• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ।

  2. ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଲକ୍ଷ୍ମୀନାରାୟଣ ରାମଦାସଙ୍କର ଗୁରୁବାର ସିକନ୍ଦରାବାଦରେ ପରଲୋକ ହୋଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା।

  3. କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ ସାରା ଶର୍ମା। ସିବିଆଇରେ ଡିଆଇଜି ଭାବେ ସାରା ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ୫ବର୍ଷ ପାଇଁ ସିବିଆଇରେ ଡିଆଇଜି ଭାବେ ଦାୟିତ୍ୱ ତୁଲାଇବେ।

  4. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ପ୍ରବରଣ ମଣ୍ଡଳୀ (SSB) ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଅଛି ।

  5. କେନ୍ଦ୍ର ସରକାର ଆଜି ନୂଆ ଇଲେକ୍ଟ୍ରିକ ଭେଇକିଲ (ଇଭି) ନୀତି ଘୋଷଣା କରିଛନ୍ତି।ନୂଆ ନୀତିରେ ସରକାର ଯେଉଁ କମ୍ପାନି ଭାରତରେ ଅତିକମ୍‌ରେ ୫୦୦ ନିୟୁତ ଡଲାର (୪୧୫୦ କୋଟି ଟଙ୍କା) ନିବେଶ ସମେତ କାରଖାନା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେବ ସେହି କମ୍ପାନିକୁ ବିଦ୍ୟୁତ୍‌ ଯାନ ଉପରେ ଆମଦାନୀ ଶୁଳ୍କ ହ୍ରାସ ସୁବିଧା ଦିଆଯିବ।

  6. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ‌କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତାଙ୍କୁ ଆଜି ଅପରାହ୍‌ଣରେ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ ଗିରଫ କରିଛି।

  7. ଗାଜାରେ ଥିବା ଏକ ରିଲିଫ୍‌ ବିତରଣ କେନ୍ଦ୍ର ଉପରେ ଗତକାଲି ହୋଇଥିବା ଇସ୍ରାଏଲ୍‌ ଆକ୍ରମଣରେ ଖାଦ୍ୟ ବଣ୍ଟନ କରୁଥିବା କେତେକ କର୍ମଚାରୀଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୫୫ ଜଣ ଆହତ ହୋଇଛନ୍ତି।

  8. ମାଳଦ୍ୱୀପରେ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଉଡ଼ାଉଥିବା ଭାରତୀୟ ସେନା ତା’ର ପ୍ରଥମ ସାମରିକ ଦଳକୁ ଏହି ଦ୍ୱୀପଦେଶରୁ ସ୍ୱଦେଶକୁ ଫେରାଇ ଆଣିଛି ବୋଲି ଶୁକ୍ରବାର ଦିନ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି।

  9. ଆମ୍ ଆଦମୀ ପାର୍ଟି (ଆପ) ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ। ଆଉ ଦଳୀୟ କର୍ମୀମାନେ ଏଥର ପ୍ରଚାର କରୁଥିବା ଦେଖାଯିବ ନାହିଁ |

  10. ଆସନ୍ତା ୧୮ ତାରିଖରେ ତାମିଲନାଡୁର କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ ପାଇଁ ମାଡ୍ରାସ ହାଇକୋର୍ଟ ଅନୁମତି ଦେଇଛନ୍ତି।

  11. ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସ ପକ୍ଷରୁ ଦେଶର ୨୩ଜଣ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଛି। ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି।

  12. ୮୧ ବର୍ଷୀୟ ଅଭିନେତା ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡ଼ିଛନ୍ତି। ହଠାତ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ବିଗିଡିଛି। ଏଥିପାଇଁ ତାଙ୍କୁ ସକାଳେ ମୁମ୍ୱାଇର କୋକିଲାବେନ୍ ହସ୍ପିଟାଲେ ଭର୍ତ୍ତି କରାଯାଇଛି।

  13. ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

  14. ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ସମୁଦାୟ ୧୯୨ଟି ଆବେଦନ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ପିଟିସନର ଏକାଠି ଶୁଣାଣି କରାଯାଉଛି।

  15. ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପରିଚାଳନାରେ ଅନିୟମିତତା ହେଉଥିବା ଅଭିଯୋଗ କରି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି।

  16. ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ନୂଆ ସ୍ଲୋଗାନ ଦେଇଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍‌ ପୂର୍ବରୁ କଂଗ୍ରେସ ‘ହାଥ୍‌ ବଦ୍‌ଲେଗା ହାଲାତ୍‌’ ଅର୍ଥାତ ଦେଶର ସ୍ଥିତି ବଦଳାଇବାକୁ ସ୍ଲୋଗାନ ଦେଇଛି।

  17. କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ମୁମ୍ବାଇରେ ଭାରତୀୟ ମାନକ ସମୟ ବୃଦ୍ଧି ପାଇଁ ଜାତୀୟ ସମୟ ପ୍ରୋଟୋକଲ୍ (ଏନଟିପି)କୁ ଉଦଘାଟନ କରିଛନ୍ତି। ଏହା ମିଲିସେକେଣ୍ଡ ସଠିକତା ସହିତ ସମାନ ଏବଂ ସଠିକ୍ ସମୟ ସୂଚନା ପ୍ରଦାନ କରିବ ଏବଂ ସାଇବର ନିରାପତ୍ତା ମଧ୍ୟ ବୃଦ୍ଧି କରିବ।

  18. ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟୋରାଲ୍‌ ବଣ୍ଡ୍‌ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନକରି ନ ଥିବାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)କୁ ଶୁକ୍ରବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି।

  19. ମାଲକାନଗିରି ଜିଲା ପୋଲିସକୁ ମିଳିଛି ବଡ ସଫଳତା। ମାଲକାନଗିରି ଏସପି ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ନିକଟରେ ଶୁକ୍ରବାର ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

  20. ଓଲିଉଡ଼ ଅଭିନେତା ଅରିନ୍ଦମ ରାୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଶୁକ୍ରବାର ସେ ଦଳରୁ ଇସ୍ତଫା ଦେବାର ମାତ୍ର ୧ ଘଣ୍ଟା ମଧ୍ୟରେ ସେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟକୁ ଯାଇ ପଦ୍ମ ଧରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.