• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ନିର୍ବାଚନରେ ହୋଇଥିବା ଭୋଟ୍ ଗଣତିକୁ ଜୁନ୍ ୪ ତାରିଖ ପରିବର୍ତ୍ତେ ଜୁନ୍‌ ୨ ତାରିଖରେ କରାଯିବ।

  2. କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାର ସମାପନ ହୋଇଛି। ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପରିସମାପ୍ତି ମୁମ୍ବାଇରେ ହୋଇଛି।

  3. କିଛି କିଛି ଦଳ ନିର୍ବାଚନୀ ବଣ୍ଡ୍‌ ଜରିଆରେ କୋଟି କୋଟି ଟଙ୍କା ଆଦାୟ କରିଥିବା ବେଳେ ଅଧିକାଂଶ ଦଳଙ୍କୁ ବଣ୍ଡ୍‌ ଜରିଆରେ ଚାନ୍ଦା ମିଳିନାହିଁ। ସିପିଏମ୍ ସମେତ ସମସ୍ତ ବାମପନ୍ଥୀ ଦଳ ନିର୍ବାଚନୀ ବଣ୍ଡ୍‌ ଜରିଆରେ ଚାନ୍ଦା‌ ନେବାକୁ ମନା କରିଥିବା ବେଳେ ମାୟାବତୀଙ୍କ ବିଏସ୍‌ପି ସମେତ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା, ଅୱେସୀଙ୍କ ଅଲ ଇଣ୍ଡିଆ ଇତ୍ତେହାଦୁଲ ମୁସଲେମିନ୍ ଏବଂ ଆସାମ ଗଣ ପରିଷଦ ଭଳି ଅଧିକାଂଶ ଦଳଙ୍କୁ ବଣ୍ଡ୍ ଚାନ୍ଦା ମିଳିନାହିଁ।

  4. ୬ହଜାର କୋଟିର ବେଟିଂ ଆପ୍‌ ଦୁର୍ନୀତି ମାମଲାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବିରୋଧରେ ଛତିଶଗଡ଼ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି।

  5. ହାଇଦ୍ରାବାଦର ପ୍ରସିଦ୍ଧ ନେହରୁ ପ୍ରାଣୀ ଉଦ୍ୟାନରେ ଏକ ବିଶାଳ ୧୨୫ ବର୍ଷୀୟ ବୃଦ୍ଧ କଇଁଛ ‘ଚାଣକ୍ୟ’ର ମୃତ୍ୟୁ ଘଟିଛି।

  6. ଗୁଜରାଟ ବିଶ୍ବବିଦ୍ୟାଳୟର ୫ ଜଣ ବିଦେଶୀ ଛାତ୍ରଙ୍କୁ କିଛି ଦୁର୍ବୃତ୍ତ ନିସ୍ତୁକ ମାଡ଼ ମାରିବା ସହ ଛାତ୍ରାବାସରେ ପଶି ଭଙ୍ଗାରୁଜା କରିଛନ୍ତି।

  7. ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ବିଜେଡିକୁ ନିର୍ବାଚନୀ ବଣ୍ଡ୍‌ ବାବଦରେ ମୋଟ ୯୪୪.୫ କୋଟି ଟଙ୍କା ମିଳିଛି।

  8. ଆଇଏସ୍‌ଆଇଏସ୍‌ ‘ମଡ୍ୟୁଲ୍‌’ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍‌ସି (ଏନ୍‌ଆଇଏ) ୧୧ ଜଣ ଅଭିଯୁକ୍ତଙ୍କ ୪ଟି ସ୍ଥାବର ସମ୍ପତ୍ତି ଜବତ କରିଛି।

  9. ୨୦୧୯ ଏପ୍ରିଲ ୧୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିଲେ। ଉକ୍ତ ତଥ୍ୟ ଅନୁଯାୟୀ ୨୦୧୮ରେ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା କାର୍ଯ୍ୟକାରୀ ହେବାଠାରୁ ଭାଜପା ଏଥିରୁ ସର୍ବାଧିକ ୬,୯୮୬.୫ କୋଟି ଟଙ୍କା ଚାନ୍ଦା ପାଇଛି।

  10. ଭାରତୀୟ ସୂଚନା ସେବା (ଆଇଆଇଏସ୍‌)ର ବରିଷ୍ଠ ଅଧିକାର ଶେଫାଳୀ ବି ସରନ୍‌ କେନ୍ଦ୍ର ସରକାରଙ୍କ ନୂଆ ମୁଖପାତ୍ର ନିଯୁକ୍ତ ହୋଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

  11. ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମୁଖ୍ୟାଳୟ ମହାରାଷ୍ଟ୍ରର ନାଗପୁରରେ ଅନୁଷ୍ଠିତ ୩ ଦିନିଆ ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଦତ୍ତାତ୍ରେୟ ହୋସାବଲେ ଆଉ ୩ ବର୍ଷ ପାଇଁ ସରକାର୍ଯ୍ୟବାହ (ସାଧାରଣ ସମ୍ପାଦକ) ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି।

  12. ନୋଏଡାର ଏକ ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍‌ଭିଶ୍‌ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି।

  13. ଝାଡ଼ଖଣ୍ଡର ଚାଇବାସାଠାରେ ଅବସ୍ଥିତ ଏମପି-ଏମଏଲଏ ସ୍ବତନ୍ତ୍ର କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୭ମାର୍ଚ୍ଚ ୨୦୨୪ରେ ଶଶରୀର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଷୟଟି ୨୦୧୮ ବର୍ଷର।

  14. ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନବମ ଥର କେଜରୀୱାଲ୍ଲା ୨୧ମାର୍ଚ୍ଚ ୨୦୨୪ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

  15. ଭାରତ ମହାସାଗରରେ ଭାରତୀୟ ନୌସେନା ୪୦ଘଣ୍ଟାର କଠିନ ଅପରେସନ୍ ପରେ ୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ସୋମାଲିଆ ଜଳଦସ୍ୟୁଙ୍କୁ କାବୁ କରିଛି ।

  16. ଢେଙ୍କାନାଳ ଜିଲ୍ଲା ସ୍ଥାନୀୟ ଦୋଳମଣ୍ଡପ ସାହିର ଦୁଇ ଭାଈ ନିଜକୁ ଇଡିର ଅଧିକାରୀ ବୋଲି ନିଜକୁ ପରିଚୟ ଦେଇ ବିଭିନ୍ନ ସହକାରୀ ଅଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ କ୍ରାଇମ ବ୍ରାଞ୍ଚ ସ୍ପେସାଲ ଟାକ୍ସ ଫୋର୍ସ ଘଟଣାର ତଦନ୍ତ କରି ୨ ଭାଈଙ୍କୁ ଗିରଫ କରିବା ସହିତ ବିଭିନ୍ନ ସାମଗ୍ରୀ ଜବତ କରିଥିବାର ଜଣାପଡିଛି।

  17. ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ମେ ୨୦ରେ ୨ୟ ପର୍ଯ୍ୟାୟ, ମେ ୨୫ରେ ୩ୟ ଓ ଜୁନ ୧ ତାରିଖରେ ୪ର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଓଡ଼ିଶାରେ ଜୁନ ୪ ତାରିଖରେ ହେବ ଭୋଟ ଗଣତି । ଏଥି ସହିତ ଜୁନ ୪ରେ ଉଭୟ ଲୋକସଭା ସହ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ।

  18. ଓଡିଶାରେ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥର ୧ କୋଟି ୨୯ ଲକ୍ଷ ୭ ହଜାର ୯୫୪ ଭୋଟର ଅଧିକ ଯୋଡି ହୋଇଛନ୍ତି। ଓଡ଼ିଶାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ହୋଇଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୦୩୧ ଅଛି। ସେହିପରି ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା ରହିଛି ୩ ହଜାର ୩୮୦।

  19. ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ।

  20. ଆରସିବି ୱମେନ ପ୍ରଥମ ଥର ପାଇଁ ଆଇପିଏଲ ଚାମ୍ପିୟନ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ ୱମେନକୁ ହରାଇ ଚାମ୍ପିଅନ ହୋଇଛି।

  21. ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଡବ୍ଲୁପିଏଲ ( ମହିଳା ପ୍ରିମିୟର ଲିଗ) ବିଜୟୀ ହୋଇଛି । ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.