• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କର୍ଣ୍ଣାଟକର ରାଇଚୁରରେ ଏକ ପୋଲ ନିର୍ମାଣ ସମୟରେ କୃଷ୍ଣା ନଦୀତଟରୁ ଏକ ପ୍ରାଚୀନ ବିଷ୍ଣୁମୂର୍ତ୍ତି ଏବଂ ଶିବଲିଙ୍ଗ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ମୂର୍ତ୍ତିଗୁଡ଼ିକ ୧୦୦୦ ବର୍ଷ ପୁରୁଣା ହୋଇପାରେ।

  2. ଉତ୍ତରାଖଣ୍ଡ ଭାରତର ପ୍ରଥମ ରାଜ୍ୟ ଭାବେ ୟୁନିଫର୍ମ ସିଭିଲ କୋଡ୍ ଉପରେ ଆଇନ ପ୍ରଣୟନ କରିବାକୁ ଯାଉଛି।

  3. ଫେବ୍ରୁଆରି ୨୭ ତାରିଖରେ ମହାରାଷ୍ଟ୍ରର ୬ଟି ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଶରଦ ପାୱାର ଗୋଷ୍ଠୀ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି- ଶରଦଚନ୍ଦ୍ର ପାୱାର’ ନାମରେ ପରିଚିତ ହେବ ବୋଲି ବୁଧବାର ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି।

  4. ୭ ଅକ୍ଟୋବର ୨୦୨୩ରୁ ଆରମ୍ଭ ହୋଇଥିବା ହମାସ୍‌-ଇସ୍ରାଏଲ୍‌ ଯୁଦ୍ଧ ୫ମ ମାସରେ ପହଞ୍ଚିଛି। ଯୁଦ୍ଧରେ ଗାଜାରେ ବ୍ୟାପକ କ୍ଷୟକ୍ଷତି, ସହସ୍ରାଧିକ ହମାସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଓ ଶତାଧିକଙ୍କ ଗିରଫ ପରେ ହମାସ୍‌ ପକ୍ଷରୁ ୧୩୫ ଦିନିଆ ଶାନ୍ତି ପ୍ରସ୍ତାବ ଜାରି କରାଯାଇଛି।

  5. ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ସଞ୍ଜୟ ସିଂହଙ୍କ ଜାମିନ ଆବେଦନଖାରଜ କରିଛନ୍ତି। ଜାନୁଆରୀ ୩୧ରେ ଦିଲ୍ଲୀ ହାଇକୋର୍ଟ ସଞ୍ଜୟ ସିଂହଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ।

  6. ଓଡିଶା ବିଧାନସଭାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଏହାସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଗାମୀ ୪ମାସ ପାଇଁ ପ୍ରାୟ ୯୦ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ‌ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

  7. ଷ୍ଟକ୍ ବଜାରରେ ନିବେଶକମାନଙ୍କ ଭିତରେ ବେଶ ପ୍ରିୟ ଥିଳା ପେଟିଏମ୍‌ର ସେୟାର। ସେଥିପାଇଁ ୧୧ ଲକ୍ଷରୁ ଅଧିକ ଖୁଚୁରା ନିବେଶକ, ୫୦୦ରୁ ଅଧିକ ବୈଦେଶିକ ସଂସ୍ଥାଗତ ନିବେଶକ ଓ ୯୭ଟି ମ୍ୟୁଚୁଆଲ ଫଣ୍ଡ୍ ଏହାର ସେୟାରରେ ନିବେଶ କରିଛନ୍ତି।

  8. ଭାରତ ଭଳି ୩୩ଟି ଦେଶର ପର୍ଯ୍ୟଟକଙ୍କ ପାଇଁ ଭିଜାମୁକ୍ତ ସୁବିଧା ଆରମ୍ଭ କରିଛନ୍ତି ଇରାନ ସରକାର। ଭାରତରେ ଥିବା ଇରାନର ଦୂତାବାସ ଏନେଇ ଆଧିକାରିକ ସୂଚନା ଦେଇଛନ୍ତି

  9. ୧୯୪୭ ମସିହାରେ ଦେଶରେ ସାକ୍ଷରତା ହାର ମାତ୍ର ୨୦ ପ୍ରତିଶତ ଥିବା ବେଳେ ସ୍ୱାଧୀନତାର ୭୬ ବର୍ଷ ପରେ ଏହି ହାର ପ୍ରାୟ ୮୦ ପ୍ରତିଶତକୁ ବୃଦ୍ଧି ପାଇଛି।

  10. ମଧ୍ୟପ୍ରଦେଶର ଅନେକ ଜିଲାରେ ମଣ୍ଡିରେ ରସୁଣର ମୂଲ୍ୟ ବୃଦ୍ଧି ହେବାର ଖବର ରହିଛି। ଅନେକ ସ୍ଥାନରେ ରସୁଣ ବଜାରରେ କ୍ୱିଣ୍ଟାଲ ପିଛା ୪୦,୦୦୦ଟଙ୍କାରେ ବିକ୍ରି ହେଉଛି।

  11. ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବା ପାଇଁ ସେ ଛାଡ ମାଗିଥିଲେ ଯେଉଁଥିରେ କୋର୍ଟ ହାଜର ହେବା ପାଇଁ ଛାଡ ପ୍ରଦାନ କରିଛନ୍ତି। ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୯ରେ ରାଉସ ଆଭେନ୍ୟୁ କୋର୍ଟରେ ହେବ।

  12. ୨୦ ଲକ୍ଷ ଭାରତୀୟଙ୍କୁ କୃତ୍ରିମ ବୁଦ୍ଧିମତା ପ୍ରଶିକ୍ଷଣ ଦେବ ମାଇକ୍ରୋସଫ୍ଟ।

  13. ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ।  

  14. ସରକାର ଟୋଲ ଫି’ ପାଇଁ ‘ଉପଗ୍ରହ ଆଧାରିତ ପଥ କର ପ୍ରଣାଳୀ’ ଅର୍ଥାତ୍ ସାଟେଲାଇଟ୍ ବେଷ୍ଟ୍ଡ ଟୋଲ୍ ଟ୍ୟାକ୍ସ ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି । ତଦନୁସାରେ ଟୋଲ ଗେଟ ହଟାଇ ଦିଆଯିବ ଏବଂ ଗାଡି ଚାଳକଙ୍କୁ କେବଳ ସେତିକି ଦୂରର ଟ୍ୟାକ୍ସ ଦେବାକୁ ପଡିବ ଯେତିକି ସେମାନେ ଯାତ୍ରା କରିବେ ।

  15. ବାଲେଶ୍ବର ନୀଳଗିରି ଅଞ୍ଚଳରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ।

  16. ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆରେ ନିର୍ମିତ ଆଇକନିକ ଓଡିଆ ଆଦର୍ଶ ବିଦ୍ୟାଳୟ ଶିକ୍ଷା ସୌଧକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲେ ।

  17. ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ଲୋକମତ ସଂସଦୀୟ ପୁରସ୍କାର ୨୦୨୩ ସାଂସଦ ପୁରସ୍କାରଲାଭ କରିଛନ୍ତି ।

  18. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେମୀ ପରୀକ୍ଷା ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ।

  19. ବିପର୍ଯ୍ୟୟ ପରିଚାଳନା ତାଲିମକୁ ତୃଣମୂଳ ସ୍ତରରେ ପହଞ୍ଚାଇ ପ୍ରତିଘରୁ ଜଣେ ଜଣେ ‘ବିପର୍ଯ୍ୟୟ ପ୍ରଶମନ ଯୋଦ୍ଧା’ ସୃଷ୍ଟି କରିବା ଲକ୍ଷ୍ୟରେ ଅଙ୍ଗନବାଡ଼ି ମା’ମାନଙ୍କୁ ସାମିଲ କରାଯିବ।

  20. ଦୁଇ ଦିନ ତଳେ ପଞ୍ଜାବ ଡିଏସ୍‌ପି ନିଯୁକ୍ତ ହୋଇଥିବା ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ନାବାଳିକା ଦୁଷ୍କର୍ମ ମାମଲା ଲାଗିଛି। ହାଇଦରବାଦର ଜଣେ ଯୁବତୀ ଏହି ଅଭିଯୋଗ ଲଗାଇଛନ୍ତି।  ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ପରେ ସେ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.