• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୨ ଜଣ ନିଜ ବିରୋଧରେ ଫୌଜଦାରୀ ମାମଲା ଘୋଷଣା କରିଛନ୍ତି ଏବଂ ୧୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୧ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୧୮ ଜଣଙ୍କ ସତ୍ୟପାଠକୁ ବିଶ୍ଳେଷଣ କରି ଏଡିଆର୍ ଏହି ରିପୋର୍ଟ ଦେଇଛି।

  2. ମଦ ଦୁର୍ନୀତି ମାମଲାରେ ଇଡି ଯେଉଁ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଛି ସେଥିରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ସଂପୃକ୍ତ ଥିବା ଜଣାପଡ଼ୁଛି। ପିଏମଏଲଏ ଅଧୀନରେ ରାଘବ ମୁଙ୍ଗଟା ଏବଂ ଶରତ ରେଡ୍ଡୀଙ୍କ ବୟାନ ରେକର୍ଡ କରାଯାଇଥିଲା।

  3. କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନି କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଅନିଲ ଆଣ୍ଟୋନି ହାରିବେ ବୋଲି ସେ ଆଶା ରଖିଛନ୍ତି।

  4. ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍ ) ସଭାପତି ରାଜ ଠାକରେ ମଙ୍ଗଳବାର କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ବିଜେପି ନେତୃତ୍ୱାଧୀନ ଏନଡିଏକୁ ନିଃସର୍ତ୍ତ ସମର୍ଥନ ଦେବ।

  5. ତାମିଲନାଡୁର ରାମେଶ୍ୱରମର ୩ ଜଣ ମତ୍ସ୍ୟଜୀବୀ କଚ୍ଚାଥିଭୁ ଦ୍ୱୀପ ନିକଟ ସମୁଦ୍ରରେ ମାଛ ମାରୁଥିବାବେଳେ ଶ୍ରୀଲଙ୍କା ନୌସେନା ସେମାନଙ୍କ ଉପରେ ଆକ୍ରମଣ କରିଛି । ଫଳରେ ୩ ଜଣ ଆହତ ହୋଇଛନ୍ତି ।

  6. ପାକିସ୍ତାନ ହାଇକମିଶନ ମଙ୍ଗଳବାର କହିଛି ଯେ ବୈଶାଖୀ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଭାରତରୁ ଆସିଥିବା ଶିଖ୍‌ ତୀର୍ଥଯାତ୍ରୀଙ୍କୁ ୨,୮୪୩ ଭିସା ପ୍ରଦାନ କରାଯାଇଛି।

  7. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ ଯିବା ପରେ ଆମ୍ ଆଦମୀ ପାର୍ଟି (ଏଏପି) ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛି। ଏବେ ଏଏପିକୁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ହେବାର ଭୟ ଡରାଇବାରେ ଲାଗିଛି।

  8. ରୁଷ୍‌ରୁ ଭାରତ ଅଧିକ ପରିମାଣର ଅଶୋଧିତ ତେଲ ଆମଦାନି କରୁଛି। ତେଲ ଉପରେ ପୂର୍ବରୁ ରୁଷ୍‌ ପ୍ରଦାନ କରୁଥିବା ରିହାତି ହ୍ରାସ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା ସତ୍ତ୍ବେ ଭାରତ ଏହି ଦେଶରୁ ଅଧିକ ତେଲ ଆମଦାନି ଜାରି ରଖିଛି।

  9. ଦେଶରେ ଉଚ୍ଚ ଶିକ୍ଷା କ୍ଷେତ୍ରର ଏକ ପରିଚିତ ନାମ ଟେକ୍ନୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ପକ୍ଷରୁ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ଶିକ୍ଷା ପାଇଁ ‘ଟେକ୍ନୋ ଜାତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୪’କୁ ଚଳିତ ମାସ ୧୨ ତାରିଖରେ ଆୟୋଜନ କରାଯିବ।

  10. ପ୍ଲାଟଫର୍ମ ଇନ୍‌ଷ୍ଟା ୨୦୨୧ ମସିହାରେ ୩୨.୪ ବିଲିୟନ ଡ଼ଲାର ଆୟ କରିଥିବା ବେଳେ ୟୁଟ୍ୟୁବ ମଧ୍ୟ ସେହି ସମୟ ମଧ୍ୟରେ ୨୮.୮ ବିଲିୟନ ଡ଼ଲାର ରୋଜକାର କରିଥିଲ‌ା। ମେଟା ଦ୍ବାରା ଦାଖଲ ହୋଇଥିବା ରିପୋର୍ଟରୁ ଜଣାପଡିଥିଲା ଯେ ଇନଷ୍ଟାଗ୍ରାମରେ ବହୁତ ଦ୍ରୁତ ଅଭିବୃଦ୍ଧି ପଞ୍ଜିକୃତ ହୋଇଛି।

  11. ଆର୍ଥିକ ବର୍ଷ ୨୦୨୩-୨୪ରେ ଜିଏସ୍‌ଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ (ଡିଜିଜିଆଇ) ୨ ଲକ୍ଷ କୋଟି ଟଙ୍କାର ୬,୦୭୪ଟି ଜିଏସ୍‌ଟି ଠକେଇ ମାମଲା ଠାବ କରିଥିଲା।

  12. କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରାଳାୟ ଆର୍ଥିକ ବର୍ଷ ୨୦୨୩-୨୪ରେ ୧୨,୩୪୯ କିଲୋ ମିଟର ରାଜପଥ ନିର୍ମାଣ କରିଛି।

  13. ଶ୍ଚିମବଙ୍ଗରେ ଜାତୀୟ ଯାଞ୍ଚ ଏଜେନ୍ସି ଏନ୍‌ଆଇଏ ଟିମ୍‌ ଉପରେ ହୋଇଥିବା ଆକ୍ରମଣ ମାମଲାରେ କୋଲକାତା ପୋଲିସ ୨ଜଣ ଏନ୍‌ଆଇଏ ଅଧିକାରୀଙ୍କୁ ଜେରା ପାଇଁ ନୋଟିସ ଜାରି କରିଛି।

  14. ହରିଆଣାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ଭାଜପାରୁ ଇସ୍ତଫା ଦେବା ପରେ ପୁଣି କଂଗ୍ରେସକୁ ଫେରିଛନ୍ତି ।

  15. ନିର୍ବାଚନ ପାଇଁ ଟଙ୍କା ଚାଲାଣ ସନ୍ଦେହରେ ପୁଣି ଫେରିଲା କଳା କାଚ ଯାଞ୍ଚ,ନିୟମ ନ ମାନିଲେ ୫ ହଜାର ଜୋରିମାନା।

  16. ପାରାଦୀପରେ ୧୮ ଲକ୍ଷରେ ୧୭ଟି ତେଲିଆ ବୋରେଇ ମାଛ ବିକ୍ରି ହେଲା ।

  17. ସମ୍ବଲପୁର ହନୁମାନ ଜୟନ୍ତୀରେ ବାହାରିବନି ଶୋଭାଯାତ୍ରା, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ ବୈଠକରେ ନିଷ୍ପତି, ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବ।

  18. ପଶ୍ଚିମବଙ୍ଗରେ ନିର୍ବାଚନ ୨୦୨୪  ପାଇଁ  ୧୦୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ ମୁତୟନ ହେବେ ।

  19. ହିନ୍ଦୁ ନବ ବର୍ଷ ତଥା ରାଷ୍ଟ୍ରୀୟ ନବ ବର୍ଷ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟ ।

  20. ଅଲ୍‌-ନାସର ଓ ଅଲ୍‌-ହିଲାଲ ମଧ୍ୟରେ ଅନୁଷ୍ଠିତ ସାଉଦି ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ସେମିଫାଇନାଲ ମ୍ୟାଚରେ ରେଡ୍‌କାର୍ଡ ଯୋଗୁ କ୍ରିଷ୍ଟିଆନୋ ରୋନାଲ୍‌ଡୋ ତାଙ୍କର ଆଗାମି ଦୁଇଟି ଗେମ୍‌ରୁ ସସ୍‌ପେଣ୍ଡ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.