• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶରେ ରଙ୍ଗର ପର୍ବ ହୋଲି ପାଳନ କରାଯାଉଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

  2. ମାର୍ଚ୍ଚ ୨୩ ତାରିଖରେ ମସ୍କୋରେ କ୍ରୋକସ୍‌ ସିଟି ହଲ୍‌ ଆକ୍ରମଣ ପଛରେ ଇସ୍‌ଲାମିକ୍‌ ଷ୍ଟେଟ୍‌ର ହାତ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ଦାବି ଉପରେ ରୁଷ୍‌ ସନ୍ଦେହ ପ୍ରକଟ କରିଛି।

  3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ୍‌ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭୟ କରୁଛନ୍ତି ବୋଲି ଦିଲ୍ଲୀ ମନ୍ତ୍ରୀ ଆତିଶୀ ଅଭିଯୋଗ କରିଛନ୍ତି।

  4. ଇନ୍ଦୋରର ପୁଲିସ କମିଶନର ରାକେଶ ଗୁପ୍ତା ବେଆଇନ ମଦ, ବେଆଇନ ଡ୍ରଗ୍ସ ଏବଂ ବେଆଇନ ନଗଦଟଙ୍କା ପରିବହନକୁ ରୋକିବା ପାଇଁ କଡା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଇନ୍ଦୋରର ପୁଲିସ କମିଶନର ରାକେଶ ଗୁପ୍ତା ବେଆଇନ ମଦ, ବେଆଇନ ଡ୍ରଗ୍ସ ଏବଂ ବେଆଇନ ନଗଦଟଙ୍କା ପରିବହନକୁ ରୋକିବା ପାଇଁ କଡା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

  5. ତାମିଲନାଡୁ ଇରୋଡର ଏମଡିଏମକେ ସାଂସଦ ଗଣେଶମୂର୍ତ୍ତି ସୋମବାର ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

  6. ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଫୋନ୍‌ ଟ୍ୟାପିଂ ମାମଲାରେ ଅଭିଯୁକ୍ତ ନମ୍ବର ୧ ଭାବେ ନାମିତ କରାଯାଇଛି।

  7. ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସୋମବାର ପ୍ରଥମ ଥର ପାଇଁ ପାଞ୍ଚ ମାସରୁ ଅଧିକ ସମୟ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି କରିବାକୁ ଦାବି କରିଛି। ସୁରକ୍ଷା ପରିଷଦର ଅନ୍ୟ ୧୪ ଜଣ ସଦସ୍ୟ ସେହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

  8. ଆସାମର ଲକ୍ଷ୍ମୀପୁର ଜିଲ୍ଲାର ନାଓବୋଇଚା ବିଧାୟକ ଭରତ ଚନ୍ଦ୍ର ନାରା ତାଙ୍କ ପତ୍ନୀଙ୍କୁ ଲୋକସଭା ନିର୍ବାଚନ ପାଇଁ ଦଳରୁ ଟିକେଟ ନ ମିଳିବାରୁ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

  9. : ବରିଷ୍ଠ ସାମ୍ବାଦିକ ଶାନ୍ତନୁ ଗୁହା ରାୟଙ୍କର ସୋମବାର ସକାଳେ ଦେହାନ୍ତ ହୋଇଛି।

  10. କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଖଣି ବ୍ୟବସାୟୀ ଜି ଜନାର୍ଦ୍ଦନ ରେଡ୍ଡୀ ସୋମବାର ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି।

  11. ଉଜୈନର ମହାକାଳ ମନ୍ଦିରରେ ସୋମବାର ଆରତି ସମୟରେ ନିଆଁ ଲାଗି ୫ ପୁରୋହିତଙ୍କ ସମେତ ୧୩ ଜଣ  ଆହତ ହୋଇଛନ୍ତି। ଭସ୍ମ ଆରତି ସମୟରେ  ନିଆଁ ଲାଗିଯାଇଥିଲା।

  12. ଆତଙ୍କବାଦୀମାନେ ସୋମବାର ରାତିରେ ନାଭାଲ ଏୟାର ବେସ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ପାକିସ୍ତାନୀ ସୁରକ୍ଷା ବାହିନୀ ନୌସେନାର ଏୟାରବେସ ଉପରେ ହୋଇଥିବା ଆକ୍ରମଣର କଡା ଜବାବ ଦେବାକୁ ଯାଇ ୪ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

  13. ବିଜେପିର ଯେଉଁ ୧୮ ଜଣିଆ ସାଂସଦ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି, ସେଥିରେ ଖାରବେଳଙ୍କ ନାଁ ନାହିଁ। ଫଳରେ ସେ ଏବେ ଖଡ଼ଗ ହସ୍ତ। ଖାରବେଳ ସ୍ବାଇଁ କହିଛନ୍ତି, ସେ ସ୍ବାଧୀନ ଭାବେ ବାଲେଶ୍ବର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ।

  14. ରୋଗୀଙ୍କ ଜୀବନରକ୍ଷା ପାଇଁ ସମୟୋଚିତ ଅସ୍ତ୍ରୋପଚାର ଜରୁରୀ। ପୂର୍ବରୁ ଭିତ୍ତିଭୂମି ସହ ଲୋକବଳ ଅଭାବ ଥିଲା। କିନ୍ତୁ ଏବେ ଏହି ସମସ୍ୟା ଦୂର ହେବାରେ ଲାଗିଛି। ତେଣୁ ପର୍ଯ୍ୟାୟକ୍ରମେ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନାରେ ରାତିବେଳା ଅସ୍ତ୍ରୋପଚାର ଆରମ୍ଭ ପାଇଁ ପଦକ୍ଷେପ ନିଆଯାଉଛି।

  15. ୨୦୨୪ ଭୋଟର ତାଲିକା ଅନୁସାରେ ରାଜ୍ୟରେ ପ୍ରତି ୧ ହଜାର ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର୍‌ଙ୍କ ସଂଖ୍ୟା ହେଉଛି ୯୭୨। ୨୦୨୩ରେ ଏହି ସଂଖ୍ୟା ୯୬୧ ଥିବା ବେଳେ ୨୦୧୯ରେ ୯୪୬ ଓ ୨୦୧୪ରେ ୯୨୨ ରହିଥିଲା। ୨୦୨୯ ଓ ୨୦୨୪ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ୩୬ ପଏଣ୍ଟ ହ୍ରାସ ପାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.