• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

  2. ରାଜ୍ୟସଭା ଲାଗି ୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି। ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ।  

  3. ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ କ୍ୟାବିନେଟ ଅନୁମୋଦନ କରିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟିଟଙ୍କା କାର୍ଯ୍ୟକାରୀ ହେବ। ଯୋଜନାରେ ୧୧ ହଜାର ମହିଳା ଏସଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ।

  4. ରାଜ୍ୟର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନକୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ଵିତୀୟ ତୀୟ ଉଚ୍ଚସେତୁ ନିର୍ମାଣ ପାଇଁ କ୍ୟାବିନେଟ ମୋହର ମାରିଛି।

  5. ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘୋଷଣା କରିଛନ୍ତି ଯେ ହଲଦ୍ୱାନୀର ବନଭୁଲପୁରା ଅଞ୍ଚଳରେ ଜବରଦଖଲମୁକ୍ତ ଜମିରେ ଏକ ଥାନା ନିର୍ମାଣ କରାଯିବ।

  6. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ପେଟିଏମ୍‌ ପେମେଣ୍ଟବ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବା ପାଇଁ କୌଣସି ସମ୍ଭାବନା ନାହିଁ।

  7. ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି।

  8. ପଶ୍ଚିମବଙ୍ଗ ବିଧାନସଭା ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୬ ଜଣ ବିଜେପି ବିଧାୟକଙ୍କୁ ପଶ୍ଚିମବଙ୍ଗ ବିଧାନସଭାରୁ ନିଲମ୍ବିତ କରାଯାଇଛି।

  9. ନୀତୀଶ କୁମାର ବିହାର ବିଧାନସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ବିଜୟୀ ହୋଇଛନ୍ତି । ସପକ୍ଷରେ ୧୨୯ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା । ବିପକ୍ଷରେ କୌଣସି ଭୋଟ ନ ପଡ଼ିବାର କାରଣ ହେଉଛି ବିରୋଧୀ ଦଳ ଆସ୍ଥାଭୋଟ ପୂର୍ବରୁ କକ୍ଷତ୍ୟାଗ କରିଥିଲେ ।

  10. ବିହାର ବିଧାନସଭାରେ ସୋମବାର ନୀତୀଶ ସରକାରଙ୍କ ଫ୍ଲୋର ଟେଷ୍ଟ ସମୟରେ ବିହାର ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କୁ ଅନାସ୍ଥା ପ୍ରସ୍ତାବ ଜରିଆରେ ହଟାଇ ଦିଆଯାଇଛି।

  11. ମହାରାଷ୍ଟ୍ର ରାଜନୀତିରେ ବଡ଼ଧରଣର ହଲଚଲ। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସର ହାତ ଛାଡିଛନ୍ତି ।

  12. ଆମେରିକାର ମିଜୌରିରେ ଜଣେ ମାଆ ମାସକର ଛୁଆଝିଅକୁ ଖଟୁଳିରେ (କ୍ରିବ୍‌) ନ ଶୁଆଇ ଭୁଲ୍‌ରେ ‘ଓଭେନ୍‌’ରେ ଶୁଆଇ ଦେବାରୁ ତା’ର ମୃତ୍ୟୁ ଘଟିଛି ବୋଲି ‘ସ୍କାଏ ନିଉଜ୍‌’ ରିପୋର୍ଟ କରିଛି।

  13. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କର୍ମଚାରୀ ପେନ୍‌ସନ୍ ସ୍କିମ୍ (ଇପିଏସ୍‌) ଅଧୀନରେ ସର୍ବନିମ୍ନ ପେନ୍‌ସନ୍ ରାଶିକୁ ଦ୍ବିଗୁଣିତ କରି ୨୦୦୦ ଟଙ୍କା କରିବା ଲାଗି ଶ୍ରମ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି।

  14. ଆଉ ୫ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ।

  15. ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି । ପଞ୍ଜିକା ସମୀକରଣ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଳନ ହେବ ୪ ଦିନ। ସେହିଭଳି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କରାଯିବ ଉଭା ନୀତି ।

  16. ରାଜ୍ୟ କ୍ୟାବିନେଟ ‘ସ୍ୱୟମ’ ନାମରେ ଏକ ନୂତନ ଯୋଜନାକୁ ଅନୁମତି ଦେଇଛନ୍ତି। ‘ସ୍ୱୟମ’ ହେଉଛି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ( Swatantra Yuba Udyami) । ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟମର ଯୁବକ ଯୁବତୀମାନଙ୍କୁ ବ୍ୟବସାୟ କରିବା ପାଇଁ ୧ ଲକ୍ଷ ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ବିନା ସୁଧରେ ପ୍ରଦାନ କରାଯିବ।

  17. ଦେଶର ବିଭିନ୍ନ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ପଦବୀ ନିଯୁକ୍ତି କରିବାର ପ୍ରଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଓକିଲ ମୋହନଲାଲ ଶର୍ମା। ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି।

  18. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଅଭିଯୋଗ କରିଛି ଯେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ତାଙ୍କ ଏବଂ ଅନ୍ୟମାନଙ୍କ ବିରୋଧରେ ଚାଲିଥିବା ମନି ଲଣ୍ଡରିଂ ମାମଲାର ତଦନ୍ତରେ ତୀବ୍ର ଅସହଯୋଗ ପ୍ରଦର୍ଶନ କରୁଛନ୍ତି।

  19. ଡିଜିଟାଲ ପେମେଣ୍ଟ୍‌ କ୍ଷେତ୍ରରେ ଭାରତରେ ବିପ୍ଳବ ଆଣିଥିବା ୟୁନିଫାଏଡ୍‌ ପେମେଣ୍ଟ୍‌ ଇଣ୍ଟରଫେସ୍‌ (ୟୁପିଆଇ) ଏହାର ବିଶ୍ବସ୍ତରୀୟ ଯାତ୍ରା ଜାରି ରଖିଛି। ଫ୍ରାନ୍ସ ପରେ ଏହା ଶ୍ରୀଲଙ୍କା ଓ ମରିସସ୍‌ରେ ମଧ୍ୟ ଉପଲବ୍ଧ ହୋଇଛି। ମରିସସ୍‌ରେ ରୁପେ କାର୍ଡର ମଧ୍ୟ ପ୍ରଚଳନ କରାଯାଇଛି।

  20. ଗତବର୍ଷ ‌ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଓଡ଼ିଶାର ବେକାରି ହାର ୭.୧ ପ୍ରତିଶତ ରହିଛି। ତା’ର ପୂର୍ବ ତ୍ରୈମାସିକ ଅର୍ଥାତ ୨୦୨୩ ଜୁଲାଇ-ସେପ୍ଟେମ୍ବରରେ ବେକାରି ହାର ୫.୯ ପ୍ରତିଶତ ଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.