• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହେମନ୍ତ ସୋ‌ରେନ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା‌ ଦେଇଛନ୍ତି। ତାଙ୍କ ସ୍ଥାନରେ ପରିବହନ ମନ୍ତ୍ରୀ ତଥା ଜେଏମ୍‌ଏମ୍‌ର ବରିଷ୍ଠ ନେତା ଚମ୍ପାଇ ସୋରେନ୍ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ।

  2. ଚଳିତ ବର୍ଷ ଫେବ୍ରୁଆରି ୨୯ ପରଠାରୁ ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ କୌଣସି ଗ୍ରାହକଙ୍କଠାରୁ ଜମା ସଂଗ୍ରହ କରିପାରିବ ନାହିଁ କିମ୍ବା ଋଣ କାରବାର ମଧ୍ୟ କରିପାରିବ ନାହିଁ।

  3. ମନ୍ଦିର କୌଣସି ପର୍ଯ୍ୟଟନ କିମ୍ବା ପିକ୍‌ନିକ୍ ସ୍ପଟ୍ ନୁହେଁ ବୋଲି ମାଡ୍ରାସ ହାଇକୋର୍ଟ ମଙ୍ଗଳବାର କହିଛନ୍ତି। ଅଣହିନ୍ଦୁମାନଙ୍କ ପାଇଁ କୋଡିମାରାମ (ପତାକା ସ୍ତମ୍ଭ) ଆଗକୁ ମନ୍ଦିରରେ ପ୍ରବେଶ ନିଷେଧ ବୋଲି ରାଜ୍ୟର ସମସ୍ତ ମନ୍ଦିରରେ ବୋର୍ଡ ଲଗାଇବାକୁ ତାମିଲନାଡୁର ସମସ୍ତ ହିନ୍ଦୁ ଧାର୍ମିକ ଏବଂ ଧର୍ମାନୁଷ୍ଠାନ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  4. ବଜେଟ୍ ଅଧିବେଶନ ଆରମ୍ଭରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିଛନ୍ତି। ଅମୃତ କାଳ ଆରମ୍ଭରେ ନିର୍ମିତ ନୂଆ ସଂସଦ ଭବନରେ ଏହା ତାଙ୍କର ପ୍ରଥମ ଅଭିଭାଷଣ ବୋଲି ସେ କହିଛନ୍ତି।

  5. ସୁପ୍ରିମକୋର୍ଟ ଜେଲ୍‌ ସଂସ୍କାର ସଂପର୍କିତ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକୁ ଜିଲ୍ଲାସ୍ତରୀୟ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  6. ବାରାଣସୀର ଜ୍ଞାନବାପି ମସଜିଦ ପରିସରରେ ପୂର୍ବରୁ ସିଲ୍ ହୋଇଥିବା ବେସମେଣ୍ଟ- ‘ବ୍ୟାସ କା ତହଖାନା’ରେ ହିନ୍ଦୁମାନେ ପୂଜା କରିପାରିବେ ବୋଲି ବୁଧବାର ଏକ ଅଦାଲତ ରାୟ ଦେଇଛନ୍ତି।

  7. ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜଣେ ମହିଳା ପୁଲିସ ଅଧିକ‌ାରୀଙ୍କୁ ଚାପୁଡା ମାରିବା ଘଟଣାରେ ବି‌ରୋଧୀ ଦଳର ନେତା ତଥା ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ବସ୍ତି ମିଳିଛି।

  8. ୬୫ ବର୍ଷ ବୟସରେ ଜୋହର ସୁଲତାନ ଇବ୍ରାହିମ ଇସ୍କନ୍ଦର ବୁଧବାର ନୂତନ ରାଜାଭାବେ ମାଲେସିଆ ସିଂହାସନରେ ଅଭିଷିକ୍ତ ହୋଇଛନ୍ତି ଏବଂ ଏଥି ସହିତ ସେ ୫.୭ ବିଲିୟନ ଡଲାରର ସମ୍ପତ୍ତି ଏବଂ ତାଙ୍କ ଦେଶର ସୀମା ବାହାର ଯାଏ ବିସ୍ତାରିତ ଏକ ବିଶାଳ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଛନ୍ତି।

  9. ଆୟକର ବିଭାଗ କହିଛି ଯେ ଇ-ଫାଇଲିଂ ପୋର୍ଟାଲରେ ଟିକସଦାତାଙ୍କ ପାଇଁ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାରଣରୁ ଫେବ୍ରୁଆରି ୩ରୁ ଫେବ୍ରୁଆରି ୫ ତାରିଖ ମଧ୍ୟରେ ସେବା ଉପଲବ୍ଧ ହେବ ନାହିଁ।

  10. ରାଜ୍ୟରେ ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଓଡ଼ିଶା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ରାଜ୍ୟର ୩୬ ହଜାର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିଥିଲା।

  11. ଭାରତରେ ଦୁର୍ନୀତି ବଢ଼ିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାଯାଇଛି। ୧୮୦ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଦୁର୍ନୀତି ରିପୋର୍ଟରେ ଭାରତ ୨୦୨୩ରେ ୯୩ତମ ସ୍ଥାନରେ ରହିଛି। ୨୦୨୨ରେ ଭାରତ ଉକ୍ତ ତାଲିକାର ୮୫ତମ ସ୍ଥାନରେ ରହିଥିଲା

  12. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ପହିଲାରେ ଲୋକସଭାରେ ଅନ୍ତରୀଣ ବା କାମଚଳା ବଜେଟ ବା ଲେଖାନୁଦାନ ଉପସ୍ଥାପନ କରିବେ ।

  13. ଅନଲାଇନ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା ୨୦୨୪ ଜାନୁୟାରୀ ୩୧ ତାରିଖରୁ ଫେବ୍ରୁଆରୀ ୮ ତାରିଖ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  14. “ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର” ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀ, ଜିଲ୍ଲା, ବ୍ଲକ ସମସ୍ତଙ୍କ ଅବଦାନ ପାଇଁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି।

  15. ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଫେବୃଆରୀ ୩ରୁ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ।

  16. ଆସନ୍ତା ଫେବ୍ରୁଆରୀ ୩ ତାରିଖରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହେବ। ଭୁବନେଶ୍ବରର ଜନତା ମଇଦାନଠାରେ ତିନି ଦିନ ଧରି ଏହି ସମ୍ମିଳନୀ ଆୟୋଜନ କରାଯିବ।

  17. ସାରା ରାଜ୍ୟରେ ୧୦୦୦ରୁ ଅଧିକ ଲକ୍ଷ୍ମୀ ବସ୍‌  ଚାଲିବ। ୫ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରାଯିବ ।

  18. ୪ଜି ଏବଂ ୫ଜି ସେବାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତରେ ୨ଜି ଏବଂ ୩ଜି ବନ୍ଦ ହେବ। ଏହି ପ୍ରସଙ୍ଗ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଭାରତରେ ୫ଜି ନେଟୱର୍କ ସଂଯୋଗର ପରିସର କ୍ରମାଗତ ଭାବେ ବୃଦ୍ଧି ପାଉଛି।

  19. ପିପିପି ମୋଡ୍‌‌ରେ ଅତ୍ୟାଧୁନିକ ଡାକ୍ତରଖାନା ପ୍ରତିଷ୍ଠା କରାଯିବ। ବଡ଼ବିଲ, ଅନୁଗୁଳ, ଭଦ୍ରକ, ଝାରସୁଗୁଡ଼ା ଓ ଗୋପାଳପୁରରେ ସରକାରୀ ଘରୋଇ ଭାଗିଦାରୀ (ପିପିପି)ରେ ଏହି ଡାକ୍ତରଖାନାଗୁଡ଼ିକ ଆଗାମୀ ଦୁଇବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ।

  20. ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବାକୁ ପ୍ରାଥମିକତା ଦିଆଯିବ। ପିଲାଙ୍କ ବ୍ୟାଗ୍‌ ହାଲୁକା କରିବା ପାଇଁ ଅନାବଶ୍ୟକ ପାଠ୍ୟକ୍ରମକୁ ବାଦ୍‌ ଦିଆଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.