-
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟନ ବିଶ୍ବର ସବୁଠୁ ଧନୀ ରାଜନେତା। ତାଙ୍କର ସଂପତ୍ତି ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା। ୭୦୦ ନିୟୁତ ଡଲାର ମୂଲ୍ୟର ଜେଟ୍ ତାଙ୍କ ନିକଟରେ ରହିଛି।
-
ବିହାରର ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମରଣୋତ୍ତରଭାବେ ଭାରତର ୪୯ତମ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯିବ।
-
୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବ ବୋଲି କୁହାଯାଉଥିବା ଖବରକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମଙ୍ଗଳବାର ଖଣ୍ଡନ କରିଛନ୍ତି।
-
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏକ ମାଈ ଚିତା ୩ଟି ଶାବକକୁ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି।
-
ରାମଲଲାଙ୍କ ୫ବର୍ଷିୟ ବାଳକ ସ୍ବରପକୁ ସ୍ଥାପନା କରାଯାଇଛି। ବାଳୁତ ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନା ବ୍ୟବହୃତ ହୋଇଛି।
-
ମଧ୍ୟପ୍ରଦେଶର ଉମରିଆରେ ଜଣେ ସରକାରୀ ଅଧିକାରୀ ତାଙ୍କ ଗାଡ଼ିକୁ ଓଭରଟେକ୍ କରିବା ଅପରାଧରେ ଦୁଇଜଣ ଯୁବକଙ୍କୁ ମାଡ଼ ମରାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି।
-
ସଂସଦ ଗୃହରେ ଭିଜିଟର ଏବଂ ସେମାନେ ଆଣୁଥିବା ସାମଗ୍ରୀ ଯାଞ୍ଚ କରିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ଯବାନଙ୍କୁ ନିୟୋଜିତ କରାଯାଇଛି।
-
ଭାରତର ଦ୍ବିତୀୟ ବୃହତ୍ତମ ସଫ୍ଟୱେୟାର କମ୍ପାନିର ମାଲିକ ଏନ୍ଆର୍ ନାରାୟଣ ମୂର୍ତ୍ତି ବିମାନରେ ସାଧାରଣ ଶ୍ରେଣୀର ଯାତ୍ରୀ ହୋଇ ତାଙ୍କ ପାଖ ସିଟ୍ରେ ବସିଥିବେ ବୋଲି ନରେନ୍ କ୍ରିଷ୍ଣା ନାମକ ଜଣେ ଯୁବକ ସ୍ବପ୍ନରେ ସୁଦ୍ଧା ଭାବି ପାରିନଥିଲେ।
-
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲାରେ ମୁମ୍ବାଇର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର ହେବାରୁ ମିଳିଥିବା ଅନ୍ତରୀଣ ରିଲିଫକୁ ବମ୍ବେ ହାଇକୋର୍ଟ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୧୯,୭୨,୨୪୮ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି। ୨୦୧୩-୧୪ରେ ହୋଇଥିବା ୭,୨୧,୬୦୪ କୋଟି ଟଙ୍କା ତୁଳନାରେ ଏହା ୧୭୩ ପ୍ରତିଶତ ଅଧିକ।
-
ସାମସଙ୍ଗ ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଶକ୍ତି ଥିବା ସ୍ମାର୍ଟଫୋନ୍ ଗାଲାକ୍ସି ଏସ୍୨୪ ସିରିଜ୍କୁ ଉନ୍ମୋଚନ କରାଯାଇଛି।
-
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାରେ ୩.୦୯ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
-
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂର୍ଯ୍ୟୋଦୟ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଫଳରେ ଦେଶରେ ଗରିବ ଏବଂ ମଧ୍ୟମ ବର୍ଗ ବିଜୁଳି ବିଲରୁ ଆଶ୍ବସ୍ତି ପାଇପାରିବେ ।
-
ଟକ ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ଏସସିବି ମେଡ଼ିକାଲ କଲେଜରେ ୬୯ ବୟସରେ ତାଙ୍କର ଦେହାନ୍ତ ହୋଇଛି।
-
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଛି। କଂଗ୍ରେସ ପ୍ରଭାରୀ ଅଜୟ କୁମାର ନିଲମ୍ବନ ପ୍ରତ୍ୟାହାର ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.