• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅଯୋଧ୍ୟା ରାମ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିବାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କ ସମସ୍ତ କ୍ୟାବିନେଟ୍ ସହଯୋଗୀଙ୍କୁ ମାର୍ଚ୍ଚ ପର୍ଯ୍ୟନ୍ତ ମନ୍ଦିର ସହରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।
  2. ରସାୟନ ବିଜ୍ଞାନ, ପଦାର୍ଥବିଦ୍ୟା ଓ ଲାଇଫ୍ ସାଇନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯ ଜଣଙ୍କ ମଧ୍ୟରେ ୩ ଜଣ ଭାରତୀୟ ଯୁବ ବିଜ୍ଞାନୀଙ୍କୁ ଇଂଲଣ୍ଡର ସମ୍ମାନଜନକ ‘ବ୍ଲାଭାନ୍ତିକ ଆୱାର୍ଡସ୍ ଫର୍ ୟଙ୍ଗ୍ ସାଇଣ୍ଟିଷ୍ଟସ’ ପ୍ରଦାନ କରାଯାଇଛି। ଫେବ୍ରୁଆରି ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ସେମାନଙ୍କୁ ମାନପତ୍ର ସହ ମୋଟ ୪୮୦,୦୦୦ ପାଉଣ୍ଡର ପୁରସ୍କାର ରାଶି ପ୍ରଦାନ କରାଯିବ। ପୁରସ୍କୃତ ଭାରତୀୟ ଯୁବବିଜ୍ଞାନୀମାନେ ହେଉଛନ୍ତି ପ୍ରଫେସର ରାହୁଲ ଆର୍ ନାୟାର, ମେହୁଲ ମଲିକ ଓ ଡ. ତନ୍ମୟ ଭରତ।
  3. ନିର୍ବାଚନ ଆୟୋଗ ଏପ୍ରିଲ ୧୬ରେ ନିର୍ବାଚନ ହେବ ବୋଲି ଆପାତତଃ ଧାର୍ଯ୍ୟ କରିଛନ୍ତି। ଦିଲ୍ଲୀର ସମସ୍ତ ୧୧ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଏପ୍ରିଲ ୧୬ ତାରିଖ କେବଳ ରେଫରେନ୍ସ ପାଇଁ ଉଦ୍ଦିଷ୍ଟ ଥିଲା।
  4. ୬୫ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ରୁଷର ଏକ ଆଇଏଲ-୭୬ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ବେଲଗୋରୋଡ୍ ଅଂଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
  5. ଜାନୁଆରୀ ୨୫ ତାରିଖ ଗୁରୁବାର ବାରଣାସୀର ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ ରିପୋର୍ଟ ସାର୍ବଜନୀନ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହିନ୍ଦୁ ଓ ମୁସଲମାନ ପକ୍ଷରେ ସହମତି ପ୍ରକାଶ ପାଇଛି।
  6. ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ମେଣ୍ଟ ପାଇଁ ମନା କରିବା ପରେ  ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟ କଂଗ୍ରେସ ସହ ମେଣ୍ଟ ପାଇଁ ମନା କରିଦେଇଛି ।
  7. ୨୦୩୦ ସୁଦ୍ଧା ୧୦୦ ମେଟ୍ରିକ୍ ଟନ୍ କୋଇଲା ଗ୍ୟାସିଫିକେସନ୍ ଲକ୍ଷ୍ୟ ହାସଲ କରିବାକୁ କୋଇଲା ଇଣ୍ଡିଆ ଲିମିଟେଡ୍କୁ ଦୁଇଟି କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ସରକାର ଅନୁମତି ଦେଇଛନ୍ତି।
  8. ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଜାନୁୟାରୀ ୨୭ ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି ।
  9. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ନୂତନ କୋଠା କୌଶଳ ଭବନକୁ ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ବିଭିନ୍ନ ହିତାଧିକାରୀଙ୍କ ଦ୍ୱାରା ସ୍ଥାପିତ ପ୍ରଦର୍ଶନୀ ଏବଂ ଷ୍ଟଲଗୁଡ଼ିକ ପରିଦର୍ଶନ କରିଥିଲେ।
  10. ବର୍ତ୍ତମାନ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀଙ୍କ ଗିରଫଦାରୀ ନିଶ୍ଚିତ ହେବ। ଯଦି ଆମେ ବର୍ତ୍ତମାନ କାର୍ଯ୍ୟ କରୁ, ସେମାନେ ଏହାକୁ ଏକ ରାଜନୈତିକ ପଦକ୍ଷେପ ବୋଲି କହିବେ ବୋଲି ଶର୍ମା କହିଛନ୍ତି।
  11. ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଦୁଇ ଦିନ ଭିତରେ ମନ୍ଦିରକୁ ୩.୧୭କୋଟି ଟଙ୍କାର ଦାନ ମିଳିଛି। ଏହିସବୁ ଉଦ୍‌ଘାଟନୀରେ ଆସିଥିବା ଅତିଥିମାନେ ଦେଇଛନ୍ତି। ଏହାବାଦ୍‌ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଲୋକ ମନ୍ଦିରକୁ ପ୍ରାୟ ୧୦ଲକ୍ଷ ଟଙ୍କାର ନୈବେଦ୍ୟ ଚଢାଇଛନ୍ତି।
  12. ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଲେ ଟ୍ବିନ ସିଟି ପୁଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଇଥିବା ବେଳେ ସଂଜୀବ ପଣ୍ଡାଙ୍କୁ ଟ୍ବିନ ସିଟି ପୁଲିସ କମିଶନର ଦାୟିତ୍ବ ପ୍ରଦାନ କରାଯାଇଛି।
  13. ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ତିନିଦିନ ଧରି ଅସ୍ଥାୟୀ ସଂଗ୍ରାହଳୟର ଆୟୋଜନ କରାଯିବ । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଭାଷା ସମ୍ପର୍କିତ ବିଭିନ୍ନ କଳାକୃତି ଏଥିରେ ପ୍ରଦର୍ଶିତ ହେବ।
  14. 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର  ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ   ଲୋକାର୍ପିତ କରିଛନ୍ତି ।
  15. ଓମାନର ମସ୍କାଟରେ ଅନୁଷ୍ଠିତ ଏଫଆଇଏଚ ହକି ମହିଳା ବିଶ୍ୱକପ (୫)ରେ ଭାରତୀୟ ଦଳ ପୋଲାଣ୍ଡକୁ ୫-୪ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଖାଁ ମୁମତାଜ ଏବଂ ଦୀପିକା ସୋରେଙ୍ଗ ୨ଟି ଲେଖାଏଁ ଗୋଲ ଦେଇଥିବା ବେଳେ କୁଜୁର ମାରିଆନା ଗୋଟିଏ ଗୋଲ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.