• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କାତାର ଆଠ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଛି। ସେଠାରେ ସେମାନେ ଗୋଇନ୍ଦାଗିରି ଅଭିଯୋଗର ସମ୍ମୁଖୀନ ହୋଇଥିଲେ।

  2. ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ସଂକ୍ରାନ୍ତ କମିଟିର ନୂଆଦିଲ୍ଲୀରେ ବୈଠକ ଅନୁଷ୍ଠିତ ହୋଇଛି।

  3. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ‘ଚେଞ୍ଜ ଅଫ୍ ଗାର୍ଡ’ ସମାରୋହରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଭବନରେ ମୁତୟନ ଶିଖ୍ ରେଜିମେଣ୍ଟର ଷଷ୍ଠ ବାଟାଲିୟନ ଏହାର କାର୍ଯ୍ୟକାଳ ଶେଷ ହେବା ପରେ ପଞ୍ଚମ ଗୋର୍ଖା ରାଇଫଲର ପ୍ରଥମ ବାଟାଲିୟନକୁ ଦାୟିତ୍ୱ ହସ୍ତାନ୍ତର କରିଛି।

  4. ଜୋ ବାଇଡେନ୍‌ଙ୍କୁ ହଟାଇ ଡେମୋକ୍ରାଟିକ୍‌ ଦଳ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ପତ୍ନୀ ମିସେଲ୍‌ ଓବାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ରିପବ୍ଲିକାନ୍‌ ଦଳ ନେତା ବିବେକ ରାମାସ୍ଵାମୀ କହିଛନ୍ତି।

  5. ସପ୍ତଦଶ ଲୋକସଭାର ମୋଟ ୧୫ଟି ଅଧିବେଶନରେ ଓଡ଼ିଶାର ସାଂସଦମାନେ ସର୍ବମୋଟ ୪୧୮୯ଟି ପ୍ରଶ୍ନ ପଚାରି ଥିବାବେଳେ ୮୭୩ ଆଲୋଚନାରେ ଭାଗ ନେଇଛନ୍ତି। ତଥ୍ୟ ଅନୁସାରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ସବୁଠାରୁ ଅଧିକ ୫୩୧ଟି ପ୍ରଶ୍ନ ପଚାରିଥିବାବେଳେ ୫୦୨ଟି ପ୍ରଶ୍ନ ସହ ବିଜେପି ସାଂସଦ ସଙ୍ଗୀତା ସିଂହଦେଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

  6. ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୋନସ୍ ବୃଦ୍ଧି କଲେ । ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି । ମୁଖ୍ୟମନ୍ତ୍ରୀ ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

  7. ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ୯୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

  8. ବିଏସ୍‌‌କେୱାଇକୁ ସ୍ୱର୍ଣ୍ଣ ବର୍ଗରେ ସ୍କଚ୍‌‌ ଆୱାର୍ଡ ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌‌ଏଚ୍‌‌ଏମ୍‌‌, ଓଡ଼ିଶା ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି ଏହି ପୁରସ୍କାର ଗ୍ରହଣ କରିଛନ୍ତି।

  9. ପ୍ରାୟ ୨୦୦ କୃଷକ ସଂଗଠନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରୁଥିବା ଆଇନ ଲାଗୁ କରାଯିବା ଓ ଅନ୍ୟ ଦାବି ନେଇ କେନ୍ଦ୍ର ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି।

  10. କ୍ରମାଗତ ୭ମ ଥର ପାଇଁ ତାଙ୍କୁ ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦ ନେସନ୍‌ ଜନମତ ସର୍ଭେରେ ‘ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ’ ଭାବେ ନବୀନପଟ୍ଟନାୟକଙ୍କୁ  ସ୍ଥାନିତ କରାଯାଇଛି। ଓଡ଼ିଶାର ୫୨.୭% ଲୋକ ନବୀନ ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ।

  11. ହାଲଦ୍ୱାନି ହିଂସା ମାମଲାରେ ଏପର୍ଯ୍ୟନ୍ତ ମୋଟ ୩୦ ଜଣଙ୍କୁ ଗିରଫ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣଙ୍କୁ ଗିରଫ କରାଯାଇଛି।

  12. ଭାରତରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ ଜାତିସଂଘ ସୁରକ୍ଷା ପରିଷଦରେ ତୁରନ୍ତ ସଂସ୍କାର ଆଣିବାକୁ ଆହ୍ୱାନ ଦେଇଛନ୍ତି। ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଭାରତର ଅନ୍ତର୍ଭୁକ୍ତୀକରଣକୁ ସେ ସମର୍ଥନ କରିଥିଲେ।

  13. ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଜମି ଠକେଇ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସଦସ୍ୟ ଧୀରଜ ପ୍ରସାଦ ସାହୁଙ୍କୁ ଦୀର୍ଘ ୧୧ ଘଣ୍ଟା ଜେରା କରିଛି।

  14.  କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି।

  15. ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (ଟିଏମସି) ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ସାମ୍ବାଦିକା ସାଗରିକା ଘୋଷ ଏବଂ ନାଦିମୁଲ ହକଙ୍କୁ ରାଜ୍ୟସଭାକୁ ପଠାଇବ। ଏଥିସହ ସୁସ୍ମିତା ଦେବଙ୍କୁ ପୁଣି ସୁଯୋଗ ଦିଆଯାଇଛି।

  16. ଯାତାୟାତରେ ବାଧା ସୃଷ୍ଟି କରୁଥିବା ଟୋଲ୍‌ ପ୍ଲାଜାଗୁଡ଼ିକୁ ହଟାଇ ଦିଆଯିବ। ଏହା ବଦଳରେ ଜାତୀୟ ରାଜପଥଗୁଡ଼ିକରେ ଜିପିଏସ୍‌ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ।

  17. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସୋମବାର ଅଯୋଧ୍ୟା ଯାଇ ରାମଲଲା ଗସ୍ତ କରିବେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପରିବାର ମଧ୍ୟ ତାଙ୍କ ଗସ୍ତ ସମୟରେ ତାଙ୍କ ସହ ରହିବେ।

  18. ଭାରତରୁ ଯାଇ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରେ ବସବାସ କରୁଥିବା ରାଜୀବ ଅରିକ୍କଟ୍‌ ସାପ୍ତହିକ ଲଟେରି ବିଗ୍‌-ଟିକେଟ୍‌ ଆବୁ ଧାବିରେ ୧୫ ନିୟୁତ ଦିରାମ୍‌ ବା ଭାରତୀୟ ମୁଦ୍ରାରେ ପ୍ରାୟ ୩୩ କୋଟି ଟଙ୍କା ଜିଣିଛନ୍ତି ବୋଲି ‘ଖଲୀଜ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।

  19. ଶିଶୁ ଯୌନଉତ୍ପୀଡ଼ ମାମଲାରେ ଦୋଷୀ ସାବ୍ୟସ୍ତ ଜଣେ ଅଭିଯୁକ୍ତଙ୍କୁ ରାଜକ୍ଷମା ଦେଇ ସମାଲୋଚନାର ଶରବ୍ୟ ହୋଇଥିବା ହଙ୍ଗେରିର ରାଷ୍ଟ୍ରପତି କାଟାଲିନ୍‌ ନୋଭାକ୍‌ ଶନିବାର ଦିନ ଇସ୍ତଫା ଦେଇଛନ୍ତି।

  20. ୨୦୨୩ରେ ପ୍ରବଳ ଗ୍ରୀଷ୍ମପ୍ରବାହ ପରେ ଆସନ୍ତା ଜୁନ୍‌ ସୁଦ୍ଧା ଏଲ୍‌ ନିନୋ ସ୍ଥିତି ଦୁର୍ବଳ ହେବାକୁ ଥିବାରୁ ଚଳିତବର୍ଷ ଭଲ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.