• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କର୍ତ୍ତବ୍ୟପଥରେ ଅନୁଷ୍ଠିତ ୭୫ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ ହୋଇଛି। ଗୁଜରାଟର ପ୍ରଜ୍ଞାପନ ମେଢ଼ ଦ୍ବିତୀୟ ଓ ତାମିଲନାଡୁର ପ୍ରଜ୍ଞାପନ ମେଢ଼ ତୃତୀୟ ସ୍ଥାନ ହାସଲ କରିଛି।

  2. ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା ‘LAVA’। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ଯୋଜନା ଫଳରେ ରାଜ୍ୟର ଆଦିବାସୀ ମହିଳା ମାନେ ଉପକୃତ ହେବେ।

  3. ଚାକିରି ପାଇଁ ଜମି ମାମଲାରେ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ହାଜର ହୋଇଛନ୍ତି। ତାଙ୍କୁ ପ୍ରାୟ ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଇଡି କାର୍ଯ୍ୟାଳୟରେ ଅଧିକାରୀମାନେ ପଚରାଉଚରା କରିଛନ୍ତି।

  4. ପ୍ରଥମ ଦିନରେ ୫ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ଏହି ଜିଲ୍ଲାଗୁଡିକ ହେଲା – ଗଞ୍ଜାମ, ମୟୁରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡା । ଏହିସବୁ ଜିଲ୍ଲାର ୫୦୦ଟି ପଞ୍ଚାୟତ ଓ ୱାର୍ଡରୁ ଭକ୍ତମାନେ ଆସିଥିଲେ।

  5. ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢି ଚାଲଥିବା ବେଳେ ରାଜନୈତିକ ମହଲରେ ଆଲୋଚନା ହେଉଛି କି ଇଡିର ସାମ୍ନା କରିବା ପରେ ହୁଏତ ହେମନ୍ତ ମୁଖ୍ୟମନ୍ତ୍ରୀ ଆସନ ହରାଇ ପାରନ୍ତି। ଏମିତି ହେଲେ ଏହି ଆସନରେ ତାଙ୍କ ପତ୍ନୀ କଳ୍ପନା ସୋରେନ ବସି ପାରନ୍ତି ବୋଲି ଅନୁମାନ କରାଯାଉଛି।

  6. କେନ୍ଦ୍ର ସରକାର ଷ୍ଟୁଡେଣ୍ଟସ୍ ଇସ୍ଲାମିକ୍ ମୁଭମେଣ୍ଟ ଅଫ୍ ଇଣ୍ଡିଆ (ସିମି)କୁ ଆଉ ୫ ବର୍ଷ ପାଇଁ ବେଆଇନ ସଂଗଠନ ଘୋଷଣା କରିଛନ୍ତି । ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (ୟୁଏପିଏ) ୧୯୬୭ର ଧାରା ୩(୧) ଅନୁଯାୟୀ ଏହି କଟକଣା ଲଗାଯାଇଛି ।

  7. ଓଡ଼ିଶାର ଖାଲି ପଡୁଥିବା ୩ ଆସନ ପାଇଁ ଫେବ୍ରୁଆରି ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏହି ଦିନ ଦେଶର ୫୬ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

  8. ଜମି ଦୁର୍ନୀତି ସଂପର୍କିତ ଟଙ୍କା ହେରଫେର ମାମଲାରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନକୁ ଖାତିର ନକରି ଦୂରେଇ ରହିଛନ୍ତି।

  9. ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସୁପ୍ରିମ୍‌କୋର୍ଟ ଏକ (ରେଳ) ପ୍ଲାଟଫର୍ମ ନୁହେଁ ଯେଉଁଠାରେ ଆପଣ ଯେକୌଣସି ଟ୍ରେନ୍‌ରେ ଚଢ଼ିପାରିବେ। କୋର୍ଟରେ ଜଣେ ଓକିଲ ନିଜର ପାଳି ନ ଥାଇ ମଧ୍ୟ ଯୁକ୍ତି ବାଢ଼ିବା ପରେ ପ୍ରଧାନ ବିଚାରପତି ତାଙ୍କୁ ଏଭଳି କଠୋର ମନ୍ତବ୍ୟ ଶୁଣାଇଥିଲେ।

  10. ବ୍ୟାଙ୍କରେ ଥିବା ଜମା ରାଶିରେ ନୋମିନି (ଭାଗିଦାର) ନକରିବାରୁ ଜଣେ ମହିଳା ଉପଖଣ୍ଡ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌)ଙ୍କୁ ତାଙ୍କର ରୋଜଗାରବିହୀନ ପତି ଶ୍ବାସରୁଦ୍ଧ କରି ହତ୍ୟା କରିଛି।

  11. ୨୦୧୭ରୁ ବର୍ତ୍ତମାନ ସୁଦ୍ଧା ୭୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କଲେଣି। କେବଳ ‌ଗତବର୍ଷ କୋଟାରେ ସର୍ବାଧିକ ୨୬ ଜଣ ଆତ୍ମହତ୍ୟା କରିଥିଲେ। ୨୦୧୭ରେ ୧୦ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୧୮ରେ ୧୨ ଜଣ, ୨୦୧୯ରେ ୮ , ୨୦୨୦ରେ ୪, ୨୦୨୧ରେ ଜଣେ ଆତ୍ମହତ୍ୟା କରିଥିଲେ। ୨୦୧୯ରୁ ଆତ୍ମହତ୍ୟା ସଂଖ୍ୟା କମିଥିଲେ ମଧ୍ୟ ୨୦୨୨ରୁ ପୁଣି ବୃଦ୍ଧି ପାଇଛି।

  12. ପଶ୍ଚିମବଙ୍ଗ କଂଗ୍ରେସ ୟୁନିଟ ସୋମବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପୋଲିସ ଅଭିଯୋଗ ଆଣିଛି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

  13. କେଜ୍‌ରିଓ୍ବାଲ କହିଛନ୍ତି, ଆମେ ୨୦୧୬ରେ ସୋଲାର ପଲିସି ପାସ କରିଥିଲୁ। ଏହା ସମଗ୍ର ଦେଶର ସବୁଠାରୁ ପ୍ରଗତିଶୀଳ ସୋଲାର ପଲିସି ଭାବରେ ବିବେଚନା କରାଯାଉଥିଲା। ଦିଲ୍ଲୀ ସରକାର ନୂତନ ସୋଲାର ପଲିସି ୨୦୨୪ କାର୍ଯ୍ୟକାରୀ କରିଛନ୍ତି। ଯେଉଁମାନେ ନିଜ ଛାତରେ ସୋଲାର ପ୍ୟାନେଲ ଲଗାଇବେ, ସେମାନେ କେତେ ୟୁନିଟ ବିଦ୍ୟୁତ୍‌ ଖର୍ଚ୍ଚ କଲେ ମଧ୍ୟ ଶୂନ୍ୟ ବିଦ୍ୟୁତ୍‌ ବିଲ ପାଇବେ।

  14. ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାଉଥିବାବେଳେ ସୋମବାର ସକାଳେ ତାଙ୍କ ପୈତୃକ ଗ୍ରାମ ବାନିୟାନୀରେ ପହଞ୍ଚିଥିଲେ। ଏଠାରେ ଥିବା ତାଙ୍କ ପୈତୃକ ଘର ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି।

  15. ୫ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।

  16. ବିଜେଡିରେ ଯୋଗ ଦେଇଛନ୍ତି । ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପ୍ରଧାନଙ୍କ ପରି ବିଶିଷ୍ଟ କଳାକାର ଶଙ୍ଖ ଫୁଙ୍କିଛନ୍ତି । ଏମାନଙ୍କ ସହ ୩ଶହରୁ ଅଧିକ କଳାକାର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

  17. ଦିନିକିଆ ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭବାନୀପୁର ସ୍ପୋର୍ଟସ କପ୍ଲେକ୍ସରେ ନୂଆ-ଓ ଫେଷ୍ଟରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳ ହେବାର ବାର୍ତ୍ତା ଦେଇଛନ୍ତି। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ୫ଟି ଅଧ୍ୟକ୍ଷ ।

  18. ପୂର୍ବତନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ନୂଆ ସିପି ସଞ୍ଜୀବ ପଣ୍ଡା । ୧୯୯୪ ବ୍ୟାଚ ଆଇପିଏସ ସଞ୍ଜୀବ ପଣ୍ଡାଙ୍କୁ ଟ୍ବିନ ସିଟି ପୁଲିସ କମିଶନ ଦାୟିତ୍ବ ନେଇଛନ୍ତି। 

  19. ବିହାର ସରକାର ମାସକୁ ୬୦୦୦ ଟଙ୍କାରୁ କମ୍ ଆୟ ଥିବା ୯୪ ଲକ୍ଷ ଗରିବ ପରିବାରକୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନ୍ତରୀଣ ବଜେଟରେ ଏହି ଯୋଜନାକୁ କେନ୍ଦ୍ର ସରକାର ଆପଣାଇବାର ସମ୍ଭାବନା ଦେଖାଦେଇଛି।

  20. ଆମେରିକା ସେନା ଉପରେ ଡ୍ରୋନ୍‌ ଆକ୍ରମଣ । ଏହି ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଥିବା ସୂଚନା। । ସିରିଆ-ଜୋର୍ଡାନ ସୀମାରେ ଆମେରିକାର ଯବାନଙ୍କ ଉପରେ ହୋଇଛି ଆକ୍ରମଣ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.