• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ବିଶିଷ୍ଟ ଓଡ଼ିଆ ଅର୍ଥନୀତିଜ୍ଞ ଡ. ମନୋଜ ପଣ୍ଡାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଷୋଡ଼ଶ ଅର୍ଥ କମିସନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି।

  2. ଓଡିଶାରେ ସୋମବାର ୧୨ ଜିଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ହେବାକୁ ଥିବାବେଳେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି।

  3. ରକ୍ତ ସଂଗ୍ରହ, ସଂରକ୍ଷଣ ଓ ଆଧୁନିକ ପଦ୍ଧତିିରେ ଏହାର ପରୀକ୍ଷା ଓ ବର୍ଗୀକରଣ ଦିଗରେ ଗୁରୁତ୍ବ ଦିଆଯାଉଛି। ନୂଆ ରକ୍ତଭଣ୍ଡାର, ମାନବସମ୍ବଳ ତଥା ଭିତ୍ତିଭୂମି ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ଏଥିରେ ସାମିଲ ହୋଇଛି ସ୍ଵୟଂଚାଳିତ ବର୍ଗୀକରଣ (ଗ୍ରୁପିଂ) ତଥା କ୍ରସ ମ୍ୟାଚିଂ ଯନ୍ତ୍ର।

  4. ଓଡ଼ିଶା ରାଜ୍ୟପାଳ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଏକ ଘୋଡ଼ାବେପାର ମାମଲାରେ କ୍ଲିନ୍‌ଚିଟ୍‌ ମିଳିଛି। ୨୦୧୬ରେ ଅନୁଷ୍ଠିତ ରାଜ୍ୟ ସଭା ନିର୍ବାଚନରେ ଘୋଡ଼ାବେପାର କରିବା ଅଭିଯୋଗରେ ରଘୁବର ଅଭିଯୁକ୍ତ ଥିଲେ।

  5. ଗତ ବର୍ଷ ଏପ୍ରିଲରୁ ଅମୃତପାଲ ସିଂହ ଗିରଫ ହୋଇ ଆସାମର ଦିବ୍ରୁଗଡ଼ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ବେଳେ ଏବେ ତାଙ୍କ ମା’ ବଳବିନ୍ଦର କୌରଙ୍କ ସମେତ ୫ ଜଣଙ୍କୁ ବାନ୍ଧିଛି ପୁଲିସ୍‌ ।

  6. ପୁଣି ଥରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପିଡିପି ସୁପ୍ରିମୋ ମେହବୁବା ମୁଫତୀ। ଅନନ୍ତନାଗ ନିର୍ବାଚନ ମଣ୍ଡଳିରୁ ଏଥର ମୁଫତୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେପଟେ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ମଧ୍ୟ ଅନ୍ତନାଗର ରଜୌରୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

  7. ୧୧ ମାସର ସଂଘର୍ଷ, ୫୦,୦୦୦ରୁ ଅଧିକ ବିସ୍ଥାପିତ ଏବଂ ଅଳ୍ପ କିଛି ଲୋକଙ୍କ ମଧ୍ୟରେ ନିର୍ବାଚନ ବିରୋଧୀ ଭାବନା- ହିଂସା ପ୍ରଭାବିତ ମଣିପୁର ରାଜ୍ୟରେ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ଆୟୋଜନ କରିବାର ଚ୍ୟାଲେଞ୍ଜିଂ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଉଛନ୍ତି। 

  8. ଲୋକସଭା ନିର୍ବାଚନ ପୂର୍ବରୁ ବିହାରର ଗୋପାଳଗଞ୍ଜରେ ୮୭୭୪ଟି ସିମ୍ କାର୍ଡ ଓ ନେପାଳୀ ମୁଦ୍ରା ଜବତ ହେବା ଘଟଣାର ତଦନ୍ତ ଆରମ୍ଭ କରିଛି ସୁରକ୍ଷା ଏଜେନ୍ସି। ଅର୍ଥନୈତିକ ଅପରାଧ ୟୁନିଟ୍ (ଇଓୟୁ) ଏବଂ ବିହାର ଏଟିଏସ୍ ଏହି ମାମଲାର ତଦନ୍ତ କରୁଛନ୍ତି।

  9. ବିସ୍ଵ ପ୍ରତି ମିନିଟରେ ହାରାହାରି ୧୦ ଟି ଫୁଟବଲ୍ କ୍ଷେତ୍ରର ଆକାର ସହିତ ସମାନ ଟ୍ରପିକାଲ୍ ଜଙ୍ଗଲ ହରାଉଛି । ୨୦୨୩ ମସିହାରେ ସମଗ୍ର ବିଶ୍ୱରେ ୩୭ ଲକ୍ଷ ହେକ୍ଟରରୁ ଅଧିକ ଜଙ୍ଗଲ ନଷ୍ଟ ହୋଇଯାଇଥିଲା।

  10. ଗାଜାରେ କ୍ରମାଗତ ସାଧାରଣ ଜନତାଙ୍କ ମୃତ୍ୟୁ ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଚାପ ବଢିଚାଲିଛି । ଏହାକୁ ନେଇ ଇସ୍ରାଏଲରେ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି । ନିଜର ଦେଶରେ ବିକ୍ଷୋଭ ଓ ଆମେରିକାର ଚାପ ଯୋଗୁଁ ଇସ୍ରାଏଲ ଏବେ ଦକ୍ଷିଣ ଗାଜାରୁ ସୈନ୍ୟ ସଂଖ୍ୟା ହ୍ରାସ କରିବାକୁ ଘୋଷଣା କରିଛି।

  11. ଏବେ ଗୁଗଲ୍‌ ପକ୍ଷରୁ ମେସେଜିଂ ଆପ୍‌ ପାଇଁ ଏକ ନୂଆ ସାଟେଲାଇଟ୍‌ ମେସେଜିଂ ଫିଚର୍‌ ଆସୁଛି।ଉପଭୋକ୍ତାଙ୍କ ଗୁଗଲ୍‌ ମେସେଜିଂ ଫିଚର ସିଧାସଳଖ ସାଟେଲାଇଟ୍‌ କନେକ୍ଟିଭିଟି ସହ ଲିଙ୍କ୍‌ ହେବ। ଅର୍ଥାତ୍ ଏଥିପାଇଁ ମୋବାଇଲ୍ ଟାୱାରର କୌଣସି ଆବଶ୍ୟକତା ରହିବ ନାହିଁ।

  12. ହେମନ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯେଉଁ ପ୍ରମାଣ ଯୋଗାଡ଼ କରିଛି ସେଥିରେ ଫ୍ରିଜ୍‌, ସ୍ମାର୍ଟଟିଭି ଆଦିର ଇନ୍‌ଭଏସ୍‌ ଆଦି ରହିଛି। ହେମନ୍ତ ସୋରେନ୍‌ ବେଆଇନ ଭାବେ ୮.୮୬ ଏକର ଜମି ଅକ୍ତିଆର କରିଥିଲେ। ଏହି ସମସ୍ତ ଜମିର ମୂଲ୍ୟ ୩୧ କୋଟି ଟଙ୍କା।

  13. ରାଜଧାନୀ ଭୁବନେଶ୍ବର ସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇ ଯାଇଛି ।

  14. ଲାଓସରେ ଫସିଥିଲେ ୧୭ ଓଡ଼ିଆ ଶ୍ରମିକ.. ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ପରେ ଘରକୁ ଫେରିଲେ।

  15. ଦିଲ୍ଲୀ ଅବକାରୀ ନୀତି ସହ ସମ୍ପୃକ୍ତ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫ ପ୍ରତିବାଦରେ ରବିବାର ଦେଶବ୍ୟାପୀ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ଓ କର୍ମୀମାନେ ସାମୂହିକ ଅନଶନ କରିଛନ୍ତି।

  16. ଚେନ୍ନାଇର ତାମ୍ବରମ୍ ରେଳ ଷ୍ଟେସନରେ ଜଣେ ବିଜେପି କର୍ମୀଙ୍କ ସମେତ ୩ ଜଣ ନଗଦ ୪ କୋଟି ଟଙ୍କା ସହ ଧରାପଡ଼ିଛନ୍ତି। ସେମାନଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ଅଭିଯୁକ୍ତ ବିଜେପି କର୍ମୀ ତଥା ଏକ ଘରୋଇ ହୋଟେଲର ମ୍ୟାନେଜର ସତୀଶ, ତାଙ୍କ ଭାଇ ନବୀନ ଓ ଜଣେ ଡ୍ରାଇଭର ୬ଟି ବ୍ୟାଗରେ ୪ କୋଟି ଟଙ୍କା ନେଇ ଯାଉଥିଲେ।

  17. ବ୍ରିଟେନର ୨୮ ବର୍ଷୀୟ ନିକୋଲସ ମେଟସନ୍‌। ସେ ୨୬ ବର୍ଷୀୟ ହୋଲି ବ୍ରେମଲିଙ୍କୁ ୨୦୨୧ରେ ବିବାହ କରିଥିଲେ। ତେବେ ୨୦୨୩ ମାର୍ଚ୍ଚ ୨୫ରେ ବ୍ରେମଲି କୁଆଡେ ନିଖୋଜ ହୋଇଯାଥିଲେ। ସ୍ତ୍ରୀକୁ ୨୨୪ ଖଣ୍ଡ କରି କାଟି ନଦୀରେ ଫିଙ୍ଗି ଦେଲା ସ୍ୱାମୀ।  ଏବେ ହତ୍ୟାର ପ୍ରାୟ ଏକ ବର୍ଷ ପରେ ଏହାର ଖୁଲାସା ହୋଇଛି।

  18. ବିହାରର ନୱାଦାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୢାଲିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଟିରୁ ଭୁଲ୍‌ରେ ‘୪୦୦ ପାର୍‌’ ବଦଳରେ ‘୪୦୦୦ ପାର୍‌’ ବୋଲି ବାହାରିଯିବା ଚର୍ଚ୍ଚାର ବିଷୟ ହୋଇଛି ।

  19. କର୍ଣ୍ଣାଟକରେ ଜଣେ ବ୍ୟବସାୟୀଙ୍କ ଘରୁ ମିଳିଛି ନଗଦ ୫ ‌କୋଟି ୬୦ ଲକ୍ଷ ଟଙ୍କା। ଏହା ସହିତ ତିନି କିଲୋ ସୁନା, ୧୦୩ କିଲୋ ରୁପା ଗହଣା ଏବଂ ୬୮ଟି ରୁପା ଖଣ୍ଡ ମଧ୍ୟ ମିଳିଛି।

  20. ଗୋଟିଏ ଦିନରେ ୧୮ଟି ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମ, ୧୯ଟି ୱେବ୍‌ସାଇଟ୍‌, ୧୦ଟି ମୋବାଇଲ୍‌ ଆପ୍‌ ଏବଂ ୫୭ଟି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌କୁ ନିଷିଦ୍ଧ କରାଯିବା ସହ ଏହାର ବ୍ୟବହାରକୁ ତତ୍କାଳ ବନ୍ଦ କରିଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.