• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ରେ ଆଉ ୩୦ହଜାର  କଳାକାରଙ୍କୁ ସାମିଲ କରିବାକୁ  ନିଷ୍ପତ୍ତି ନେଇଛନ୍ତି।

  2. ବିଜୁ ଜନତା ଦଳ ସମ୍ବିଧାନରେ ଅହିଂସାକୁ ସାମିଲ କରିବା ଲାଗି ସଂସଦରେ ପୁଣି ଦାବି ଦୋହରାଇଛି ।

  3. ଆଇଏମଡିର ତଥ୍ୟ ଅନୁଯାୟୀ, ବାର୍ଷିକ ଅଢେଇ ହଜାର ଲୋକଙ୍କ ବଜ୍ରାଘାତ କାରଣରୁ ମୃତ୍ୟୁ ହେଉଛି। ଏଥିରୁ ପ୍ରାୟ ୯୬ ପ୍ରତିଶତ ମାମଲା ଗ୍ରାମାଞ୍ଚଳର।

  4. ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି

  5. ୨୦୨୪ ଶେଷ ସୁଦ୍ଧା ଓଡିଶା ରାଜ୍ୟର ସମସ୍ତ ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।

  6. ଶଙ୍କର ମହାଦେବନଙ୍କୁ ନିଜ ବ୍ୟାଣ୍ଡ ‘ଶକ୍ତି’ର ଆଲ୍‌ବମ ‘ଦିଶ ମୋମେଣ୍ଟ’ ପାଇଁ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ ଆଲ୍‌ବମ୍‌ ଶ୍ରେଣୀରେ ଗ୍ରାମି ପୁରସ୍କାର ମିଳିଛି।

  7. ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଯାପିତ ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ ଦିନ ବୃଦ୍ଧି କରାଗଲା ବୋଲି ମଧ୍ୟ ଘୋଷଣା କରାଯାଇଛି ।

  8. ଭାରତୀୟ ସେନା ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ନିଜର ସୈନ୍ୟଙ୍କ ଗମନାଗମନ ପାଇଁ ଇଲେକ୍ଟ୍ରିକ୍ ବସ୍ ବ୍ୟବହାର କରିବ।

  9. ମଧ୍ୟପ୍ରଦେଶର ହରଦାଠାରେ ବାଣ କାରଖାନା ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

  10. ରାଜ୍ୟସଭାରେ ଜଳ ପ୍ରଦୂଷଣ ନିରାକରଣ ଓ ନିୟନ୍ତ୍ରଣ ସଂଶୋଧନ ବିଲ୍ ୨୦୨୪ ପାରିତ ହୋଇଛି। ଏହି ଆଇନରେ ଜଳ ପ୍ରଦୂଷଣକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗଠନ କରିବାର ବ୍ୟବସ୍ଥା ରହିଛି।

  11. ଆଇବିଆଇ ପ୍ରାୟ ଏକ ବର୍ଷ ଧରି ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଆରବିଆଇ ଏହି ହାରରେ ବ୍ୟାଙ୍କଗୁଡ଼ିକୁ ଋଣ ଦେଇଥାଏ। ଶେଷ ଥର ପାଇଁ ୨୦୨୩ ଫେବ୍ରୁଆରିରେ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ପରିବର୍ତ୍ତନ ହୋଇଥିଲା।

  12. ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ କୃଷକମାନଙ୍କୁ ଦିଆଯାଉଥିବା ଅର୍ଥ ପରିମାଣ ଏବେ ବୃଦ୍ଧି ହେବା ନେଇ କୌଣସି ଯୋଜନା ନ ଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି।

  13. ବିହାରର ବାହୁବଳୀ ନେତା ଆନନ୍ଦ ମୋହନଙ୍କୁ ଜେଲରୁ ମୁକ୍ତ କରିବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଯେଉଁଥିରେ କୋର୍ଟ ମଙ୍ଗଳବାର ଶୁଣାଣି ବେଳେ କହିଛନ୍ତି ଯେ ଆନନ୍ଦ ମୋହନ ପ୍ରତି ୧୫ ଦିନରେ ଥରେ ପୁଲିସ ଷ୍ଟେସନକୁ ଯାଇ ହାଜିରା ଦେବାକୁ ପଡିବ |

  14. ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ପୁତୁରା ଅଜିତ ପାୱାରଙ୍କ ଗୋଷ୍ଠୀ ହେଉଛି ପ୍ରକୃତ  ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଏହାର ନିର୍ବାଚନ ଚିହ୍ନ ଏହା ଅଧିନରେ ରହିବ ।

  15. ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ବିଲ୍‌ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି। ଏହି ବିଲ ଆଇନରେ ପରିଣତ ହେଲେ ଉତ୍ତରାଖଣ୍ଡରେ ଲିଭ-ଇନ ରିଲେସନସିପରେ ରହୁଥିବା ଅଥବା ରହିବାକୁ ଯୋଜନା କରୁଥିବା ବ୍ୟକ୍ତଙ୍କୁ ଏନେଇ ଜିଲ୍ଲାପାଳଙ୍କ ପାଖକୁ ଯାଇ ପଞ୍ଜିକରଣ କରିବାକୁ ନେଇ ନୂଆ ନିୟମ ଲାଗୁ ହେବ।

  16. ମଧ୍ୟପ୍ରଦେଶର ହରଦା ଜିଲ୍ଲାସ୍ଥିତ ଏକ ବେଆଇନ ବାଣ କାରଖାନାରେ ଭୟାନକ ବିସ୍ଫୋରଣ ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି।

  17. ଟେଲିସ୍କୋପ୍ ମହାକାଶରେ ଏହାର ପ୍ରଥମ ଦଶନ୍ଧିରେ ୫,୦୦୦ରୁ ଅଧିକ ସ୍ଥଳଭାଗୀୟ ଗାମା-ରଶ୍ମି ଝଲକ ଦେଖିବାକୁ ପାଇଥିଲା। କିନ୍ତୁ ବୈଜ୍ଞାନିକମାନେ ଏବେ ଆକଳନ କରିଛନ୍ତି ଯେ ପ୍ରତିଦିନ ୧୦,୦୦୦ ଝଲକ ଆସୁଛି ଏବଂ ଟେଲିସ୍କୋପ୍ କେବଳ ଫର୍ମିର ନିୟମିତ କକ୍ଷପଥଠାରୁ ୫୦୦ ମାଇଲ ମଧ୍ୟରେ ଥିବା ଝଲକକୁ ଦେଖିଛି।

  18.  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।

  19. ପରିଚୟ ବଦଳାଇ ରହୁଛନ୍ତି। ପଶ୍ଚିମବଙ୍ଗ, ହରିୟାଣା, ଆସାମ, ତ୍ରିପୁରା, ଜମ୍ମୁ-କାଶ୍ମୀର ଆଦି ଅନେକ ରାଜ୍ୟରେ ରୋହିଙ୍ଗ୍ୟା ରହୁଛନ୍ତି l 

  20. ୧୯ ବର୍ଷରୁ କମ ବିଶ୍ଵ କପ୍‌ରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ। ପ୍ରଥମ ସେମି ଫାଇନାଲ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତୀୟ ଦଳ। 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.