• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାମ ନବମୀର ବିଶେଷ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଭଗବାନ ଶ୍ରୀ ରାମଙ୍କ କପାଳରେ ସୂର୍ଯ୍ୟ ତିଲକ ଲଗାଯାଇଥିଲା

  2. ରାଜ୍ୟରେ ଆସନ୍ତା ୨୨ ତାରିଖ ଯାଏ ତାତିରୁ ମିଳିବନି ମୁକ୍ତି, ଆସନ୍ତାକାଲି ପାଇଁ ୨୪ ଜିଲାକୁ ହିଟ୍‌ ଓ୍ବେଭ୍‌ ସହ ଗୁଳୁଗୁଳି ପାଇଁ ୟେଲୋ ଓ୍ବାର୍ଣ୍ଣିଂ।

  3. ଲୋକସଭା ନିର୍ବାଚନ-୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଶେଷ ହୋଇଛି। ଆସନ୍ତା ୧୯ ତାରିଖ ଦିନ ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ୧୦୨ଟି ଲୋକସଭା ଆସନରେ ଭୋଟ୍‌ ଗ୍ରହଣ ହେବ।

  4. ପ୍ରବଳ ଝଡ଼ବର୍ଷା ହେବା ଫଳରେ ଦୁବାଇରେ ଭୀଷର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  ଦୁବାଇ ବନ୍ୟା ସ୍ଥିତି ପାଇଁ ୨୮ଟି ଭାରତୀୟ ବିମାନର ଉଡ଼ାଣ ରଦ୍ଦ ହୋଇଛି।

  5. ଲୋକସଭା ନିର୍ବାଚନ ପାଇଁ ଆଜି ଟିଏମ୍‌ସି ଇସ୍ତାହାର ଜାରି କରିଛି। ଏଥିରେ ବିପିଏଲ ପରିବାରକୁ ବର୍ଷକୁ ୧୦ଟି ଏଲ୍‌ପିଜି ସିଲିଣ୍ଡର ଓ ମାସକୁ ୫ କିଲୋ ଚାଉଳ ମାଗଣା ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଛି।

  6. ଦକ୍ଷିଣ ଗୋଆର ବିଜେପି ପ୍ରାର୍ଥୀ ପଲ୍ଲବୀ ଡେମ୍ପୋ ମଙ୍ଗଳବାର ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ଦାଖଲ କରିଥିବା ୧୧୯ ପୃଷ୍ଠାର ସତ୍ୟପାଠରୁ ଜଣାପଡ଼ିଛି ଯେ ସ୍ୱାମୀ ଶ୍ରୀନିବାସଙ୍କ ସହ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୪୦୦ କୋଟି ଟଙ୍କା।

  7. ଇସ୍ରାଏଲ ଉପରେ ଇରାନର ସିଧାସଳଖ ଆକ୍ରମଣର ଜବାବ ଦେବା ପାଇଁ ପ୍ରତିଶୋଧମୂଳକ ଯୋଜନା ଚୂଡ଼ାନ୍ତ କରିଛି ଇହୁଦୀ ରାଷ୍ଟ୍ର ଇସ୍ରାଏଲ। ତେବେ ଏହି ଆକ୍ରମଣ କେବେ ହେବ ସେ ସଂପର୍କରେ କୌଣସି ସୂଚନା ମିଳିନାହିଁ।

  8. ଟାଇମ୍‌ ମାଗାଜିନ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ଏବଂ ଅଲିମ୍ପିଆନ୍ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକଙ୍କ ସମେତ ୮ ଜଣ ଭାରତୀୟ ସ୍ଥାନ ପାଇଛନ୍ତି।

  9. ଆମ୍‌ ଆଦମୀ ପାର୍ଟି ‘ଆପ୍‌’ ବୁଧବାର ‘ଆପ୍‌ କା ରାମରାଜ୍ୟ’ ୱେବସାଇଟ୍‌ ଉନ୍ମୋଚନ କରି କହିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାତୀୟ ରାଜଧାନୀରେ ଭଗବାନ ରାମଙ୍କ ଆଦର୍ଶକୁ ସାକାର କରିବାକୁ ଚେଷ୍ଟା କରିଛନ୍ତି। 

  10. ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ ଭାରତର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି ଏବଂ ୨୪ ପ୍ରତିଶତ ୦-୧୪ ବର୍ଷ ବୟସ ବର୍ଗର ବୋଲି ଆକଳନ କରାଯାଇଛି।

  11. ଡେମକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP) ମୁଖ୍ୟ ଗୁଲାମ ନବୀ ଆଜାଦ ୨୦୨୪ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

  12. ବୃତ୍ତି ଅନୁଯାୟୀ ଓକିଲ ଶ୍ରୀକାନ୍ତ ପ୍ରସାଦଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଭର୍ଚୁଆଲ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଏହା ସହିତ ଗଣମାଧ୍ୟମକୁ ସମ୍ବେଦନଶୀଳ ଖବର ପ୍ରସାରଣରୁ ନିବୃତ୍ତ କରିବାକୁ ଏକ ଅନୁରୋଧ ମଧ୍ୟ କରାଯାଇଛି।

  13. ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଦେଶର ଗରିବ ଲୋକଙ୍କ ପାଇଁ ୩ କୋଟି ନୂଆ ଘର ନିର୍ମାଣ କରିବାକୁ ଯାଉଛନ୍ତି।

  14. ବର୍ତ୍ତମାନ ସୁପ୍ରିମକୋର୍ଟରେ ଏପରି ଦୁଇଟି ମାମଲା ବିଚାରାଧୀନ ଅଛି ଯାହା ୯ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ ଦ୍ୱାରା ଶୁଣାଣି ହେବ। ଏହି ଦୁଇଟି ମାମଲା ୨୦ ବର୍ଷରୁ ଅଧିକ ସମୟ କୋର୍ଟରେ ବିଚାରାଧୀନ ଅଛି।

  15. ତିହାର ଜେଲ୍‌ର ପ୍ରାୟ ୭୦୦ କଏଦୀ ହୋଟେଲ ଉଦ୍ୟୋଗରେ ନିଯୁକ୍ତି ପାଇଛନ୍ତି। ସେହିପରି ୧୨୦୦ରୁ ଅଧିକ କଏଦୀ ଜେଲରୁ ମୁକୁଳିବା ପରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପ୍ରଶିକ୍ଷଣ ନେଉଛନ୍ତି।

  16. ଜଷ୍ଟିସ୍‌ ଖାନ୍ନା କହିଥିଲେ, ଆମକୁ ୬୦ ଉପର ହେଲାଣି। ବାଲଟ୍‌ ପେପରରେ ଭୋଟିଂ ବେଳେ କ’ଣ ସବୁ ହେଉଥିଲା ଆମେ ଜାଣିଛୁ। ତାକୁ ଭୁଲିନାହୁଁ। ଜର୍ମାନୀରେ ୬ କୋଟି ଭୋଟର ଥିବାବେଳେ ଭାରତରେ ମତଦାତାଙ୍କ ସଂଖ୍ୟା ୯୭ କୋଟି। ୬୦ କୋଟି ଭିଭିପିଏଟି ସ୍ଲିପ୍‌କୁ ଗଣତି କରାଯିବା ଉଚିତ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।

  17. ରାଜ୍ୟ ସରକାର ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୩ ଦିନ ସ୍କୁଲ ଛୁଟି ଘୋଷଣା କଲେ ।

  18. ଇନ୍ଦୋରରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫ଜଣ ଶ୍ରମିକ ପୋଡି ହୋଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

  19. ଚୀନରେ ଡାକ୍ତରମାନେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏଠାରେ ପ୍ରଥମେ ଏକ ଘୁଷୁରୀ କିଡନୀକୁ ମଣିଷ ଠାରେ ପ୍ରତିରୋପଣ କରାଯାଇ ସଫଳ ହୋଇଛି। ଏହି ଅସ୍ତ୍ରୋପଚାର ୨୫ ମାର୍ଚ୍ଚରେ ହୋଇଛି।

  20. ବଦଳିଲେ ଓଡ଼ିଶା ବରିଷ୍ଠ କ୍ରିକେଟ୍ ଟିମ୍ କୋଚ୍ । କୋଚ୍ ଦିନେଶ ମୋଙ୍ଗିଆଙ୍କ ସ୍ଥାନ ନେଲେ ମହାରାଷ୍ଟ୍ରର ସୁରେନ୍ଦ୍ର ଭାବେ । ଓସିଏ ସୁରେନ୍ଦ୍ର ଭାବେଙ୍କୁ ମୋଙ୍ଗିଆଙ୍କ ସ୍ଥାନରେ ନୂଆ କୋଚ୍ ଭାବେ ନିଯୁକ୍ତ କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.