• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଳିତ ବର୍ଷର ମହାବିଷୁବ ସଂକ୍ରାନ୍ତି ଏପ୍ରିଲ ୧୪ ନୁହେଁ ୧୩ରେ ପାଳନ ହେବା କଥା । ହେଲେ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ନିଷ୍ପତ୍ତି ଅନୁସାରେ ଏହାକୁ ୧୪ରେ ପାଳନ କରାଯାଉଛି ।

  2. ଆଜି ୧୧ ତାରିଖରେ ପବିତ୍ର ଇଦ୍‌ ଉଲ୍‌ ଫିତର ପାଳନ କରାଯିବ। ଦିୱାନବଜାରସ୍ଥିତ ଅଞ୍ଜୁମାନ ଇସଲାମିଆ ଆହେଲ୍‌ ସୁନତ ଓ ଜମାତ ଚାନ୍ଦ କମିଟି ବୈଠକ ପରେ ଏହି ଘୋଷଣା କରିଛନ୍ତି କମିଟି ସଭାପତି ଅବଦୁଲ ଆହାଦ୍‌।

  3. ଲୋକସଭା ନିର୍ବାଚନ ପ୍ରଚାର ମଧ୍ୟରେ ନିର୍ବାଚନ କମିଶନ (ଇସି)ଙ୍କ ନିର୍ଦ୍ଦେଶାବଳୀ ବଦଳିଛି। ରାଜନୈତିକ ହୋର୍ଡିଂ ଏବଂ ପୋଷ୍ଟରରେ ଏସବୁ ମୁଦ୍ରଣ କରିବାକୁ କମିସନଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି।

  4. ବିଶ୍ବକପ କ୍ରିକେଟ ୨୦୨୭ ନେଇ ବଡ଼ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ନଭେମ୍ବରରେ ଖେଳାଯିବ।

  5. ହରିୟାଣା ରାଜ୍ୟ ମହିଳା କମିଶନ କଂଗ୍ରେସ ନେତା ତଥା ସାଂସଦ ରଣଦୀପ ସିଂହ ସୁରଜେୱାଲାଙ୍କୁ ଏପ୍ରିଲ ୧୮ ତାରିଖରେ ହାଜର ହୋଇ ବିଜେପି ନେତ୍ରୀ ହେମାମାଳିନୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ଦେବାକୁ ସମନ କରିଛନ୍ତି।

  6. ପରିବର୍ତ୍ତିତ ଏନସିଇଆରଟି ପାଠ୍ୟ ପୁସ୍ତକରେ ଆମ୍ ଆଦମୀ ପାର୍ଟି(ଏଏପି)କୁ ଜାତୀୟ ପାର୍ଟିର ମାନ୍ୟତା ପ୍ରଦାନ କରାଯାଇଛି। ଅପରପକ୍ଷରେ କଂଗ୍ରେସ, ଏନସିପି, ଟିଏମସି ଏବଂ ସିପିଆଇ ଭଳି ରାଜ‌ନୈତିକ ଦଳଙ୍କୁ ଜାତୀୟ ପାର୍ଟି ତାଲିକାରୁ ବାଦ୍ ଦିଆଯାଇଛି।

  7. ୧୪ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। ଘଡଘଡି ସହ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ବରଗଡ, ବଲାଙ୍ଗୀର , ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର , ନୂଆପଡା ଏବଂ ବୌଦ୍ଧ ଜିଲ୍ଲାକୁ ୩ ଘଣ୍ଟା ପାଇଁ ସତର୍କତା ଜାରି ହୋଇଛି।

  8. ଚଳିତ ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଓ ଭୋଟର ଭେରିଫାଏବୁଲ ପେପର ଅଡିଟ ଟ୍ରେଲ (ଭିଭିପ୍ୟାଟ) ଖୋର୍ଦ୍ଧାସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମରେ ପହଁଚିଛି।

  9. ହରିୟାଣାର ପଞ୍ଚକୁଲାରେ ରହୁଥିବା ଏହି ୯ ବର୍ଷୀୟ ଭାରୋତ୍ତୋଳକଙ୍କ ସଦ୍ୟତମ ସଫଳତା ହେଉଛି ୭୫ କେଜି ଓଜନର ଭାର ଉଠାଇବା ଯାହା ଆଶ୍ଚର୍ଯ୍ୟଜନକ ଓ ଅବିଶ୍ୱସନୀୟ।

  10. ବିଭ୍ରାନ୍ତିକର ବିଜ୍ଞାପନ ମାମଲା.. ଗ୍ରହଣ ହେଲାନି ରାମଦେବଙ୍କ କ୍ଷମା।  ସୁପ୍ରିମକୋର୍ଟ କହିଲେ- ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ।

  11. ଓଆରଏଚଡିସି ଦୁର୍ନୀତି ମାମଲା.. ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା।  ଭିଜିଲାନ୍ସ କୋର୍ଟ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ।

  12. ଆୟର୍ଲାଣ୍ଡର ଚିତ୍ର ଏବେ ବଦଳିପାରେ, କାରଣ ଲିଓ ଭରାଡକରଙ୍କ ଇସ୍ତଫା ପରେ ଦେଶର ଶାସନ ଭାର ଯୁବକ ନେତୃତ୍ଵଙ୍କୁ ହସ୍ତାନ୍ତର କରାଯାଇଛି। ଶାସକ ଫାଇନ୍‌ ଗେଲ୍‌ ପାର୍ଟି ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ୍‌ ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

  13. କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମାନହାନି ମାମଲା ନୋଟିସ୍‌ କରିଛନ୍ତି।

  14. ଆମ୍‌ ଆଦ୍‌ମୀ ପାର୍ଟିର ଅନ୍ୟତମ ଟାଣୁଆ ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜ କୁମାର ଆନନ୍ଦ ତାଙ୍କ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି।

  15. ଛତିଶଗଡ ଦୁର୍ଗ ଜିଲ୍ଲା କୁମ୍ଭାରୀ ଖପରି ରୋଡରେ ୫୦ ଫୁଟ୍‌‌ ତଳକୁ ଖସିଲା ବସ୍‌‌.. ୧୨ ମୃତ, ୧୫ ଆହତ।  ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

  16. ହ୍ୱାଟ୍ସଆପ୍ ମାଧ୍ୟମରେ ଲୋକଙ୍କ ନିକଟକୁ ବ୍ୟାଙ୍କ୍ ଆଲର୍ଟ ମଧ୍ୟ ଆସିଥାଏ। ସେହି ମେସେଜ୍ ରେ ଲିଙ୍କ୍ ଥାଏ। କୁହାଯାଏ ବ୍ୟାଙ୍କ କେୱାଇସି ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ। ଏହାକୁ କ୍ଲିକ୍ କରିବା ମାତ୍ରେ ଅପରାଧୀ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଖାଲି କରି ଦିଅନ୍ତି।

  17. ରାଷ୍ଟ୍ରୟ ବଜରଙ୍ଗ ଦଳର ଅମ୍ବାଲାର ଅଧ୍ୟକ୍ଷ କହିଛନ୍ତି ଯେ ଫେଜ୍‌‌ ରାଜା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଫଟୋ ଫେସବୁକରେ ଅପଲୋଡ କରି ତାଙ୍କ ମୁଣ୍ଡ ଶରୀରରୁ ଅଲଗା କରିବା ପାଇଁ ଧମକ ଦେଇଛି। ଏଭଳି ପୋଷ୍ଟ ଦ୍ୱାରା ସହରରେ ଶାନ୍ତି ଭଙ୍ଗ ହୋଇପାରେ।

  18. ବିଶ୍ୱ ଧନୀ ତାଲିକାରେ ପଛରେ ପଡିଲେ ଏଲନ ମସ୍କ, ମୁକେଶ ଅମ୍ବାନୀ, ଗୌତମ ଆଦାନୀ। ଏହି ତିନିଜଣଙ୍କୁ ପଛରେ ପକାଇ ଫେସବୁକ୍‌‌ ର ସିଇଓ ମାର୍କ ଜୁକରବର୍ଗ ହୋଇଛନ୍ତି ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି ।

  19. ଶୀତ ଓ ତୁଷାରପାତ କାରଣରୁ ବଦ୍ରିନାଥ ଧାମ ଗତ ନଭେମ୍ବର ୧୮ରୁ ଓ ଗଙ୍ଗୋତ୍ରୀ ଧାମ ନଭେମ୍ବର ୧୪ରୁ ବନ୍ଦ ରହିଛି। କେଦାରନାଥ ଧାମ ମଇ ୧୦ ସକାଳ ୭ଟାରେ , ବଦ୍ରିନାଥ ଧାମ ୧୨ ତାରିଖ ସକାଳ ୬ଟାରେ ଓ ଗଙ୍ଗୋତ୍ରୀ-ଯମୁନୋତ୍ରୀ ଧାମ ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରଦ୍ଧାଳୁ, ଭକ୍ତ ଓ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିବ।

  20. ସ୍କାଏମେଟର ଆକଳନ ଅନୁସାରେ ଚଳିତ ବର୍ଷ ଦେଶର ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବ। ୮ଟି ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ୍‌ରେ ଜୁନ୍‌ ଓ ଜୁଲାଇରେ କମ୍‌ ବର୍ଷା ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.