• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌ଡିଟିଭିକୁ ଏକ ସାକ୍ଷାତକାରରେ କହିଛନ୍ତି, ଭାରତର ନାଗରିକଙ୍କ ପାଇଁ ସୁପ୍ରିମ୍‌କୋର୍ଟ ସର୍ବଦା ରହିଛି। ସେ ଯେ କୌଣସି ଧର୍ମ, ସାମାଜିକ ସ୍ଥିତି, ଜାତି, ଲିଙ୍ଗ କିମ୍ବା ସରକାରର ହୁଅନ୍ତୁ, ସମସ୍ତଙ୍କୁ ଉଚିତ ନ୍ୟାୟ ଦେବା ଆମର ମିସନ। ଦେଶର ସର୍ବୋଚ୍ଚ ଅଦାଲତ ପାଇଁ ସବୁ ମାମଲା ଅତୀବ ଗୁରୁତ୍ବପୂର୍ଣ୍ଣ ।

  2. କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ୧୩୮ ପୃଷ୍ଠାର ସତ୍ୟପାଠରେ କହିଛନ୍ତି ଯେ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂପୂର୍ଣ୍ଣ ସ୍ବଚ୍ଛ ପ୍ରକ୍ରିୟାରେ ହେଉଛି। ଏହା ପଛରେ କୌଣସି ପକ୍ଷପାତିତା କିମ୍ବା ଗୁପ୍ତ ଉଦ୍ଦେଶ୍ୟ ନାହିଁ। ଏହି ନିଯୁକ୍ତି ପାଇଁ ପ୍ରଧାନ ବିଚାରପତିଙ୍କୁ କମିଟିରେ ସାମିଲ କରାଯିବାର କିଛି ଆବଶ୍ୟକ ନାହିଁ।

  3. ୨୦୨୪ ପାଇଁ ୱାର୍ଲ୍ଡ ହାପିନେସ୍ ଇଣ୍ଡେକ୍ସ (ବିଶ୍ବ ଖୁସି ସୂଚକାଙ୍କ) ରିପୋର୍ଟ ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରକାଶ ପାଇଛି। କ୍ରମାଗତ ସପ୍ତମ ବର୍ଷ ପାଇଁ ତାଲିକାର ଶୀର୍ଷରେ ରହିଛି ଫିନଲାଣ୍ଡ। ତା’ ପଛକୁ ଡେନମାର୍କ, ଆଇସଲ୍ୟାଣ୍ଡ ଓ ସ୍ୱିଡେନ ଅଛନ୍ତି। ଭାରତ ୧୨୬ତମ ସ୍ଥାନରେ ଥିବା ବେଳେ ଚୀନ୍ ୬୦ତମ, ନେପାଳ ୯୩ତମ, ପାକିସ୍ତାନ ୧୦୮ତମ, ମିଆଁମାର ୧୧୮ତମ, ଶ୍ରୀଲଙ୍କା ୧୨୮ତମ ଓ ବାଂଲାଦେଶ ୧୨୯ତମ ସ୍ଥାନରେ ରହିଛି।

  4. ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବିଇଏମଏଲର ମହୀଶୂର କ୍ୟାମ୍ପସରେ ଇଞ୍ଜିନ୍ ବିଭାଗରେ ଯୁଦ୍ଧ ଟ୍ୟାଙ୍କ ପାଇଁ ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୧୫୦୦ ହର୍ସପାୱାର (ଏଚପି) ଇଞ୍ଜିନର ପ୍ରଥମ ଟେଷ୍ଟ ଫାୟାରିଂ ହୋଇଥିଲା।

  5. ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି।

  6. ନିଟ୍ ପିଜି ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ପୁଣି ଥରେ ନ୍ୟାସନାଲ ଏଲିଜିବିଲିଟି-ଏଣ୍ଟ୍ରାନ୍ସ ଟେଷ୍ଟ- ପୋଷ୍ଟ ଗ୍ରାଜୁଏଟ୍ (ନିଟ୍ ପିଜି)ରେ ପରିବର୍ତ୍ତନ କରିଛି।

  7. ଗହଳି ରାସ୍ତାରେ ଡ୍ୟାନ୍ସ କରିବା ଦ୍ଵାରା ଉପୁଜୁଥିବା ସମସ୍ୟାକୁ ‌ରୋକିବା ପାଇଁ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍ ମାନେଟ୍ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଯାନବାହନରେ ମ୍ୟୁଜିକାଲ ହର୍ଣ୍ଣ ବ୍ୟାନ୍ କରିଛନ୍ତି।

  8. ତାମିଲନାଡୁର ଶାସକ ଦଳ ଦ୍ରାବିଡ ମୁନ୍ନେତ୍ରା କଡ଼ଗାମ (ଡିଏମକେ) ଲୋକସଭା ନିର୍ବାଚନ ୨୦୨୪ ପାଇଁ ଇସ୍ତାହାର ପ୍ରକାଶ କରିଛି। ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ସହିତ ତାମିଲନାଡୁର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍‌ଙ୍କୁ ବୁଧବାର ଫୋନ୍ କରିଛନ୍ତି। ପୁଣି ଥରେ ପୁଟିନ୍ ରୁଷିଆର ରାଷ୍ଟ୍ରପତି ହୋଇଥିବାରୁ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

  10. ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ କୋଇଲା ଖଣିରେ କାମ କରୁଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

  11. ଜନ ଅଧିକାର ପାର୍ଟିର ପ୍ରମୁଖ ପପୁ ଯାଦବ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ତାଙ୍କ ଦଳର ବିଲୟ କଂଗ୍ରେସରେ ହୋଇଥିବା ସେ ଘୋଷଣା କରିଛନ୍ତି।

  12. ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଚଳିତମାସ ମାର୍ଚ୍ଚ ୩୧ ରବିବାର ଦିନ ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି।

  13. ଦେଶରେ ମୁଣ୍ଡପିଛା ମାଛ ବ୍ୟବହାର ୧୫ ବର୍ଷ ଭିତରେ ଦ୍ବିଗୁଣିତ ହୋଇ ୮ କେଜି ୮୯ ଗ୍ରାମରେ ପହଞ୍ଚିଛି। ରାଜ୍ୟଗୁଡ଼ିକ ଭିତରେ ତ୍ରିପୁରାରେ ଅଧିକାଂଶ ଲୋକ ମାଛ ଖାଉଥିବା ବେଳେ ହରିୟାଣାରେ କମ୍ ଲୋକ ମାଛକୁ ଭୋଜନରେ ବ୍ୟବହାର କରନ୍ତି। ୱାର୍ଲଡ୍‌ଫିସ୍‌ ରି‌ପୋର୍ଟରୁ ଜଣାପଡ଼ିଛି।

  14. ସାପ୍ତାହିକ ମାଛ ବ୍ୟବହାରରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ସପ୍ତାହକୁ ୬୬.୮ ଲୋକ ମାଛ ଖାଉଛନ୍ତି।

  15. ଭୁବନେଶ୍ବରର ଚନ୍ଦକା ଶିଳ୍ପାଞ୍ଚଳରେଏକ ନୂଆ ଆଇଟି ଟାୱାର ନିର୍ମାଣ କରାଯିବ। ଏଥିପାଇଁ ଇଡ୍‌‌କୋ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ଇଡ୍‌କୋରୁ ମିଳିଥିବା ସୂଚନା ଅନୁସାରେ ଏହି ପ୍ରକଳ୍ପକୁ ୨.୧୭ ଏକର ଜମିରେ ନିର୍ମାଣ କରାଯିବ। ଏହି ବହୁତଳ କୋଠାରେ ତିନିଟି ବେସ୍‌ମେଣ୍ଟ୍‌, ତଳ ମହଲା ଓ ତା’ ଉପରେ ୧୫ ମହଲା ରହିବ। ଏହି ପ୍ରକଳ୍ପରେ ୬୦୮ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଉଛି।

  16. ସମଗ୍ର ବିଶ୍ୱରେ ୭୦ ପ୍ରତିଶତ ମାନବ ଚାଲାଣ ଅପରାଧ ମାମଲା ସେକ୍ସ ଇଣ୍ଡଷ୍ଟ୍ରି ସହିତ ଜଡିତ । ନିକଟରେ ହୋଇଥିବା ଆଇଏଲ୍ଏ ଆକଳନ ଅନୁଯାୟୀ, ଅନ୍ୟ କ୍ଷେତ୍ର ଅପେକ୍ଷା ଯୌନ ଶିଳ୍ପରୁ ୨୩୬ ବିଲିୟନ ଡ଼ଲାର (୧,୯୫,୯୨,୨୪,୮୦,୦୦,୦୦୦ ଟଙ୍କା) ଲାଭ ହୋଇଥାଏ।  ମିଳିତ ଜାତିସଂଘର ଏକ ଶାଖା ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ) ଦ୍ୱାରା ଏହା ପ୍ରକାଶ ପାଇଛି।

  17.  ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ(ADR) ଅନୁସାରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଅଛନ୍ତି। ଏଡିଆର ଦ୍ୱାରା ଜାରି ୩୦ଜଣିଆ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ନମ୍ବରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ ଏସ ଜଗମୋହନ ରେଡ୍ଡୀ ଅଛନ୍ତି। ଏହାପରେ ଦ୍ୱିତୀୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଅଛନ୍ତି। ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  18. ବରୁଣ ନିଜେ ପିଲିଭିତରୁ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଭାଜପା ପାଇଁ ମଧ୍ୟ ଏକ ଆହ୍ବାନ ରହିଛି ଯେ ଯଦି ଭାଜପା ପିଲିଭିତରୁ ଅନ୍ୟ କାହାକୁ ଟିକେଟ ଦିଏ, ତେବେ ବରୁଣ ଗାନ୍ଧୀ ନିର୍ବାଚନ ମଇଦାନ ଆସିବେ।

  19. ନିର୍ବାଚନ ଆୟୋଗର ରିପୋର୍ଟ ଅନୁଯାୟୀ, ଦେଶର ପ୍ରାୟ ଏକ ତୃତୀୟାଂଶ ଲୋକ ଗତ ନିର୍ବାଚନରେ ଭୋଟ ଦେଇ ନ ଥିଲେ। ଯେଉଁମାନେ ଭୋଟ ଦେଇ ନାହାଁନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି, ସହରାଞ୍ଚଳର ଜନତା, ଯୁବକ, ଏବଂ ଧନୀ ବ୍ୟକ୍ତି।

  20. ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଆଇପିଏଲ୍ ୨୦୨୪। ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗସ (CSK)କୁ ଭେଟିବ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)। ହେଲେ ତା’ ପୂର୍ବରୁ ଆନୁଷ୍ଠାନିକ ଭାବେ ନିଜ ନାଁ ବଦଳାଇ ଦେଇଛି ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ତା’ର ନୂଆ ନାଁ ହେଉଛି ‘ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.