• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ଜନତା ପାର୍ଟିର ଭେଟେରାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି |

  2. ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳା ମଣ୍ଡଳ ପ୍ରାଙ୍ଗଣରେ ଉଦ୍‌ଘାଟିତ ହୋଇଯାଇଛି ଅକ୍ଷର ଭୂମି।

  3. ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି।

  4. ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଓଡିଆ ଭାଷାର ବିକାଶ ଉଦ୍ଦେଶ୍ୟରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରିଥିଲେ। ପୁରସ୍କାର ସ୍ବରୂପ ତାଙ୍କୁ ମାନପତ୍ର ଓ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

  5. କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ଏବଂ ହାଇ ଏନର୍ଜୀ ଲିନିୟର୍‌ ଆକ୍ସେଲରେଟର୍‌ (ହେଲା) ମେସିନ୍‌ର ଉଦ୍‌ଘାଟନ କରିଛନ୍ତି।

  6. କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ବର୍ଷ ସରକାର ୧୫୭ ନୂଆ ମେଡିକାଲ କଲେଜ ଘୋଷଣା କରିଥିଲେ। ଏଥିରେ ମହାରାଷ୍ଟ୍ରର ୨, ହିମାଚଳ ପ୍ରଦେଶର ୩ ଏବଂ ଉତ୍ତରପ୍ରଦେଶର ୨୭ ମେଡିକାଲ କଲେଜ ସାମିଲ ଥିଲା। ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବାର ଏହା ଏକ ପାଇଲଟ ପ୍ରକଳ୍ପ। ଏହି ଆଧାରରେ ଦେଶର ସବୁ ଜିଲ୍ଲାରେ ମେଡିକାଲ କଲେଜ ଆରମ୍ଭ କରାଯିବ।

  7. ମାଳଦ୍ୱୀପରୁ ସମସ୍ତ ଭାରତୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପାଇଁ ମାଲେର ଦାବି ଉପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି।

  8. ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଫେବ୍ରୁଆରି ୫ ତାରିଖରେ ବିଧାନସଭାରେ ଆସ୍ଥା ଭୋଟରେ ଅଂଶଗ୍ରହଣ କରିବାକୁ ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତ ଅନୁମତି ଦେଇଛନ୍ତି।

  9. ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରି ଭାରତୀୟ ସେନାର କେତେକ ରୁଟିନ୍‌ ପଦକ୍ଷେପ ନେଇ ଜବାବ ମାଗିଛନ୍ତି।

  10. ଇରାନ ଓ ସିରିୟା ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ ଆମେରିକା ପ୍ରଚଣ୍ଡ ଆକ୍ରମଣ କରିଛି। ଇରାକ୍‌ ଓ ସିରିୟାରେ ଥିବା ଇରାନ ସମର୍ଥିତ ଆତଙ୍କବାଦୀଙ୍କ ୮୫ଟି ଆଡ଼ାକୁ ଆମେରିକା ଧ୍ବସ୍ତ କରିଦେଇଛି।

  11. ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କୋଭିଡ୍‌-୧୯ ଓ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ପରେ ଜ୍ୱର ଓ ଅମ୍ଳଜାନ ଅଭାବରୁ ତାଙ୍କୁ ସୱାଇ ମାନସିଂହ (ଏସ୍‌ଏମ୍‌ଏସ୍‌) ହସ୍ପିଟାଲରେ ଭର୍ତ୍ତି କରା ଯାଇଛି।

  12. ମାଳଦ୍ୱୀପର ବୈଦେଶିକ ମନ୍ତ୍ରଣାଳୟ ଶନିବାର ଦାବି କରିଛି ଯେ ଚଳିତ ବର୍ଷ ମେ ମାସ ସୁଦ୍ଧା ଭାରତ ଏହି ଦ୍ୱୀପଦେଶରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବ।

  13. ଭାରତର ନିଜସ୍ୱ ପେମେଣ୍ଟ ସିଷ୍ଟମ ୟୁପିଆଇକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ବଡ ସଫଳତା ମିଳିଛି । ଫ୍ରାନ୍ସର ପ୍ୟାରିସରେ ଥିବା  ବିଶ୍ବ ପ୍ରସିଦ୍ଧ ଏଇଫେଲ ଟାୱାରରୁ ୟୁପିଆଇକୁ ଲଞ୍ଚ କରାଯାଇଛି।

  14. ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ବ୍ୟକ୍ତିଗତ କାରଣ ଓ ଅନ୍ୟ କେତେକ ପ୍ରତିଶ୍ରୁତି ଦର୍ଶାଇ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

  15. ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସ ଲୋକାର୍ପିତ ହୋଇଛି। ଏହାକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

  16. ରାଜ୍ୟଗୋଷ୍ଠୀ ଆଟର୍ଣ୍ଣି ଓ ସଲିସିଟର ଜେନେରାଲ ସମ୍ମିଳନୀ ୨୦୨୪ ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସରକାରୀ ଆଇନ ଅଧିକାରୀମାନେ ସାମ୍ପ୍ରତିକ ରାଜନୀତି ଦ୍ବାରା ପ୍ରଭାବିତ ନହେବା ଜରୁରୀ ଏବଂ ସେମାନେ ଅଦାଲତରେ ସମ୍ମାନର ସହ ଆଚରଣ କରିବା ଉଚିତ।

  17. ଫେବୃଆରୀ ୩ ଶନିବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ସୁନାର ମୂଲ୍ୟ ଦଶ ଗ୍ରାମ ପିଛା ୨୨୦ ଟଙ୍କା ଏବଂ ରୂପା ମୂଲ୍ୟ କିଲୋଗ୍ରାମ ପିଛା ହଜାରେ ଟଙ୍କା ହ୍ରାସ ପାଇଛି।

  18. ଅଭିନେତ୍ରୀ ପନମ ପାଣ୍ଡେଙ୍କର ଦେହାନ୍ତ ହୋଇନାହିଁ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଜୀବିତ ଥିବା ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା।

  19. ଘଣ୍ଟାକ ମଧ୍ୟରେ ଫେସବୁକ୍‌ରେ ସର୍ବାଧିକ ହାତଲେଖା ଚିଠା ଅପଲୋଡ୍‌ କରି ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ଗିନିଜ୍‌‌ ବୁକ୍‌‌ ଅଫ୍‌‌ ୱାର୍ଲଡ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ସାହିତ୍ୟ ସୃଜନୀ କ୍ଲବ୍‌‌ରେ ରଚନା କରିଥିବା ‘ମୋ କଥା ମୋ କାହାଣୀ’ ପୁସ୍ତକର ତଥ୍ୟକୁ ଅପଲୋଡ୍‌ କରିଛନ୍ତି।

  20. ଭାରତ ଓ ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତ ମଜଭୁତ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଭାରତ ୩୯୬ ରନ କରି ଅଲ୍‌ଆଉଟ ହୋଇଥିବା ବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.