• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଚଳିତ ଫେବ୍ରୁଆରି ୧୭ ତାରିଖ ଶନିବାର ପୂର୍ବାହ୍ନ ସାଢ଼େ ପାଞ୍ଚଟାରେ ଜିଏସ୍ଏଲଭି-ଏଫ୍୧୪/ଇନସାଟ୍-୩ଡିଏସ୍ ମିଶନର ଉତକ୍ଷେପଣ ହେବ।

  2. ପୁରୀରେ ନିର୍ମିତ ଶ୍ରୀ ଜଗନ୍ନାଥ କ୍ରିକେଟ ଷ୍ଟାଡ଼ିୟମ ରାଜ୍ୟର ପ୍ରଥମ ସରକାରୀ କ୍ରିକେଟ ଷ୍ଟାଡ଼ିୟମ ଭାବେ ନିର୍ମାଣ କରାଯାଇଛି।

  3. ଗତ ୪ ବର୍ଷ ଧରି  ଦ୍ଵିପାକ୍ଷିକ ବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସହ ବ୍ୟାବସାୟିକ କାରବାର ବୃଦ୍ଧି ପାଇଁ ଭାରତ-ମ୍ୟାମାର ମଧ୍ୟରେ ମୁକ୍ତ ଯାତାୟାତ ଆରମ୍ଭ ହୋଇଥିଲା । ଏହି ମୁକ୍ତ ଯାତାୟାତ ଚୁକ୍ତିକୁ ଖାରଜ କରିବାକୁ ଗୃହମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି।

  4. ରିପବ୍ଲିକାନ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ନିକି ହାଲି ଭାରତର ଆମେରିକା ପ୍ରତି ରହିଥିବା ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଭାରତ ଆମେରିକା ସହ ଅଂଶୀଦାର ହେବାକୁ ଚାହୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନେ ଆମେରିକାର ନେତୃତ୍ବ ଉପରେ ବିଶ୍ୱାସ କରୁନାହାନ୍ତି।

  5. ଦିଲ୍ଲୀ ସୀମାରେ ପୁଣି ବଡ଼ ଧରଣର ଚାଷୀ ଆନ୍ଦୋଳନ ସରକାରଙ୍କ ଚିନ୍ତା ବଢ଼ାଇଛି।

  6. ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ସିଏମ ଖାନୱିଲକରଙ୍କୁ ଭାରତର ପରବର୍ତ୍ତୀ ଲୋକପାଳ ଭାବେ ନିଯୁକ୍ତ କରାଯିବ।

  7. ଓଡିଶା ଅନ୍ତରୀଣ ବଜେଟରେ ସଡ଼କ, ସେତୁ, ବିମାନବନ୍ଦର ଏବଂ ରେଳବାଇ ବିକାଶ ପାଇଁ  ୨୧,୦୦୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାରେ ମେଟ୍ରୋ ରେଳର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି ।

  8. ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ଵାରା  ଉପସ୍ଥାପିତ ରାଜ୍ୟ ଅନ୍ତରୀଣ ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରାଯାଇଛି । ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ ୩୩୮୬୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

  9. ଡ. ଅର୍ଚ୍ଚନା ନାୟକ, ଡ.ଗୋବିନ୍ଦ ଭୂୟାଁ ଓ ସଦାଶିବ ଦାଶଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଫଳରେ ଉକ୍ତ ୩ ସାହିତ୍ୟିକଙ୍କୁ ୨୨ବର୍ଷ ପରେ ନ୍ୟାୟ ମିଳିଛି।

  10. ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରେଳ ମନ୍ତ୍ରଣାଳୟର ୬ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଏହାର ମୋଟ ଆନୁମାନିକ ମୂଲ୍ୟ ୧୨,୩୪୩ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଇଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

  11. ଜଳ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍ ୨୦୨୪ ସଂସଦରେ ଗୃହୀତ ହୋଇଛି। ଲୋକସଭାରେ ଗୁରୁବାର ଏହି ବିଲ୍ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଏହା ପୂର୍ବରୁ ଗୃହୀତ ହୋଇଥିଲା।

  12. ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ କରଯାଇଥିଲା ।

  13. ୨୦୨୪ ମସିହାରେ ୮୬ ବର୍ଷୀୟ ରତନ ଟାଟାଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇଛି। ଏହି ସ୍ବପ୍ନ ହେଉଛି ‘ପେଟ୍‌’ ପ୍ରୋଜେକ୍ଟ। ସେ ମୁମ୍ବଇରେ ଏକ ବଡ଼ ପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ, ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଛି।

  14. ନିର୍ବାଚନ କମିଶନ ଓ ଅଧିକାରୀ ମାନେ ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ।

  15. ଅଲିମ୍ପିକ୍‌ସ ଓ ବିଶ୍ବ ଚମ୍ପିଆନ୍‌ ଜାଭେଲିନ୍‌ ତାରକା ଭାରତର ନୀରଜ ଚୋପ୍ରା ସ୍ବିଜରଲାଣ୍ଡରେ ସମ୍ମାନିତ ହୋଇଛନ୍ତି। ସ୍ବିଜରଲାଣ୍ଡର ବରଫାବୃତ ଉଚ୍ଚ ପର୍ବତ ଶୃଙ୍ଗ ଜଙ୍ଗ୍‌ଫ୍ରୌଜୋଚ୍‌ ଉପ​‌େ​‌ର ଥିବା ଆଇସ୍‌ ପ୍ୟାଲେସ୍‌ ଉପରେ ନୀରଜଙ୍କୁ ଏକ ଫଳକ ପ୍ରଦାନ କରାଯାଇଛି।

  16. ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ ।

  17. ପଛୁଆବର୍ଗ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ବଡ଼ ଟିପ୍ପଣୀ ଜାରି କରିଛନ୍ତି। ପଛୁଆବର୍ଗରେ ସାମିଲ ଥିବା ଯେଉଁମାନେ ସଂରକ୍ଷଣ ବ୍ୟବସ୍ଥାରୁ ଲାଭବାନ ହୋଇସାରିଛନ୍ତି ସେମାନେ ଏହି ଶ୍ରେଣୀରୁ ବାହାରି ଯିବା ସହିତ ଅତ୍ୟଧିକ ପଛୁଆବର୍ଗ ଲୋକଙ୍କୁ ସଂରକ୍ଷଣ ସୁବିଧା ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

  18. ପୁରୀ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂପୁର ଓ କେନ୍ଦ୍ରାପଡା ୬ ଜିଲ୍ଲାର ୯୬୦ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ବାହାରିଛନ୍ତି ।

  19. ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ ଷଷ୍ଠ ଥର ପାଇଁ ଆରବିଆଇ ଏମପିସି ରେପୋ ହାରକୁ ଅପରିବର୍ତ୍ତିତ କରି ୬.୫ ପ୍ରତିଶତରେ ରଖିଛି।

  20. ଆସନ୍ତା ୨୭ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ୧୬ ଫେବୃଆରୀରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.