• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅରୁଣାଚଳ ପ୍ରଦେଶରେ ବିଶ୍ୱର ସବୁଠାରୁ ଲମ୍ବା ଦୁଇ ଲେନ୍-ବିଶିଷ୍ଟ ‘ସେଲା ଟନେଲ’କୁ ଉଦ୍‌ଘାଟନ କରିଛନ୍ତି। ୧୩,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ତଥା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ସେଲା ଟନେଲ ଅରୁଣାଚଳ ପ୍ରଦେଶର ତୱାଙ୍ଗକୁ ସର୍ବକାଳୀନ ଯୋଗାଯୋଗକୁ ସୁନିଶ୍ଚିତ କରିବ।

  2. ଗାଜା ଓ ଇସ୍ରାଏଲ ମଧ୍ୟରେ ପାଞ୍ଚ ମାସର ଯୁଦ୍ଧରେ ୧୦୩ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଅତ୍ୟନ୍ତ ବିରଳ ଓ ହୃଦୟ ବିଦାରକ ଘଟଣା ବୋଲି ଅନେକ ମାନବାଧିକାର ସଂଗଠନ ମତ ଦେଇଛନ୍ତି।

  3. ଲୋକ ସଭା ନିର୍ବାଚନର ଘୋଷଣା ହେବାର ସପ୍ତାହେ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି।

  4. ୨୦୦୦ କୋଟି ଟଙ୍କାର ଡ୍ରଗ୍ସ କାରବାରରେ ସଂପୃକ୍ତ ତାମିଲ ଚଳଚ୍ଚିତ୍ର ପ୍ରଯୋଜକ ଜାଫର ସାଦିକଙ୍କୁ ଶନିବାର ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ (ଏନ୍‌ସିବି) ଗିରଫ କରିଛି।

  5. ରୁଷିଆର ଆଉ ଜଣେ ପୁରୁଣା ସାଥୀ ୟୁକ୍ରେନର ପଥକୁ ଅନୁସରଣ କରୁଛି। ଏହି ଦେଶ ରୁଷିଆର ପାରମ୍ପରିକ ବିରୋଧୀ ୟୁରୋପିଆନ ୟୁନିଅନ(ଇୟୁ)ରେ ଯୋଗଦେବା ପାଇଁ ଉଦ୍ୟମ କରୁଛି। ଏହି ଦେଶ ହେଉଛି ଆର୍ମେନିଆ। ଇୟୁର ସଦସ୍ୟତା ଗ୍ରହଣ କରିବା ପାଇଁ ଆର୍ମେନିଆ ପ୍ରସ୍ତୁତି ଆରମ୍ଭ କରିଛି।

  6. ସ୍ୱେଚ୍ଛାକୃତ ଅବସର ପାଇଁ ପଶ୍ଚିମବଙ୍ଗ ପୁଲିସର ଆଇଜି ପ୍ରସୁନ ବାନାର୍ଜୀ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି। ସୂଚନାନୁସାରେ, ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ ​​ପ୍ରସୁନ ବାନାର୍ଜୀଙ୍କୁ ପ୍ରାର୍ଥୀ କରିପାରେ |

  7. ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହିଟଲରଙ୍କ ଶାସନ ମଧ୍ୟ ୧୦ ବର୍ଷରୁ ଅଧିକ ରହିପାରିନଥିଲା

  8. ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଡ଼ିଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ | ​​ତାମିଲନାଡୁର ୪୦ଟି ଆସନରେ ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସ ଏବଂ ଦ୍ରାବିଡା ମୁନ୍ନେଟ୍ରା କାଡ଼ଗାମ (ଡିଏମକେ) ମଧ୍ୟରେ ସହମତି ପ୍ରକାଶ ପାଇଛି।

  9. ଭାରତ ସହିତ ବିବାଦ ମାଳଦ୍ବୀପକୁ ମହଙ୍ଗା ପଡ଼ିଛି। ବିବାଦ ପରେ ମାଳଦ୍ବୀପର ସ୍ଥିତି ସଙ୍କଟଜନକ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ କମିବାରୁ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ନ ଭୁଶିଡ଼ିବା ସ୍ଥିତିକୁ ଆସିଛି।

  10. ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ନୂତନ ଅବକାରୀ ନୀତିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏହି ନୂଆ ନୀତିର ଉଦେଶ୍ୟ ହେଉଛି ମଦ ବିକ୍ରୟରୁ ୧୦,୦୦୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରିବା।

  11. କଂଗ୍ରେସ ସହ ମେଣ୍ଟ ନେଇ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ। ଏହି ଖବର ଗୁଜବ। ତାଙ୍କ ଦଳ ଏକାକୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି।

  12. ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବଲ୍ଲଭ ଭବନର ପ୍ରଥମ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ମହଲାରେ ନିଆଁ ଲାଗିଛି।

  13. ଆନ୍ଧ୍ରପ୍ରଦେଶ, ଓଡ଼ିଶା, ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶ ତଥା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ।

  14. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏଥିରେ ୧୭ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡିଛି। ସ୍ୱାସ୍ଥ୍ୟ, ଶିକ୍ଷା, ଲୋକସମ୍ପର୍କ , ରାଜସ୍ୱ ଓ ସାଧାରଣ ପ୍ରଶାସନ ପରି ବିଭାଗର ବିଭିନ୍ନ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି।

  15. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.