- ବିଶ୍ଵ ପାଣିପାଗ ସଂଗଠନ କହିଛି ଯେ ଗତ ବର୍ଷ ହାରାହାରି ଭୂପୃଷ୍ଠର ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୪୫ ଡିଗ୍ରି ସେଲସିୟସ ଅଧିକ ଥିଲା। ଏହା ବିପଜ୍ଜନକ ଭାବରେ ୧.୫ ଡିଗ୍ରି ସୀମାର ନିକଟତର ଥିଲା ଏବଂ ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତିରେ ଏଭଳି ସ୍ଥିତିକୁ ଏଡ଼ାଇବା ନିମନ୍ତେ ପଦକ୍ଷେପ ପାଇଁ ସଦସ୍ୟ ରାଷ୍ଟ୍ରମାନେ ସଂକଳ୍ପବଦ୍ଧ ହୋଇଥିଲେ।
- ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ଚନ୍ଦ୍ରଗ୍ରହଣ ସମୟରେ ନକାରାତ୍ମକ ଶକ୍ତି ବ୍ରହ୍ମାଣ୍ଡରେ ବିସ୍ତାର ହୋଇଥାଏ। ତେଣୁ ଏହି ସମୟ ମଧ୍ୟରେ ପାକକ୍ରିୟା ଓ ଧାର୍ମିକ କାର୍ଯ୍ୟକଳାପ ନିଷେଧ ରହିଥାଏ।
- ଦେଶର ରୋଗୀଙ୍କ ଉପରେ ମହଙ୍ଗା ମାଡ଼ ହେବାକୁ ଯାଉଛି। ଜୀବନ ରକ୍ଷାକାରୀ ୮୦୦ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି। ଚଳିତ ୨-୨୪ ବର୍ଷ ଏପ୍ରିଲ୍ ମାସରୁ ଏସବୁ ଔଷଧର ଦର ବୃଦ୍ଧି ହେବାକୁ ଯାଉଛି।
- ଶରଦ ପାୱାର ଗୋଷ୍ଠୀକୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ନାମ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି-ଶରଦ ଚନ୍ଦ୍ର ପାୱାର’ ଏବଂ ଦଳର ଚିହ୍ନ ‘ତୁରୀ ବଜାଉଥିବା ମନୁଷ୍ୟ’ ବ୍ୟବହାର କରିବାକୁ ସୁପ୍ରିମ କୋର୍ଟ ଅନୁମତି ଦେଇଛନ୍ତି।
- ବ୍ରିଟେନ୍ ସହିତ ବିଶ୍ଵର ବହୁ ଦେଶରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ପରିଲକ୍ଷିତ ହେବାରେ ଲାଗିଛି। ଜାପାନ ଏଭଳି ସ୍ଥିତିରୁ ଅଳ୍ପକେ ଦୂରେଇ ରହିଛି। ଏବେ କାନାଡ଼ା ଉପରେ ଆର୍ଥିକ ମାନ୍ଦାବସ୍ଥାର ସଙ୍କଟ ଦୃଷ୍ଟିଗୋଚର ହେବାରେ ଲାଗିଛି।
- ନାଗରିକତା ସଂଶୋଧନ ଆଇନ (ସିଏଏ)ର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ସରକାରଙ୍କୁ ଜବାବ ମାଗିଛନ୍ତି କୋର୍ଟ ।
- ଆୟୁର୍ବେଦିକ କମ୍ପାନି ପତଞ୍ଜଳି ଆୟୁର୍ବେଦ ଲୋକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ସୁପ୍ରିମକୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ନୋଟିସ ଜାରି କରି ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
- କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ଦେବା ସହ କହିଛନ୍ତି, ‘‘ଆସନ ବଣ୍ଟନ ନେଇ ଆମ ଦଳ ଅନ୍ୟାୟର ସମ୍ମୁଖୀନ ହୋଇଛି।"
- ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ହାଜତରେ ଥିବା ଆପ୍ ନେତା ସଞ୍ଜୟ ସିଂହ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଗିରଫ ହେବା ପୂର୍ବରୁ ତାଙ୍କୁ କୌଣସି ସମନ ଜାରି କରାଯାଇ ନାହିଁ।
- ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ପୂର୍ବରୁ ସେ ଅବସାଦକୁ ଦୂର କରିବା ପାଇଁ କେଟାମାଇନ୍ ଭଳି ଔଷଧ ବ୍ୟବହାର କରିବା ନେଇ ଚର୍ଚ୍ଚାରେ ଥିଲେ ।
- ନ୍ସିପିର ନିର୍ବାଚନୀ ଚିହ୍ନ 'ଘଣ୍ଟା'କୁ ବ୍ୟବହାର କରିବାକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
- ବିଜେପିରେ ସାମିଲ ହେଲେ ଜେଏମ୍ଏମ୍(ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା)ର ପ୍ରମୁଖ ଶିବୁ ସୋରେନ୍ଙ୍କ ବଡ ବୋହୂ ସୀତା ସୋରେନ୍।
- ୧୭ଶହ ଶତାବ୍ଦୀରେ ବ୍ରିଟିଶ ଜାହାଜ ମର୍ଚାଣ୍ଟ ରୟାଲ ଗଭୀର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୁଏ। ୪୦୦ କୋଟି ପାଉଣ୍ଡର ଧନ-ସମ୍ପତ୍ତି ନେଇ ଯାତ୍ରା କରୁଥିବା ଏହି ଜାହାଜକୁ ଶହେ ବର୍ଷ ଧରି ଖୋଜାଖୋଜି କରିବା ସତ୍ତ୍ୱେ କୌଣସି ସନ୍ଧାନ ମିଳିନଥିଲା। ବର୍ତ୍ତମାନ, ବ୍ରିଟେନର ଏକ କମ୍ପାନୀ ଟେକ୍ନୋଲୋଜି ସହାୟତାରେ ଦୁର୍ଘଟଣାଗ୍ରସ୍ତ ଜାହାଜକୁ ଖୋଜି ପାଇଯିବ ବୋଲି ଦାବି କରୁଛି।
- ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର କ୍ଷେପଣାସ୍ତ୍ର ଆକ୍ରମଣରେ ହମାସ୍ ଆତଙ୍କବାଦୀ ସଂଗଠନର ଅନ୍ୟତମ ପ୍ରମୁଖ କମାଣ୍ଡର ମାରୱାନ୍ ଇସା ନିହତ ହୋଇଛି। ମାରୱାନ୍ର ମୃତ୍ୟୁ ସମ୍ପର୍କରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍ ସୁଲିଭାନ୍ ସୂଚନା ଦେଇଛନ୍ତି।
- ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଆଗକୁ ଭୀଷଣ ରୂପ ନେଇପାରେ ବୋଲି ଜାତିସଂଘ ସତର୍କ କରାଇ ଦେଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମୁଦ୍ର ଓ ଗ୍ଲେସିୟରରେ ରେକର୍ଡ ପରିମାଣର ବରଫ ନଷ୍ଟ ହୋଇଥିବାରୁ ୨୦୨୩ ସବୁଠାରୁ ଉତ୍ତପ୍ତ ବର୍ଷ ପାଲଟିଥିଲା। ଅନ୍ୟପକ୍ଷରେ ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ କ୍ରମାଗତ ଉତ୍ତାପ ବଢ଼ି ଚାଲିଥିବାରୁ ଏହା ସବୁଠାରୁ ଉତ୍ତପ୍ତ ଦଶନ୍ଧି ଭାବେ ବିବେଚିତ ହୋଇଛି।
- ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଶାହି ମସ୍ଜିଦ୍ ଇଦ୍ଗା ଟ୍ରଷ୍ଟ ଦାଖଲ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
- ପ୍ରଦୂଷିତ ଦେଶ ତାଲିକାର ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ PM2.5 ର ପରିମାଣ ୫୪.୪ ମାଇଗ୍ରୋଗ୍ରାମ ପ୍ରତି କ୍ୟୁବିକ୍ ମିଟର। ୧୩୪ ଦେଶ ମଧ୍ୟରୁ ବାଂଲାଦେଶ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ। ତୃତୀୟ ସ୍ଥାନରେ ରହିଛି ଭାରତ।
- ‘ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ । ରାଇଜିଂ ଭାରତ ମଞ୍ଚରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
- ଭବିଷ୍ୟତର ସମ୍ଭାବ୍ୟ ଉଚ୍ଚ ବୈଷୟିକ କୌଶଳଯୁକ୍ତ ଓ କୃତ୍ରିମ ବୁଦ୍ଧିମତା ନିୟନ୍ତ୍ରିତ ଯୁଦ୍ଧର ମୁକାବିଲା ନିମନ୍ତେ ଭାରତୀୟ ସେନା ବାହିନୀ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ହାଇଟେକ୍ ଯୁଦ୍ଧ ନିମନ୍ତେ ହାଇଟେକ୍ ସେନା ୟୁନିଟ୍ ‘ଷ୍ଟିଆଗ୍’ (ସିଗନାଲ୍ ଟେକ୍ନଲୋଜି ଇଭାଲ୍ୟୁସନ୍ ଆଣ୍ଡ ଆଡାପ୍ଟେସନ୍ ଗ୍ରୁପ୍) ଗଠନ କରାଯାଇଛି।
- ଲୋକ ସଭା ନିର୍ବାଚନରେ ଡାକ ଭୋଟ ବା ପୋଷ୍ଟାଲ ଭୋଟ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଡାକ ବାଲାଟର ସୁବିଧା ବର୍ତ୍ତମାନ ନିର୍ବାଚନ ଆୟୋଗ ଉପଲବ୍ଧ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.