• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସପ୍ତଦଶ ଲୋକସଭାର କାର୍ଯ୍ୟକାଳକୁ ବିଭିନ୍ନ ଦୃଷ୍ଟିରୁ ଐତିହାସିକ ବୋଲି ଦର୍ଶାଇବା ସହ ଏହାର ଉତ୍ପାଦକତା ପ୍ରାୟ ୯୭ ପ୍ରତିଶତ ବୋଲି କହିଛନ୍ତି।

  2. ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ଜାନୁଆରୀ ୩୧ରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା।

  3. ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କର ୮୬ ବର୍ଷ ବୟସରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆସୁ ଲେଖିକା, ଷ୍ଟାମ୍ପ ସଂଗ୍ରାହକ ଥିଲେ । ସେ ୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ।

  4. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ  ଆମ ଆଦମୀ ପାର୍ଟି ପକ୍ଷରୁ ପଞ୍ଜାବର ୧୩ ଏବଂ ଚଣ୍ଡିଗଡ଼ର ୧୪ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛନ୍ତି ।

  5. ସାଧାରଣ ନିର୍ବାଚନରେ ୯୭ କୋଟି ଲୋକ ମତଦାନ ସାବ୍ୟସ୍ତ କରିପାରନ୍ତି। ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ସମ୍ବନ୍ଧିତ ସ୍ପେସିଆଲ ସମରି ରିଭିଜନ (ଏସଏସଆର) ରିପୋର୍ଟ, ୨୦୨୪ ଜାରି କରି ସନିର୍ବାଚନ କମିଶନ (ଇସି) ଏହି ସୂଚନା ଦେଇଛନ୍ତି।

  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାରଠାରୁ ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯିବେ। ୨୦୧୫ ପରଠାରୁ ମୋଦୀଙ୍କ ଏହା ସପ୍ତମ ଏବଂ ଗତ ୮ ମାସ ମଧ୍ୟରେ ତୃତୀୟ ଗସ୍ତ।

  7. ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

  8. ବିହାରରେ ନୀତୀଶ ସରକାରଙ୍କ ଫ୍ଲୋର୍ ଟେଷ୍ଟ ଫେବ୍ରୁଆରି ୧୨ରେ ହେବ। ତେଜସ୍ୱୀଙ୍କ ଘରେ ୭୯ ବିଧାୟକଙ୍କ ମଧ୍ୟରୁ ୭୮ ଜଣ ଉପସ୍ଥିତ ଅଛନ୍ତି। କେବଳ ବାହୁବଳୀ ଅନନ୍ତ ସିଂହଙ୍କ ପତ୍ନୀ ନୀଲମ୍ ଦେବୀ ବୈଠକରେ ଯୋଗ ଦେଇ ନ ଥିଲେ।

  9. ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

  10. ଝଗଡ଼ା ସମୟରେ ବିପକ୍ଷ ବ୍ୟକ୍ତି ମୁଣ୍ଡକୁ ମାଡ଼ କରିବାରୁ ଆମେରିକାରେ ଜଣେ ୪୧ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

  11. ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି, ଇଡି ଇତ୍ୟାଦି ବିଜେପିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଆମେ ଆଦିବାସୀ ଓ କାହା ଆଗରେ ମୁଣ୍ଡ ନୂଆଇଁବୁ ନାହିଁ । ଅବୁଆ ଆୱାସ ଯୋଜନା ରେ ୨୦ ଲକ୍ଷ ଗରିବ ଲୋକଙ୍କୁ ଘର ଯୋଗାଇ ଦିଆଯିବ |

  12. କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ବା ‘ଇପିଏଫ୍‌ଓ’ ୨୦୨୩-୨୪ ବର୍ଷ ପାଇଁ କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌)  ଜମା ଉପରେ ସୁଧହାର ୮.୨୫%କୁ ବୃଦ୍ଧି କରିଛି।

  13. ଓଡିଶାରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ରାଶି ୧୦୦୦ ଟଙ୍କା ପାଇବେ ।

  14. ଜଗତସିଂହପୁର ଆରଟିଓ ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର । ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଟ୍ରାଫିକ ଇନ୍ସପେକ୍ଟରଙ୍କ ଠାରୁ ମୋଟ୍ ୬.୭୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।

  15. ମାଟ୍ରିକ ପ୍ରଶ୍ନପତ୍ର ଲିକ କିମ୍ବା ଭାଇରାଲ ହେଲେ ସମ୍ପୃକ୍ତ ସ୍କୁଲ ପ୍ରଧାନଶିକ୍ଷକ ହିଁ ଦାୟୀ ରହିବେ।

  16. ଓଡ଼ିଶାରେ ଇଭି ଓ ବ୍ୟାଟେରୀ ପ୍ରସ୍ତୁତ କରିବ ଜେଏସଡବ୍ଲୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏଥିପାଇଁ ଆଜି ଜେଏସଡବ୍ଲୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି।

  17. ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ କମଲାଙ୍ଗ ଗାଁ ଇଟାଭାଟିରେ ଅଭାବନୀୟ ଘଟଣା ଘଟିଛି। ଇଟାଭାଟିରେ କାମ କରୁଥିବା ୪ ଶ୍ରମିକଙ୍କ ପୋଡ଼ି ହୋଇ ମୃତ ଘଟିଛି।

  18. ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢିଛି । ସିବିଆଇ ପରେ ତାଙ୍କ ବିରୋଧରେ ଏବେ ଇଡ଼ି ମନି ଲଣ୍ଡରିଂ ମାମଲା ରୁଜୁ କରିଛି ।

  19. ପାକିସ୍ତାନର ଏକ ଆତଙ୍କବାଦନିରୋଧୀ ଅଦାଲତ ଗତବର୍ଷ ମେ ମାସରେ ସାମରିକ ପ୍ରତିଷ୍ଠାନ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧୀୟ ୧୨ଟି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀଙ୍କୁ ଜାମିନ ପ୍ରଦାନ କରିଛନ୍ତି।

  20. ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକି ୨୦୨୩-୨୪ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୪-୧ ଗୋଲରେ ସ୍ପେନକୁ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.