ ଓ କିସର ୫ ହଜାର ମହିଳା କର୍ମଚାରୀ ଦୌଡ଼ରେ ସାମିଲ ହୋଇଥିଲେ । ଓଡ଼ିଶାର ଶାଢୀ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.