-
ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ବଡ଼ ଆଶ୍ବସ୍ତି ମିଳିଛି। ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଆୟକର ବିଭାଗ ଦଳଠାରୁ ୩୫୦୦ କୋଟିରୁ ଅଧିକ ଟିକସ ରାଶି ଆଦାୟ କରିବ ନାହିଁ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ଦେଇଛନ୍ତି।
-
ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ ହୋଇଛି। ଭୁବନେଶ୍ୱରରେ ଥିବା ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି।
-
ରାଜ୍ୟର ଜାତୀୟ ଉଦ୍ୟାନ ତଥା ଅଭୟାରଣ୍ୟ, ଇକୋ ଟୁରିଜିମ୍ ସ୍ଥଳୀ ଗୁଡ଼ିକରେ ଆଉ ପ୍ଲାଷ୍ଟିକ ବ୍ୟବହାର ହେବନି। ଆଜିଠୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ ହେଲା ଅଭୟାରଣ୍ୟ। ଏସମସ୍ତ ସ୍ଥାନରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ କରାଯାଇଛି।
-
ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ତଥା ବିଜେଡି ନେତା ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟର ଉପରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି।
-
କେଜ୍ରିୱାଲଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ଜେଲ ଯିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ।
-
ପୁରାତନ ଜ୍ଞାନବାପୀ ମସ୍ଜିଦର ଭୂଗୃହ (ବେସ୍ମେଣ୍ଟ)ରେ ପୂଜାର୍ଚ୍ଚନା କରିବାକୁ ହିନ୍ଦୁ ପକ୍ଷକୁ ଦିଆଯାଇଥିବା ଅନୁମତିକୁ ସ୍ଥଗିତ କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି।
-
ଆମ୍ ଆଦମୀ ପାର୍ଟି ସରକାରଙ୍କ ଏକ ଆବେଦନ ନେଇ ଦିଲ୍ଲୀ ଅର୍ଥ ସଚିବଙ୍କୁ ସୁ୍ପ୍ରିମକୋର୍ଟଙ୍କ ପକ୍ଷରୁ ସୋମବାର ନୋଟିସ୍ ଜାରି କରାଯାଇଛି। ଜଳବୋର୍ଡକୁ ୩ ହଜାର କୋଟି ଟଙ୍କା ଆବଣ୍ଟନ ନ କରିବା ମାମଲା ନେଇ ଶୀର୍ଷ କୋର୍ଟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
-
ଗୁଗୁଲ୍ ପୋଡକାଷ୍ଟ ସେବା ୨୦୨୪ ମସିହା ଏପ୍ରିଲ୍ ୨ ତାରିଖରୁ ବନ୍ଦ୍ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଏହି ସେବା ୨୦୨୩ ମସିହା ସେପ୍ଟେମ୍ବର ମାସରେ ବନ୍ଦ୍ ହେବ ବୋଲି ଘୋଷଣା ହୋଇଥିଲା କିନ୍ତୁ ପରେ ସମୟସୀମା ଏପ୍ରିଲ୍ ୨କୁ ବୃଦ୍ଧି କରାଯାଇଛି।
-
ଦେଶର ଡ୍ରାଇଭରଙ୍କ ପାଇଁ ବଡ ଖବର । ସଡକ ପରିବହନ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଦେଶରେ ଟୋଲ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ ।
-
ଦିଲ୍ଲୀ ବିଧାନସଭାରେ ଆମ୍ ଆଦମୀ ପାର୍ଟି(ଏଏପି) ବିଧାୟକମାନେ ବିଜେପିକୁ ଚାନ୍ଦା ଦେବା ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ୬୦ କୋଟି ଟଙ୍କା ଚାନ୍ଦା ଦେବା ନେଇ ଏଏପି ବିଧାୟକମାନେ ବିଜେପିକୁ ଘେରିଛନ୍ତି।
-
ନିର୍ବାଚନ ଆୟୋଗ ମହିଳାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବାରୁ ବିଜେପି ନେତା ଥା ସାଂସଦ ଦିଲ୍ଲୀପ ଘୋଷ ଏବଂ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତଙ୍କୁ ତାଗିଦ୍ କରିଛନ୍ତି।
-
ମନୀଷ ଦେଶାଇଙ୍କ ଅବସର ପରେ ଶେଫାଲି ବି ଶରଣ ଆଜି ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
ସୋମବାରଠାରୁ ନୂଆ ଆର୍ଥିକ ବର୍ଷ ୨୦୨୪-୨୫ ଆରମ୍ଭ ହୋଇଛି। ଏହାର ପ୍ରଥମ ଚାରି ମାସ ଅର୍ଥାତ ଏପ୍ରିଲ୍ରୁ ଜୁଲାଇ ପର୍ଯ୍ୟନ୍ତ ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ପ୍ରଶାସନିକ ବିଭାଗଗୁଡ଼ିକୁ କହିଛନ୍ତି।
-
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର (ଏପ୍ରିଲ ୧) ୨୦୦୦ ଟଙ୍କିଆ ନୋଟ୍ କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି। ଆରବିଆଇ କହିଛି ପ୍ରାୟ ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଆସିଛି ।
-
ଆଜିଠାରୁ (ଏପ୍ରିଲ ପହିଲା) ଆରମ୍ଭ ହେଉଥିବା ଆର୍ଥିକ ବର୍ଷରେ ଟିକସ ବ୍ୟବସ୍ଥାରେ କୌଣସି ନୂଆ ପରିବର୍ତ୍ତନ କରାଯିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
-
୧ ଏପ୍ରିଲରୁ ମଦ ମହଙ୍ଗା ହେବାବେଳେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଶସ୍ତା ହୋଇଛି । ଅନ୍ୟପଟେ ଔଷଧ ଦାମ୍ ବଢିବାରୁ ଲୋକଙ୍କୁ ଝଟକା ଲାଗିଛି ।
-
ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରରେ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଅନୁସନ୍ଧାନ କରାଯାଉଛି। କାରଣ ଦେଶର ସୁରକ୍ଷା ସ୍ବାର୍ଥ ମଧ୍ୟ ଏଥିରେ ଜଡିତ ଥିବା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର କହିଛନ୍ତି।
-
ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍ ବା ମୁଦ୍ରା ଜାରି କରିଛନ୍ତି।
-
୨୪ ଘଣ୍ଟା ପରେ ରାଜ୍ୟରେ ପୁଣି ବଢ଼ିଛି ତାତି। ଆଜି ଅସମ୍ଭାଳ ହୋଇଛି ସ୍ଥିତି। ୮ ସହର ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁଛି। ପଶ୍ଚିମ ଓଡ଼ିଶାର ଝାରସୁଗୁଡା ଓ ଉତ୍ତର ଓଡ଼ିଶାର ବାରିପଦାରେ ସର୍ବାଧିକ ତାତି ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରିଛି।
-
ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜୋରିମାନା ପଡ଼ିଛି। ରବିବାର (ମାର୍ଚ୍ଚ ୩୧) ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍ରେ ଧିମା ଓଭର (ସ୍ଲୋ ଓଭର) ରେଟ୍ ଯୋଗୁ ତାଙ୍କ ଉପରେ ଏହି ଜୋରିମାନା ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.