• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଫିଲିପାଇନ୍ସ ମିଳିତ ଭାବେ ଦକ୍ଷିଣ ଚୀନ୍ ସାଗରରେ ପ୍ରଥମ ମିଳିତ ନୌଭ୍ୟାସ କରିବେ। ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ଙ୍କ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଆକ୍ରମଣାତ୍ମକ କାର୍ଯ୍ୟକଳାପ ଦ୍ବାରା ସୃଷ୍ଟି ହୋଇଥିବା ବିପଦକୁ ରୋକିବା ପାଇଁ ଏହି ମିଳିତ ନୌଭ୍ୟାସ କରାଯାଉଛି।

  2. ପ୍ରତ୍ୟେକ ଭାରତୀୟଙ୍କର ଏକ ରାଜନୈତିକ ବିଚାରଧାରା ରହିବାର ସମ୍ଭାବନା ଥିବାବେଳେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଆଇନଜୀବୀ ଓ ବିଚାରପତିଙ୍କ ଆନୁଗତ୍ୟ ସମ୍ବିଧାନ ପ୍ରତି ରହିବା ଉଚିତ। 

  3. କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବାକୁ ଅଧିକାର ପ୍ରଦାନ କରାଯାଇପାରିବ ନାହିଁ। ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କ ଅଦାଲତ କେଜ୍ରିୱାଲଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ଏବଂ ଏପ୍ରିଲ ୯ରେ ରାୟ ଶୁଣାଇବେ।

  4. ୱିପ୍ରୋ ସିଇଓ ତଥା ଏମଡି ଥିଏରି ଡେଲପୋର୍ଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

  5. ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଏକ ବୈଧ ହିନ୍ଦୁ ବିବାହ ପାଇଁ 'କନ୍ୟାଦାନ' ଏକ ପ୍ରଥା ନୁହେଁ।

  6. ମାଳଦ୍ୱୀପର ଭାରତ ବିରୋଧୀ ମନୋଭାବକୁ ନେଇ ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ହ୍ରାସ ହେଉନାହିଁ। ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିବୃତ୍ତିରୁ ବିବାଦ ସତ୍ତ୍ୱେ ଭାରତ ମାଳଦ୍ଵୀପକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାକୁ ନିଷ୍ପତ୍ତି ନେଇଛି।

  7.  ଚୀନ୍  ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ର ନିଜର ପାର୍ଶ୍ୱରେ ୧୭୫ ଟି ନୂତନ ଗ୍ରାମ ନିର୍ମାଣ ପାଇଁ ପ୍ରସ୍ତୁତି ଚଳାଇଛି।

  8. କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ପ୍ରିୟାଙ୍କ ଖଡ଼ଗେ ଦାବି କରିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ର ଆଭ୍ୟନ୍ତରୀଣ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନରେ ​୨୦୦ଟି ଆସନ ମଧ୍ୟ ଜିତିବ ନାହିଁ।

  9. ପଞ୍ଜାବର ତରନତାରନ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଅ ପଡ଼ିଶାଘର ଝିଅକୁ କୋର୍ଟ ମ୍ୟାରେଜ କରିବା ଘଟଣାକୁ କେନ୍ଦ୍ର କରି ମା’କୁ ଲୋକେ ଅର୍ଦ୍ଧନଗ୍ନ କରି ରାସ୍ତାରେ ବୁଲାଇଥିଲେ।

  10. ଦିଲ୍ଲୀର କେଶବପୁରମ ଅଞ୍ଚଳରେ ଏକ ଘର ଉପରେ ସିବିଆଇ ଚଢ଼ାଉ କରିଥିଲା। ଏହି ଚଢ଼ାଉ ପରେ ସିବିଆଇ ଗୋଟିଏ ଘରୁ  ୭ରୁ ୮ଜଣ ନବଜାତଙ୍କୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ କେଶବପୁରମ ପୁଲିସ ବି ଉପସ୍ଥିତ ଥିଲା

  11. ଫୋର୍ବସ ମାଗାଜିନ ପକ୍ଷରୁ ନିକଟରେ ଧନୀ ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟରୁ ଜଣାଯାଇଛି ଯେ ବିଶ୍ବର ୨୫ ଜଣ ଶୀର୍ଷ ଯୁବ ବିଲିୟନେୟାର (୧ ବିଲିଅନ ଡଲାରରୁ ଅଧିକ ସଂପତ୍ତି)ଙ୍କ ବୟସ ୩୩ ବର୍ଷ କିମ୍ବା ତା ଠାରୁ କମ୍‌। ଏହି ତାଲିକାରେ ଥିବା ୩୦ ବର୍ଷରୁ କମ୍‌ ବୟସର ଧନୀ ବିଲିୟନେୟାରଙ୍କ ମଧ୍ୟରେ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତଃ ସାଇରସ ମିସ୍ତ୍ରିଙ୍କ ଦୁଇ ପୁଅ ଜାହାନ ଓ ଫିରୋଜ ଶୀର୍ଷରେ ରହିଛନ୍ତି।

  12. ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ସପ୍ତମ ଥର ପାଇଁ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହାଦ୍ବାରା ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ସୁଧ ହାର କିମ୍ବା ମାସିକ କିସ୍ତି (ଇଏମଆଇ) ପରିଶୋଧ ରାଶି ବୃଦ୍ଧି ଯୋଜନା ନାହିଁ।

  13. ଟାଣ ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଏ ସମ୍ପର୍କରେ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ।

  14. ଦଳର ବରିଷ୍ଠ ନେତା ରଘୁନାଥ ମହାନ୍ତି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରଘୁନାଥ ମହାନ୍ତି ନିଜର ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।

  15. ଖୋର୍ଦ୍ଧାରୁ ଭୁବନେଶ୍ବର ଯାଉଥିଲା ବସ। ଆହତ ଯାତ୍ରୀଙ୍କ ସଂଖ୍ୟା ୨୦ରୁ ଉର୍ଦ୍ଧ୍ବ ହେବବୋଲି ଜଣାପଡ଼ିଛି।

  16. ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିିଚି। କରିଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବିଜାପୁର ଜିଲା ଏସପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।

  17. ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣାରେ ଆସିଷ୍ଟାଣ୍ଟ ଶିକ୍ଷକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କୁ ଗିରଫ କଲା ସାଇବର ଥାନା ପୁଲିସ। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବରେ ଭାଇରଲ କରିଥିଲେ ଜଗନ୍ନାଥ ।

  18. ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତକୁ ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  19. ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରରେ ଜାତୀୟ ତଦନ୍ତକାରୀ ସଂସ୍ଥା – ଏନଆଇଏ ଉପରେ ହୋଇଥିବା ଆକ୍ରମଣକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି।

  20. ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲର୍ସ(ଆର୍‌ଆର୍) ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)କୁ ପରାଜିତ କରିଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.