• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତର ନିର୍ବାଚନ କମିସନ ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

  2. ଓଡ଼ିଶାରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ ।

  3. ଓଡ଼ିଶାର ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୩ ଓ ଜନଜାତିଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ମୋଟ ୧୪୭ ବିଧାନସଭା ଆସନରୁ ଅନୁସୂଚିତ ଜାତିଙ୍କ ପାଇଁ ୨୪ ଓ ଜନଜାତିଙ୍କ ପାଇଁ ୩୩ ଆସନ ସଂରକ୍ଷିତ ।

  4. ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବୃଦ୍ଧି କରିଛନ୍ତି । ୭୫୦୦ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦରମା।

  5. ରାଜ୍ୟରେ ଯାନବାହନ ବିକ୍ରି ସହିତ ତତ୍‌‌ସମ୍ପର୍କିତ ସେବାର ଆବଶ୍ୟକତା ଢେର୍‌ ବୃଦ୍ଧି ପାଇଛି। ରାଜ୍ୟରେ ୫୪ଟି ଆରଟିଓ କ୍ୟାମ୍ପ୍‌‌ ଅଫିସ୍‌‌ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆରଟିଓ ଭଳି କ୍ୟାମ୍ପ୍‌‌ ଅଫିସ୍‌‌ରେ ପରିବହନ ସମ୍ପର୍କିତ ସେବା ଉପଲବ୍ଧ ହେବ।

  6. ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି।  ଶନିବାର ଦ୍ୱିତୀୟ ଦିନ ଥିବାବେଳେ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି । ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

  7. ତାଳଚେର ଫର୍ଟିଲାଇଜର ଲିମିଟେଡକୁ ୮୫୬ ଏକର ଜାଗା ପଞ୍ଜିକରଣ ହେବ। ଷ୍ଟାମ୍ପ ଭେଣ୍ଡରଙ୍କ କମିସନ ବୃଦ୍ଧି। କଟକ ଚାଉଳିଆଗଞ୍ଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ। ଅଢେଇ ଏକର ଜମି ବିନା ପ୍ରିମିୟମରେ ପ୍ରଦାନ କରାଯିବି। ୨୯ କୋଟି ୩୭ ଲକ୍ଷ ପ୍ରିମିୟମ ଛାଡ ପାଇଁ କ୍ୟାବିନେଟରେ ନଷ୍ପତ୍ତି ହୋଇଛି।

  8. ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିସ୍ଥିତ ଏକ ମାଜିଷ୍ଟ୍ରେଟ୍ କୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାନହାନି ମାମଲାର ଶୁଣାଣିକୁ ମେ’ ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

  9. ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ୯୭ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି। ୧୮ରୁ ୨୯ ବର୍ଷର ଯୁବ ଭୋଟର ସଂଖ୍ୟା  ୨୧ କୋଟି ରହିଛି । ସେହିପରି ଦେଶରେ ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର ରହିଛନ୍ତି । ୮୫ ବର୍ଷରୁ ଅଧିକ ବୟସର ଭୋଟର ଘରେ ବସି ଭୋଟ ଦେଇପାରିବେ ।

  10. ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି।

  11. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବାରା ଜାରି ହୋଇଥିବା ଆୟୁଷ୍ମାନ କାର୍ଡ ‌‌‌‌‌‌‌‌ମାର୍ଚ୍ଚ ୧୬ଠାରୁ ହରିୟାଣାରେ କାର୍ଯ୍ୟ କରିବା ବନ୍ଦ ହୋଇଛି। ଫଳରେ ଏହା ଅନ୍ତର୍ଗତ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଆଉ ମିଳିବ ନାହିଁ।

  12. ପାକିସ୍ତାନ ଦ୍ୱାରା ଆଗତ ଏବଂ ଚୀନ୍ ଦ୍ବାରା ସମର୍ଥିତ ଇସଲାମୋଫୋବିଆ(ଇସ୍‌ଲାମ ପ୍ରତି ଭୟ) ଉପରେ ଏକ ଚିଠା ପ୍ରସ୍ତାବ ଉପରେ ଜାତିସଂଘ ସାଧାରଣ ପରିଷଦରେ ଭୋଟ୍ ଦେବାରୁ ବିରତ ରହିଛି ଭାରତ।

  13. ବିଆର୍‌ଏସ୍ ନେତ୍ରୀ କେ କବିତାଙ୍କୁ ମନିଲଣ୍ଡରିଂ ମାମଲାରେ ଗିରଫ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ବିଆର୍‌ଏସ୍ ଅନ୍ୟ ଦୁର୍ନୀତିଗ୍ରସ୍ତ ଦଳ ସହ ଭାଗୀଦାରି କରିଛି ଏବଂ କୌଣସି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଖସି ପାରିବେ ନାହିଁ।

  14. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତା ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ହେପାଜତରେ ରହିବେ ବୋଲି ରାଉଜ୍ ଆଭେନ୍ୟୁ କୋର୍ଟ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।

  15. ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ଏଲିମିନେଟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ୫ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.