• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜ୍ୟୋତିର୍ଲିଙ୍ଗ କେଦାରନାଥଙ୍କ ଭକ୍ତମାନଙ୍କ ପାଇଁ ଖୁସିଖବର । ଆସନ୍ତା ମେ ୧୦ ଅକ୍ଷୟ ତୃତୀୟାରେ ବାବା କେଦାରନାଥଙ୍କ ମନ୍ଦିର ଖୋଲିବାକୁ ଯାଉଛି ।

  2. ଆମେରିକାର ଫ୍ଲୋରିଡା ରାଜ୍ୟରେ ୧୪ ବର୍ଷରୁ କମ୍ ପିଲାମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ରନ୍ ଡିସାଣ୍ଟିସ୍ ଏହି ଆଇନକୁ ଅନୁମୋଦନ କରିଛନ୍ତି। ଏହା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରୁ କାର୍ଯ୍ୟକାରୀ ହେବ । ଏହି ସୂଚନା ‘ସ୍କାଏ ନ୍ୟୁଜ୍’ର ରିପୋର୍ଟରେ ପ୍ରକାଶ ପାଇଛି।

  3. ସାମାଜିକ କାର୍ଯ୍ୟକ୍ରମ ଓ ଗୃହନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସଫଳ ଯୁବଦ୍ୟୋଗୀ ସୁବ୍ରତ କୁମାର ସାହୁଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର-୨୦୨୪ ପ୍ରଦାନ କରାଯାଇଛି।

  4. ଭାରତୀୟ ଛାତ୍ର ସତ୍ୟମ୍ ସୁରାନା ଏବେ ଚଳିତ ବର୍ଷ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଛାତ୍ର ସଂସଦ ନିର୍ବାଚନ ସମୟରେ ତାଙ୍କ ବିରୋଧରେ ଓ ଅନ୍ୟ ଭାରତୀୟ ଛାତ୍ରଙ୍କ ବିରୋଧରେ ଘୃଣା ଅଭିଯାନ ଚାଲିଥିବା ଅଭିଯୋଗ କରିଛନ୍ତି। ତାଙ୍କୁ କୌଣସି ପ୍ରକାରେ ବିଜେପି ସହ ଯୋଡ଼ିବା ସହ ତାଙ୍କୁ ଫାଶିବାଦୀ ବୋଲି କହି ତାଙ୍କୁ ଓ ତାଙ୍କ ପ୍ରଚାରକୁ ବର୍ଜନ କରିବା ପାଇଁ ଆହ୍ବାନ ଦିଆଯାଇଥିଲା।

  5. କୋଲକାତା ବିମାନ ବନ୍ଦରରେ ଦରଭଙ୍ଗା ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନ ରନୱେ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଅପେକ୍ଷାରେ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ଧକ୍କା ଦେଇଥିଲା।

  6. ବ୍ରହ୍ମପୁର ମହାନଗର ନିଗମର ପୁର୍ବତନ ମେୟର ଶିବ ଶଙ୍କର ଦାସ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଦ୍ବାରା ଲଗାଯାଇଥିବା ଜାମିନ ସର୍ତ୍ତକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

  7. ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ହାଇକୋର୍ଟରେ କୌଣସି ଅନ୍ତରୀଣ ଆଶ୍ବସ୍ତି ମିଳିନାହିଁ।

  8. ନିର୍ବାଚନ ପ୍ରଚାର ସମୟରେ ଦଳୀୟ ତାରକା ପ୍ରଚାରକଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧିର ଉଲଂଘନ କରାଗଲେ ଏଥର ଦଳମାନଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ତାରକା ପ୍ରଚାରକଙ୍କ ଦ୍ବାରା ଯଦି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରାଯାଏ ତାହାହେଲେ ଦଳୀୟ ନିର୍ବାଚନ ଚିହ୍ନକୁ ସିଜ କରିନିଆଯିବ ବୋଲି ଆୟୋଗଙ୍କ ସୁତ୍ରରୁ ଜଣାପଡିଛି।

  9. ନେପାଳର ଜଣେ ମେୟରଙ୍କ ଝିଅ ନିଖୋଜ ହେବାର ଦୁଇଦିନ ପରେ ମିଳିଛନ୍ତି। ନିଖୋଜ ହେବା ସ୍ଥାନଠାରୁ ପ୍ରାୟ ୨୦ କିଲୋମିଟର ଦୂର ଉତ୍ତର ଗୋଆର ମାଣ୍ଡ୍ରେମରେ ଥିବା ଏକ ହୋଟେଲରୁ ତାଙ୍କୁ ଉଦ୍ଧାର କରାଯାଇଛି।

  10. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେଇଥିଲା, କିନ୍ତୁ ପାଣ୍ଠି ଅଭାବରୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

  11. ୧୯୯୬ରେ ଏକ ଡ୍ରଗ୍ସ ଜବତ ମାମଲାରେ ଗୁଜୁରାଟର ଏକ ଅଦାଲତ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏନଡିପିଏସ ମାମଲାରେ ସଞ୍ଜୀବ ଭଟ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଲନପୁର କୋର୍ଟ ।

  12. ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ସ୍ତ୍ରୀଙ୍କୁ ୩ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ହନିମୁନ୍ ସମୟରେ ସ୍ବାମୀ ସ୍ତ୍ରୀଙ୍କୁ ସେକେଣ୍ଡ ହ୍ୟାଣ୍ଡ୍ ବୋଲି କହିଥିଲେ।

  13. ୧୯୮୯ ପରେ ଚଳିତ ୨୦୨୪ ବର୍ଷ ପ୍ରଥମ ଲୋକସଭା ନିର୍ବାଚନ ହେବାକୁ ଯାଉଛି ‌ଯେତେବେଳେ କି ପିଲଭିତ ଲୋକସଭା ଆସନରେ ମେନକା ଗାନ୍ଧୀ ଅବା ବରୁଣ ଗାନ୍ଧୀ କେହି ନିର୍ବାଚନ ମଇଦାନରେ ନାହାନ୍ତି। ମେନକା ଗାନ୍ଧୀ ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବାବ‌େଳେ ବରୁଣ ଗାନ୍ଧୀଙ୍କ ଟିକେଟ କଟି ଯାଇଛି।

  14. ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ଭାରତୀୟ ରେଳର ସମସ୍ତ ରେକର୍ଡକୁ ଅତିକ୍ରମ କରିଛି | ୧ ଏପ୍ରିଲ, ୨୦୨୩ ରୁ ୨୫ ମାର୍ଚ୍ଚ ୨୦୨୪ ମଧ୍ୟରେ ପୂର୍ବତଟ ରେଳପଥ ୨୫୦ ନିୟୁତ ଟନ୍ ପଣ୍ୟ ପରିବହନ କରି ୨୦୨୨-୨୩ ଆର୍ଥିକ ବର୍ଷର ସର୍ବୋଚ୍ଚ ମାଲ ପରିବହନ ରେକର୍ଡ କରିଛି ।

  15. ରାଜ୍ୟରେ ଆସନ୍ତା ଦୁଇଦିନ ଭିତରେ ତାପାମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବ। ୨୯ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କିନ୍ତୁ ୩୦ତାରିଖରୁ ରାଜ୍ୟରେ ବିଭିନ୍ନ କାଳବୈଶାଖୀ ସହ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।.

  16. ୯ ଲୋକ ସଭା ଆସନ ପାଇଁ ବିଜୁ ଜନତା ଦଳ(ବିଜେଡି) ବୁଧବାର ଟିକେଟ ଘୋଷଣା କରିଛି। ପୂର୍ବରୁ ବହୁ ଆଲୋଚନା ହେଉଥିଲେ ମଧ୍ୟ ଶ୍ରିମୟୀ ମିଶ୍ରଙ୍କୁ ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଟିକେଟ୍ ମିଳିନାହିଁ।

  17. ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ ବିଧେୟକ ସପକ୍ଷରେ ଭୋଟ ଦେଇଥିବାବେଳେ ଅନ୍ୟ ୧୦ ସଦସ୍ୟ ବିଲ୍‌କୁ ବିରୋଧ କରିଥିଲେ।

  18. ଦେଶରେ ଖୁବଶୀଘ୍ର ସାଟେଲାଇଟ୍ ଭିତ୍ତିକ ଟୋଲ୍ ବ୍ୟବସ୍ଥା ପ୍ରଣୟନ ହେବାକୁ ଯାଉଛି। ଯାହାଦ୍ୱାରା ସମୟ ସହିତ ଟଙ୍କା ମଧ୍ୟ ବଞ୍ଚିବ

  19. ଦୀର୍ଘଦିନର ମୁଲଚାଲ ପରେ ଶେଷରେ ଶିଳ୍ପପତି ଗୌତମ ଆଦାନି ଗୋପାଳପୁର ବନ୍ଦରକୁ କିଣିଛନ୍ତି। ଏଥି ସହିତ ଓଡ଼ିଶାର ଉତ୍ତର ଓ ଦକ୍ଷିଣ ଭାଗରେ ଥିବା ଦୁଇଟି ଘରୋଇ ବନ୍ଦର ତାଙ୍କ ଅଧୀନକୁ ଆସିଛି। ପୂର୍ବରୁ ଭଦ୍ରକରେ ଥିବା ଧାମରା ବନ୍ଦରକୁ ସେ ଟାଟାଠାରୁ କିଣିଥିଲେ।

  20. ଆଇପିଏଲ୍ ୨୦୨୪ର ଅଷ୍ଟମ ମ୍ୟାଚ୍‌ରେ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍ (ଏସଆରଏଚ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.