• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ୟୁଟ୍ୟୁବର ସତ୍ତାଇ ଦୁରାଇମୁରୁଗାନଙ୍କୁ ମିଳିଥିବା ଜାମିନକୁ ସୋମବାର ସୁପ୍ରିମ୍‌କୋର୍ଟ କାଏମ ରଖିଛନ୍ତି। 

  2. ମାର୍ଚ୍ଚ ୩୦ରେ ଜଣେ ୨୨ ବର୍ଷୀୟ ଇଂଜିନିୟରିଂ ଛାତ୍ରୀ ନିଖୋଜ ହୋଇଯାଇଥିଲେ। ରବିବାର ନିଖୋଜ ଯୁବତୀଙ୍କ ମୃତ ଦେହକୁ ଅହମ୍ମଦନଗର ଠାରେ ଠାବ କରାଯାଇଛି। ଏହି ଅପରାଧ ନିମନ୍ତେ ମୃତ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି।

  3. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ନହେଉ ବୋଲି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ରୁ ଅନୁଦାନ ପ୍ରଦାନରେ ବିଳମ୍ବ ନେଇ କର୍ଣ୍ଣାଟକ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ଆବେଦନର ବିଚାର କରି ସୁପ୍ରିମକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି।

  4. ଆଇପିଏଲ୍‌ର ୨୨ତମ ମ୍ୟାଚ୍‌ରେ ସୋମବାର ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍‌କେ)  କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାଜିତ କରିଛି।

  5. ଲୋକସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ୍ ୧୯ରେ ଆରମ୍ଭ ହେବ। କିନ୍ତୁ ପୋଷ୍ଟାଲ ବାଲାଟରେ ଭୋଟିଂ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରେ ଏପ୍ରିଲ୍ ୭ଠାରୁ ପୋଷ୍ଟାଲ ବାଲାଟ ଅର୍ଥାତ୍ ଡାକ ମତ ପତ୍ର ମାଧ୍ୟମରେ ମତଦାନ ଆରମ୍ଭ ହୋଇଛି।

  6. ସମ୍ପ୍ରତି ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ଗରମ ଥିବାବେଳେ ରାଜ୍ୟରେ ସୋମବାରଠାରୁ 'ଭୂତ ମେଳା' ଆରମ୍ଭ ହୋଇଛି। ‘

  7. ଲୋକସଭା ନିର୍ବାଚନ ପୂର୍ବରୁ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ତାଙ୍କ ଭାଇ ପୱନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ୫ କୋଟି ଟଙ୍କା ଦାନ କରିଛନ୍ତି।

  8. ଉତ୍ତରପ୍ରଦେଶର ନଗିନା ଲୋକସଭା ଆସନରୁ ପ୍ରାର୍ଥୀ ଚନ୍ଦ୍ରଶେଖରଙ୍କ ନାଁରେ ସାରା ଦେଶରେ ସର୍ବାଧିକ ମାମଲା ରହିଛି।

  9. ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁଯାୟୀ ୨୦୨୪ ଫେବ୍ରୁଆରି ସୁଦ୍ଧା ରାଜ୍ୟରେ ମୋବାଇଲ୍ ଉପଭୋକ୍ତା ସଂଖ୍ୟା ୩ କୋଟି ୩୫ ଲକ୍ଷ ୩୦ ହଜାର ୧୪୫ ହୋଇଛି।

  10. ବେଆଇନ ଭାବେ ଷ୍ଟକ ବଜାର କାରବାର ସମ୍ପର୍କିତ ପରାମର୍ଶ ଦେଉଥିବା ରବୀନ୍ଦ୍ର ବାଲୁ ଭାରତୀଙ୍କ ଉପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ୧୨ କୋଟି ଟଙ୍କାର ଜରିମାନା ଲାଗୁ କରିଛି।

  11. କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦୋଷୀସାବ୍ୟସ୍ତ ରାୟ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ସ୍ଥଗିତାଦେଶ ଲଗାଇଛନ୍ତି।

  12. ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଧୂମପାନ କରୁଥିବା ୨ ଯୁବତୀଙ୍କୁ ଚାହିଁବାରୁ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଛୁରିଭୁସି ହତ୍ୟା କରାଯାଇଛି।

  13. ଅର୍ଥନୀତିଜ୍ଞ ପରକଲା ପ୍ରଭାକର ଦାବି କରିଛନ୍ତି ଯେ ଯଦି ଚଳିତ ବର୍ଷର ଲୋକ ସଭା ନିର୍ବାଚନରେ ଭାଜପା ଜିତେ ତେବେ ଦେଶରେ ପୁନ-ନିର୍ବାଚନ ହେବ ନାହିଁ।

  14. ବିଶ୍ୱର ଅନ୍ୟ ଦେଶରେ କର୍କଟ ରୋଗ ଯେଉଁଠାରେ ଅଧିକ ବୟସ୍କଙ୍କୁ ହେଉଥିବା ବେଳେ ଭାରତରେ ବହୁତ କମ ବୟସରୁ ଲୋକମାନେ କର୍କଟ ରୋଗର ଶିକାର ହେଉଛନ୍ତି। ବିଶେଷ କରି ଯୁବପୀଢିମାନେ କର୍କଟ ରୋଗର ଶିକାର ହେଉଛନ୍ତି। କେବଳ ଏତିକି ନୁହେଁ ମଧୁମେହ, ହୃଦରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା, କର୍କଟ ଭଳି ଅଣ ସଂକ୍ରାମକ ରୋଗ ଭାରତୀୟ ଯୁବପୀଢିଙ୍କୁ ଶୀଘ୍ର ପ୍ରଭାବିତ କରୁଛି।

  15. ସୁନାଶଙ୍ଖ ନାଁରେ ପିତ୍ତଳଶଙ୍ଖ ଦେଇ ଠକେଇ ଅଭିଯୋଗ । ଅଭିଯୋଗକୁ ଭିତ୍ତିକରି କୋରାପୁଟ ସଦର ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ୫୦ ହଜାର ଟଙ୍କା ଓ ପିତ୍ତଳ ଶଙ୍ଖ ଜବତ କରିଛି ।

  16. ପୁଣି ଥରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେଲେ ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

  17. ତାମିଲନାଡୁରେ ଓଡ଼ିଆ ପୁଲିସ କନେଷ୍ଟବଳଙ୍କ ଅକାଳ ବିୟୋଗ। ନିର୍ବାଚନ ଡ୍ୟୁଟି ପାଇଁ ତ୍ରିଚୀକୁ ଯାଇଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଆଖି ବୁଜିଛନ୍ତି ଓଡ଼ିଆ ପୁଲିସ କନେଷ୍ଟବଳ ପ୍ରମୋଦ କୁମାର ମାଝୀ।

  18. ଚିୟାନ ବିକ୍ରମ ଅଭିନୀତ ବହୁ ପ୍ରତୀକ୍ଷିତ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର ‘ଥଙ୍ଗାଲାନ’ ଏହାର ପ୍ରଥମ ଝଲକରେ ଲୋକଙ୍କୁ ପାଗଳ କରିଦେଇଛି। ଏହି ଚଳଚ୍ଚିତ୍ର ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଘୋଷଣା କରାଯାଇଛି।

  19. ‘ବୋଟ୍’ ବ୍ରାଣ୍ଡର ଇୟରଫୋନ୍, ଇୟରବଡ୍, ହେଡ୍ଫୋନ, ସ୍ପିକର, ସ୍ମାର୍ଟ ୱାଚ୍ ଆଦି ବ୍ୟବହାରକାରୀଙ୍କ ପାଇଁ ଦୁଃସମ୍ବାଦ। ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବୋଟ୍ର ପ୍ରାୟ ୭୫ ଲକ୍ଷ ଭାରତୀୟ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ଜଣାପଡ଼ିଛି।

  20. ତାତିରୁ ଆଶ୍ୱସ୍ତି ଦେଇଛି ବର୍ଷା। ଗତକାଲି ବର୍ଷା ପବନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଗରମରୁ ତ୍ରାହି ମିଳିଛି। ସାଢେ ୧୧ଟା ସୁଦ୍ଧା ତାପମାତ୍ରା ସବୁ ସ୍ଥାନରେ ୩୫ ଡିଗ୍ରୀ ତଳେ ସୋମବାର ରେକର୍ଡ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.