• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ପ୍ରଦାନ କରିବା ପରେ ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଝାଡ଼ଖଣ୍ଡ‌େରେ ଲାଗି ରହିଥିବା ରାଜ‌େନୖତିକ ଅନିଶ୍ଚିତତାର ଅବସାନ ଘଟିଛି। ସରକାର ଗଠନ ପାଇଁ ଜେଏମ୍‌ଏମ୍ ନେତା ଚମ୍ପାଇ ସୋରେନଙ୍କୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି।

  2. ରେଳ ବଜେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଓଡ଼ିଶାକୁ ରେକର୍ଡ ପରିମାଣର ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ପୂର୍ବରୁ କୌଣସି ବି କେନ୍ଦ୍ର ସରକାର ସମୟରେ ଓଡ଼ିଶାକୁ ଏତେ ଟଙ୍କା ମିଳି ନ ଥିଲା।

  3. ଜ୍ଞାନବାପି ମସଜିଦ ମାମଲାରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ମସଜିଦର ସିଲ୍ ବେସମେଣ୍ଟ ଭିତରେ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ପୂଜା କରିବାକୁ ଅନୁମତି ଦେଇଥିବା ଜିଲ୍ଲା ଜଜ୍‌ଙ୍କ ଆଦେଶ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

  4. ଜାନୁଆରି ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ଗତ ୧୧ ଦିନ ମଧ୍ୟରେ ପ୍ରାୟ ୨୫ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଛନ୍ତି ଏବଂ ଅର୍ପଣ ଓ ଦାନ ପରିମାଣ ୧୧ କୋଟି ଟଙ୍କା ଅତିକ୍ରମ କରିଛି।

  5. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତିନିକୋଟି ଘର ନିର୍ମାଣ ହେବ। ଆଗାମୀ ୫ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଆହୁରି ୨କୋଟି ଘର ନିର୍ମାଣ ହେବ।

  6. ଗର୍ଭାଶୟ କର୍କଟକୁ ରୋକିବା ପାଇଁ ୯-୧୪ ବର୍ଷ ବୟସର ବାଳିକାମାନଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନର ଆରମ୍ଭ ମିଶନ ‘ଇନ୍ଦ୍ରଧନୁଷ’ ଅଧୀନରେ ଆରମ୍ଭ ହେବ ।

  7. ଆୟକରରେ କୌଣସି ପରିବର୍ତ୍ତନ ହେବନାହିଁ ।

  8. ୩ଟି ନୂଆ ରେଳ କରିଡର ନିର୍ମାଣ କରାଯିବ। ଏଥିସହିତ ବନ୍ଦେ ଭାରତର ୪୦୦୦୦ ବଗି ଅପଗ୍ରେଡ ହେବ। ମଟ୍ରୋ ଓ ନମୋ ଭାରତକୁ ଅନ୍ୟ ସହର ସହିତ ସଂଯୋଗ କରାଯିବ।

  9. ଅଙ୍ଗନଓ୍ବାଡି ସେଣ୍ଟରକୁ ଅପଗ୍ରେଡ କରାଯିବ। ଆଶାକର୍ମୀ, ଅଙ୍ଗନଓ୍ବାଡିକର୍ମୀ ଓ ସହକର୍ମୀଙ୍କୁ ଆୟୁଷ୍ମାନ ଯୋଜନାରେ ଲାଭ ମିଳିବ।

  10. ଗୁରୁବାର ଉପସ୍ଥାପିତ ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬ ଲକ୍ଷ ୨୧ ହଜାର ୫୪୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ରାଶି ମୋଟ ବଜେଟର ପ୍ରାୟ ୧୩ ପ୍ରତିଶତ ଥିବାବେଳେ  ୨୦୨୩-୨୪ର ପ୍ରତିରକ୍ଷା ବଜେଟଠାରୁ ପ୍ରାୟ ୪.୭୨ ପ୍ରତିଶତ ଅଧିକ ।

  11. ଅବସର ପୂର୍ବରୁ ବାରାଣସୀ ଜିଲ୍ଲା ଓ ସେସନ ଜଜ୍‌ ଡକ୍ଟର ଅଜୟ କ୍ରିଷ୍ଣା ବିଶ୍ୱେଶାଙ୍କ ବାରାଣସୀର ଜ୍ଞାନବାପି ମସଜିଦରେ ହିନ୍ଦୁ ପକ୍ଷଙ୍କୁ ପୂଜାପାଠ ପାଇଁ ଅନୁମତି ଦେବା ବିଚାରପତିଙ୍କ କ୍ୟାରିୟରର ଅନ୍ତିମ ରାୟ ଥିଲା।

  12. ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜନଧନ ଆକାଉଣ୍ଟ ମାଧ୍ୟମରେ ୨.୭ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି ଏବଂ ସରକାରଙ୍କ ଅର୍ଥନୈତିକ ପରିଚାଳନା ଏହି ଉଚ୍ଚସ୍ତରର ଯାହା ଦେଶକୁ ନୂଆ ଦିଗ ଓ ନୂଆ ଆଶା ଦେଇଛି।

  13.  ମେରା ଯୁବା ଭାରତ ମାଇଁ ଭାରତ ପୋର୍ଟାଲରେ ମାତ୍ର ୩ ମାସ ମଧ୍ୟରେ ୧ କୋଟି ୪୫ ଲକ୍ଷ ଯୁବକ ପଞ୍ଜୀକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ଅକ୍ଟୋବର ୩୧ରେ ଜାତୀୟ ଏକତା ଦିବସରେ ଦେଶର ଯୁବକମାନଙ୍କ ପାଇଁ ମାଇଁ ଭାରତ ପ୍ଲାଟଫର୍ମ ଆରମ୍ଭ କରିଥିଲେ।

  14. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ 5T ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌ କେନ୍ଦ୍ର ଖୋଲାଯିବ।

  15. ଜଗନ୍ନାଥ ରଥ ହେଲେ ରାଜ୍ୟର ନୂଆ ସୂଚନା କମିଶନର । ଏ ନେଇ ରାଜ ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନଜୀବୀ ଭାବେ ତାଙ୍କର ୨୫ବର୍ଷର ଅଭିଜ୍ଞତା ରହିଛି। ସେ ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବିପିନ ବିହାରୀ ରଥଙ୍କ ପୁଅ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.