• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପିଟିଆଇର ଉପାଧ୍ୟକ୍ଷ ଶାହ ମହମ୍ମଦ କୁରେଶୀଙ୍କୁ ପାକିସ୍ତାନର ଏକ ଅଦାଲତ ବିବାଦୀୟ ସାଇଫର୍ (ଗୁପ୍ତ ଦସ୍ତାବିଜ୍ ଲିକ୍) ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି।

  2. ଦିଲ୍ଲୀ କର୍ତ୍ତବ୍ୟପଥର ୭୫ତମ ସାଧାରଣତନ୍ତ୍ର ଦିବସ ପରେଡରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ବର୍ଗରେ ବିଚାରକମଣ୍ଡଳୀ ଦ୍ଵାରା ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୁତ କରାଯାଇଛି।

  3. ଚଣ୍ଡୀଗଡ଼ ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ମନୋଜ କୁମାର ସୋନକର ବିଜୟୀ ହୋଇଛନ୍ତି, ଯାହା କି ଇଣ୍ଡି ମେଣ୍ଟ ଓ ବିଜେପି ମଧ୍ୟରେ ପ୍ରଥମ ନିର୍ବାଚନୀ ଲଢ଼େଇ ଥିଲା। ବିରୋଧୀ ମେଣ୍ଟ ପ୍ରାର୍ଥୀଙ୍କ ୮ଟି ଭୋଟ୍ ଅବୈଧ ଘୋଷଣା ହେବା ଫଳରେ ବିଜେପି ପ୍ରାର୍ଥୀଙ୍କୁ ବିଜୟମୁକୁଟ ମିଳିଛି।

  4. ବହୁ ଚର୍ଚ୍ଚିତ ‘ଚାକିରି ପାଇଁ ଜମି’ ଦୁର୍ନୀତି ମାମଲ‌ାରେ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଜେରା କରିଛି।

  5. କେରଳର ବିଜେପି ନେତା ରଣଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ସହ ଜଡ଼ିତ ୧୫ ଜଣଙ୍କୁ ମଙ୍ଗଳବାର କେରଳର ଏକ ଅଦାଲତ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଗତ ସପ୍ତାହରେ ଏହି ୧୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

  6. ସଂସଦର ଆଗାମୀ ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହରୁ ନିଲମ୍ବିତ ହୋଇଥିବା ସମସ୍ତ ୧୧ ଜଣ ସଦସ୍ୟଙ୍କ ନିଲମ୍ବନ ପ୍ରତ୍ୟାହାର କରି ନେଇଛନ୍ତି।

  7. ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ ୧୪ ଆହତ ହୋଇଛନ୍ତି ।

  8. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ ବା ସିଏଏ ପ୍ରସଙ୍ଗ ଉଠାଇଥିବାରୁ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ସେ ତାଙ୍କ ଜୀବନକାଳ ମଧ୍ୟରେ ରାଜ୍ୟରେ ସିଏଏ କୁ କେବେ ବି ଲାଗୁ ହେବାକୁ ଦେବେ ନାହିଁ।

  9. ଷ୍ଟକ୍‌ ବଜାରରେ ବଡ଼ ଧରଣର ଅସ୍ଥିରତା ଦେଖାଦେଇଛି। ସେନସେକ୍ସରେ ପ୍ରାୟ ୧୨୦୦ ପଏଣ୍ଟ ବୃଦ୍ଧି ଘଟିଥିବାବେଳେ ୮୦୦ ପଏଣ୍ଟରୁ ଅଧିକ ହ୍ରାସ ଘଟିଛି। ସେନସେକ୍ସ ୭୧,୧୩୯.୯୦ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟି ୨୧୬ ପଏଣ୍ଟ ଖସି ୨୧,୫୨୨.୧୦ ପଏଣ୍ଟରେ ରହିଛି।

  10. ଏବେ ହ୍ବାଟ୍‌ସଆପ୍‌ ଯେପରି ପୂର୍ବରୁ ବ୍ୟାକ୍‌ଅପ୍‌ ସୁବିଧା ଦେଉଥିଲା ସେପରି ଆଉ ଦେବ ନାହିଁ। ନିକଟରେ କମ୍ପାନି ଏନେଇ ଏକ ଘୋଷଣା କରିଛି ଯେ ଏଥର ଗ୍ରାହକଙ୍କୁ କେବଳ ୧୫ ଜିବି ଗୁଗୁଲ୍ ସ୍ପେସ ମିଳିବ। ସେହି ସ୍ପେସ୍‌ ମଧ୍ୟରେ ହିଁ ବ୍ୟବହାରକାରୀ ସେମାନଙ୍କ ଚାଟ୍‌କୁ ସେଭ୍‌ କରି ରଖିପାରିବେ।

  11. ୬ ଜଣ ନାବାଳିକା ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗର ବିଚାର କରି କୋଝିକୋଡେର ଜଣେ ଶିକ୍ଷକଙ୍କୁ କେରଳ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ଶିକ୍ଷକଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ କୋର୍ଟ କହିଛନ୍ତି ଗୋଟିଏ ଦିନରେ ୬ ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇପାରିବ ନାହିଁ। ଏହା ଅସମ୍ଭବ ତଥା ସନ୍ଦେହଜନକ ମନେହୁଏ।

  12. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ସଭାର ସଦସ୍ୟ ଭାବରେ ସତ୍‌ନାମ ସିଂ ସାନ୍ଧୁଙ୍କୁ ମନୋନୀତ କରିଛନ୍ତି। ଜଣେ କୃଷକଙ୍କ ପୁଅ ସତ୍‌ନାମ ହେଉଛନ୍ତି ଭାରତର ଅଗ୍ରଣୀ ଶିକ୍ଷାବିତ୍‌।

  13. ଉତ୍ତରପ୍ରଦେଶର ଗୌଣ୍ଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ନିର୍ଯାତନା ସହି ନ ପାଇ ଡାକ୍ତର ସ୍ବାମୀ ନିଜ କ୍ଲିନିକରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।

  14. ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ଏନ୍‌ସିପି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ନିଷ୍ପତ୍ତି ନେବା ସମୟସୀମାକୁ ସୁପ୍ରିମକୋର୍ଟ ଫେବୃଆରୀ ୧୫ ପର୍ଯ୍ୟନ୍ତ ବଢ଼ାଇଛନ୍ତି।

  15. ପରିବାର ପେନ୍‌ସନ ପାଇଁ ଜଣେ ମହିଳା କର୍ମଚାରୀ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ଝିଅ କିମ୍ବା ପୁଅଙ୍କୁ ନୋମିନି କରିପାରିବେ। କେନ୍ଦ୍ର ସରକାର ଏନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।

  16. ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ଶୁଟରଙ୍କୁ ହରିୟାଣାରେ ହାତଗୋଡ଼ ବାନ୍ଧି ଜାଳି ଦିଆଯାଇଛି। ରଞ୍ଜନ ନାମକ ଏହି ଶୁଟର ବହୁ ଗ୍ୟାଙ୍ଗ୍‌ଓ୍ବାରରେ ସାମିଲ ଥିଲେ।

  17. ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାର ଫେବୃଆରୀ ୧୦ରେ ବିଧାନସଭାରେ ଆସ୍ଥା ଭୋଟ ଲୋଡିବେ। ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

  18. କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନଅ ଲକ୍ଷରୁ ଅଧିକ ପଦବୀ ଖାଲି ପଡିଛି ବୋଲି ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିଭି କହିଛନ୍ତି। ଏହି ପଦବୀ ପୂରଣ ପାଇଁ ଶାସକ ଦଳ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି।

  19. ଉତ୍ତର ପଶ୍ଚିମ ଦିଲ୍ଲୀର ଶକୁର ବସ୍ତିରେ ମହିଳାଙ୍କୁ ଛୁରାମାଡ଼ ହେବାର ୪ ଦିନ ପରେ ପୁଲିସ ୨୧ ବର୍ଷୀୟ ଯୁବକକୁ ଗିରଫ କରିଛି। ପୁରୁଷ ଜଣକ କହିଛନ୍ତି ଯେ ପୂର୍ବରୁ ସେହି ମହିଳାଙ୍କ ସହ ତାଙ୍କର ବନ୍ଧୁତା ଥିଲା, କିନ୍ତୁ ପରେ ସେ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ଶେଷ ଥର ପାଇଁ ଦେଖା କରିବା ବାହାନା କରି ସେ ତାଙ୍କୁ ଏକ ନିଛାଟିଆ ଅଞ୍ଚଳକୁ ଡାକି ପ୍ରାୟ ୫୦ ଥର ଛୁରୀ ଭୁସି ହତ୍ୟା କରିଥିଲେ।

  20. ଉତ୍କଳ ବିଶ୍ବବିଦ୍ୟାଳୟରେ ଆନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା ଫେବୃଆରୀ ୧୫ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସହିତ ୩୮ଟି ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟରୁ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.