• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ସଂସଦୀୟ ଆସନରେ ଭୋଟ ଗ୍ରହଣ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶ (୬୦ ଟି ସିଟ) ଏବଂ ସିକ୍କିମ (୩୨ ଟି ସିଟ) ରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି।

  2. ପରିବେଶ ପ୍ରଦୂଷଣ ଏବଂ ବିଶ୍ବ ତାପନ ଯୋଗୁ ଜଳବାୟୁରେ ବ୍ୟାପକ ଅନିୟମିତା ଦେଖିବାକୁ ମିଳୁଛି। ଏପରିକି ୨୦୪୯ ସୁଦ୍ଧା ବିଶ୍ବ ଅର୍ଥନୀତିକୁ ଏଥିପାଇଁ ବାର୍ଷିକ ୩୮ ଲକ୍ଷ କୋଟି ଡଲାରର କ୍ଷତି ସହିବାକୁ ପଡ଼ିବ।

  3. ଉଭୟ ସେନ୍‌ସେକ୍ସ ଓ ନିଫ୍‌ଟି ତଳକୁ ଖସିବା କାରଣରୁ ଗତ ୪ଟି କାରବାର ଦିବସରେ ନିବେଶକମାନେ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହରାଇଲେଣି।

  4. ଟେସଲା ସିଇଓ ଏଲନ ମସ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ଏଥିସହିତ ସେ ଭାରତରେ ୨୦୦ରୁ ୩୦୦ କୋଟି ଡଲାର ପର୍ଯ୍ୟନ୍ତ ନିବେଶ ଯୋଜନା ଘୋଷଣା କରିପାରନ୍ତି ବୋଲି ରଏଟର୍ସ ପକ୍ଷରୁ କୁହାଯାଇଛି।

  5. ଗତବର୍ଷ ଏପ୍ରିଲ ମାସ ପ୍ରଥମ ୧୫ ଦିନ ତୁଳନାରେ ଚଳିତବର୍ଷ ଏପ୍ରିଲ ମାସର ପ୍ରଥମ ୧୫ ଦିନରେ ଦେଶରେ ବିଜୁଳି ବ୍ୟବହାରରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ଘଟି ୭୦.୬୬ ବିଲିଅନ ୟୁନିଟ୍‌ରେ ପହଞ୍ଚିଛି।

  6. ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ କରାଯାଇଥିଲା। ପ୍ରାୟ ୯ ଘଣ୍ଟା ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଥିଲା।.

  7. କେରଳର ବାସିନ୍ଦା ସାରିକା ମଧ୍ୟ ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ଯଦିଓ ସାରିକା UPSC ୨୦୨୩ରେ ୯୨୨ ତମ ରାଙ୍କ ପାଇଛନ୍ତି, ସମସ୍ତେ ତାଙ୍କ ସଂଘର୍ଷ ଜାଣିବା ପରେ ତାଙ୍କୁ ଅଭିବାଦନ ଜଣାଇବେ। ସାରିକା ମସ୍ତିଷ୍କ ପାଲସି ବା ସେରେବ୍ରାଲ ପାଲସି ନାମକ ଏକ ରୋଗରେ ପୀଡିତ।

  8. ଦେଶର ନିର୍ବାଚନ ଆୟୋଗ ଦେଶର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ ଇଭିଏମ ଏକ ସ୍ବାଧୀନ ମେଶିନ। ଏହାକୁ ହ୍ୟାକ କିମ୍ବା ଟ୍ୟାମ୍ପରିଂ କରାଯାଇପାରିବ ନାହିଁ। VVPAT କୁ ପୁନଃ ଡିଜାଇନ କରିବାର କୌଣସି ଆବଶ୍ୟକତା ନାହିଁ।

  9. ବହୁଜନ ସମାଜ ପାର୍ଟୀ ପ୍ରାର୍ଥୀ ରାକେଶ କୁମାର କୁଶୱାହା ବାରୁଆଙ୍କୁ ଝାନସୀ-ଲଲିତପୁର ଲୋକ ସଭା ଆସନରୁ ଟିକେଟ୍‌ ଦେବାର ୮ ଦିନ ପରେ ଦଳରୁ ବହିଷ୍କୃତ କରାଯାଇଛି।

  10. ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି।

  11. ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି।

  12. ପାୱାର ବନାମ ପାୱାର ଲଢ଼େଇ ଆଡ଼କୁ ଗତି କରୁଥିବା ବାରାମତୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଏବେ ଆଉ ଜଣେ ପାୱାର ମଇଦାନକୁ ଓହ୍ଲାଇଛନ୍ତି। ୩୬ ବର୍ଷୀୟ ଅଟୋରିକ୍ସା ଚାଳକ ଶରଦ ପାୱାର ଗୁରୁବାର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

  13. ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆମେରିକା ଆଗ୍ରହୀ। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଆମେରିକାର ବିଦେଶ ବିଭାଗ ମୁଖପାତ୍ର ବେଦାନ୍ତ ପଟେଲ୍‌ ପ୍ରେସ୍‌ବାର୍ତ୍ତାରେ କହିଛନ୍ତି।

  14. ନିକଟରେ ଇସ୍ରାଏଲ୍‌ ସେନାବାହିନୀ ସହ ଗୁଗଲ୍‌ ଚୁକ୍ତି କରିଛି। ଏହି ଚୁକ୍ତିକୁ ବିରୋଧ କରି ଗୁଗଲ୍‌ର ୨୮ଜଣ କର୍ମଚାରୀ ଆମେରିକାସ୍ଥିତ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ କରିଥିବା ସମସ୍ତ କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ଚାକିରିରୁ ବହିଷ୍କାର କରିଛନ୍ତି।

  15. ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଜୋର ଦେଇ କହିଛନ୍ତି ଯେ, ଗୋଟିଏ ଭୋଟର ଶକ୍ତିକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ, କାରଣ ଅନେକ ଉଦାହରଣ ରହିଛି ଯେତେବେଳେ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୋଟିଏ ଭୋଟ୍ ଗୁରୁତ୍ୱପୂର୍ଣ୍ଣ।

  16. ଓଡ଼ିଶା କ୍ୟାଡର ଆଇପିଏସ ସଞ୍ଜୟ କୁମାର ସିଂହ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ୧୯୯୬ ବ୍ୟାଚ୍‌ର ଏହି ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି।

  17. ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ୧ କୋଟି ଟଙ୍କାର ୮୩୫୦ଟି ନିର୍ବାଚନୀ ବଣ୍ଡ୍ ଛାପିବା ପାଇଁ ବିଲ୍ ଦାଖଲ କରିନାହିଁ। ଗତ ଫେବ୍ରୁଆରି ମାସରେ ସୁପ୍ରିମକୋର୍ଟ ଏହି ଯୋଜନାକୁ ରଦ୍ଦ କରିବା ପରେ ତାହା ଅଚଳ ହୋଇଥିଲା। ଏହା ବ୍ୟତୀତ ଚଳିତ ବର୍ଷ ଜାନୁଆରୀରେ ନିର୍ବାଚନୀ ବଣ୍ଡ ବିକ୍ରିର ୩୦ତମ ପର୍ଯ୍ୟାୟ ପାଇଁ ସରକାରଙ୍କୁ ଏସବିଆଇକୁ ୪୩.୯୦ ଲକ୍ଷ ଟଙ୍କା ଦେବାକୁ ପଡିପାରେ।

  18. ଟାଇମ୍‌ ପତ୍ରିକାର ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଆସିଯାଇଛି, ଯେଉଁଥିରେ ବାଜି ମାରିଛନ୍ତି ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ। କ୍ୟାଟ୍ରିନା କୈଫ୍‌ ଓ ଦୀପିକା ପାଦୁକୋନ ପ୍ରମୁଖ ଅଭିନେତ୍ରୀମାନଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି।

  19. ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର୍)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ର (ଆଇଟିସିଏମ୍)ର ସଫଳ ପରୀକ୍ଷଣ କରାଯାଇଛି।

  20. ଭାରତରେ ଏଣିକି ଥଣ୍ଡା, ଜ୍ବର, କାଶ ଭଳି ସାଧାରଣ ଔଷଧକୁ ତେଜରାତି ଦୋକାନରେ ବିକ୍ରି କରିବାକୁ ଅନୁମତି ଦିଆଯାଇପାରେ । କେନ୍ଦ୍ର ସରକାରଙ୍କ ଏକ ସମିତି ଗଠନ ହୋଇଛି ଯାହା ଭାରତରେ ଓଭର ଦ କାଉଣ୍ଟର(ଓଟିସି) ଔଷଧ ନୀତି ପ୍ରସ୍ତୁତ ଦିଗରେ କାମ କରୁଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.