-
ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତିହାର ଜେଲରେ ବନ୍ଦୀ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି।
-
ଓଡ଼ିଶାରୁ ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବିଜେଡିରୁ ନିର୍ବାଚିତ ହୋଇଥିବା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ପୂର୍ବାହ୍ନରେ ଶପଥ ଗ୍ରହଣ କରିଛନ୍ତି।
-
ହିମାଚଳ ପ୍ରଦେଶର ଚମ୍ବାରେ ଗୁରୁବାର ସନ୍ଧ୍ୟାରେ ୫.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି ଯେ ରାତି ପ୍ରାୟ ସାଢ଼େ ୯ଟାବେଳେ ଚମ୍ବାରେ ଭୂମିକମ୍ପ ଅନୁଭୂତ ହୋଇଥିଲା।
-
ଗାଜାରେ ଇସ୍ରାଏଲ ସେନା ହମାସ ଆତଙ୍କବାଦୀଙ୍କ ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍ କରିଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ମଧ୍ୟ ଏହି ଆକ୍ରମଣର ଏକ ଭିଡିଓ ଜାରି କରିଛି
-
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ସ୍ତରରେ ରହିଛି। ସେଥିପାଇଁ ସରକାର, ରିଜର୍ଭ ବ୍ୟାଙ୍କ, ଆମଦାନିକାରୀ ଏବଂ ବିଦେଶରେ ପିଲାମାନଙ୍କୁ ପାଠପଢ଼ାଉଥିବା କିମ୍ବା ବିଦେଶ ଭ୍ରମଣରେ ଯିବାକୁ ଚାହୁଥିବା ଲୋକମାନେ ଚିନ୍ତିତ ହୋଇପଡ଼ିଛନ୍ତି।
-
ପାରାଦୀପ ବନ୍ଦର ୨୦୨୩-୨୪ ଆର୍ଥିକ ବର୍ଷରେ ୧୪୫.୩୮ ନିୟୁତ ଟନ୍ ପଣ୍ୟ ପରିଚାଳନା କରି ସର୍ବଭାରତୀୟ ସ୍ତରରେ ପ୍ରମୁଖ ବନ୍ଦର ଭାବେ ଏକ ନମ୍ବର ସ୍ଥାନ ହାସଲ କରିଛି।
-
ବାଇଜୁସ୍ କମ୍ପାନି ସ୍ଥିତି ଖରାପ ହେବାପରେ ରବୀନ୍ଦ୍ରନ ତଳିତଳାନ୍ତ ହୋଇଯାଇଛନ୍ତି। ଗତବର୍ଷ ରବୀନ୍ଦ୍ରନଙ୍କ ନିଟ୍ ସଂପତ୍ତି ୨.୨ ବିଲିଅନ ଡଲାର (ପ୍ରାୟ ୧୭,୫୪୫ କୋଟି ଟଙ୍କା) ଥିଲା। କିନ୍ତୁ ୨୦୨୪ରେ ଏହା ଶୂନ ସ୍ତରକୁ ଖସିଆସିଛି।
-
ଗୁରୁବାର ଭୁବନେଶ୍ବର ବଜାରରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୭୦ ହଜାର ଟଙ୍କା ପାର୍ ହୋଇଛି। ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ମୂଲ୍ୟ ୭୦୪୭୦ ଟଙ୍କାରେ ପହଞ୍ଚିଛି।
-
ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପାଇଁ ବିଧାୟକ ସୁରେଶ ରାଉତରାୟ ପ୍ରଚାର କରିବେନି। ସେ କହିଛନ୍ତି, ମୋ ସାନପୁଅ ଯେହେତୁ ଭୁବନେଶ୍ଵର ସାଂସଦ ପ୍ରାର୍ଥୀ ହୋଇଛନ୍ତି, ତେଣୁ ମୁଁ ଭୁବନେଶ୍ୱରର କୌଣସି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବିନି।
-
ଯେଉଁ ପାଣି ଟାଙ୍କିରୁ ପାଣି ପିଉଥିଲେ ଗ୍ରାମବାସୀ ସେହି ଟାଙ୍କିରୁ ଉଦ୍ଧାର ହେଲା ୩୦ଟି ମାଙ୍କଡ଼ର ମୃତଦେହ। ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାର ଏକ ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଟାଙ୍କିରୁ ୨୦୦ରୁ ଅଧିକ ପରିବାର ପାଣି ବ୍ୟବହାର କରୁଥିଲେ।
-
ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ମୋଟ୍ ୪ ଟି ପର୍ଯ୍ୟାୟରେ ମତଦାନ ହେବ । ତେଣୁ ଏହି ୪ଟି ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ସରକାରୀ ଅଫିସ ଏବଂ କୋର୍ଟ ଇତ୍ୟାଦି ଭୋଟ ଗ୍ରହଣ ଦିନ ବନ୍ଦ ରହିବ ।
-
ଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଏହି ଜଳ ବିରତି ଘଣ୍ଟି ବାଜିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।
-
ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଛି। ଇତିମଧ୍ୟରେ ରାଞ୍ଚତ୍ରେ ଥିବା ସୋରେନ୍ଙ୍କ ୮.୮୬ ଏକର ଜମିକୁ ଇଡି ବାଜ୍ୟାପ୍ତ କରିଥିବା ଗୁରୁବାର କହିଛି।
-
୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ନ ଦାଖଲ କରିବାର ପ୍ରକ୍ରିୟା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି। ଗତ ଚାରି ଦିନ ମଧ୍ୟରେ ୨୩,୦୦୦ ଆୟକର ରିଟର୍ନ ଦାଖଲ କରାଯାଇଛି।
-
ଆଇପିଏଲ୍ ୨୦୨୪ର ଏକ ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନ୍ରେ ପରାସ୍ତ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.