• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୁଜରାଟର ଜଣେ ଧନୀ ଜୈନ ଦମ୍ପତି ପାଖାପାଖି ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଫେବ୍ରୁଆରି ମାସରେ ଏକ ସମାରୋହରେ ଭବେଶ ଭଣ୍ଡାରୀ ଓ ତାଙ୍କ ପତ୍ନୀ ସେମାନଙ୍କର ସମସ୍ତ ସମ୍ପତ୍ତି ଦାନ କରିଥିଲେ।

  2. ୨୦୦୦ରୁ ୨୦୨୩ ମଧ୍ୟରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଅର୍ଥାତ୍‌ ଦେଶର ମୋଟ ଜଙ୍ଗଲର ୬ ପ୍ରତିଶତ ନଷ୍ଟ ହୋଇଛି। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସର୍ବାଧିକ ଜଙ୍ଗଲ ଧ୍ବଂସ ହୋଇଥିବା ବେଳେ ନିଆଁ ଲାଗି ଜଙ୍ଗଲ ଧ୍ବଂସ ତାଲିକାରେ ଓଡ଼ିଶା ପ୍ରଥମରେ ରହିଛି।

  3. ଇସ୍ରାଏଲ ଉପ‌ରେ ଇରାନ ଅଭୂତପୂର୍ବ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଉପଯୁକ୍ତ ସମୟ ଓ ପଦ୍ଧତି ବାଛିବ।

  4. ଇଲେକ୍ଟୋରାଲ ବଣ୍ଡ କଳାଧନ ବିରୋଧରେ ଏକ ସଫଳତାର କାହାଣୀ । ଏହା ଦ୍ୱାରା ଟଙ୍କା କାରବାରର ଖୁଲାସା ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

  5. ଲୋକସଭା ନିର୍ବାଚନ ୨୦୨୪ ରେ ସୋମବାର ସୁଦ୍ଧା ନିର୍ବାଚନ କମିସନ ୪୬୫୦ କୋଟି ଟଙ୍କା ଜବତ କରିଛନ୍ତି। ଏହା ୨୦୧୯ ନିର୍ବାଚନରେ ହୋଇଥିବା ସମୁଦାୟ ଆଦାୟ ଠାରୁ ଅଧିକ। ପୂର୍ବରୁ କେବେ ବି ଏତେ ଟଙ୍କା ଜବତ ହୋଇନଥିଲା।

  6. ଛତିଶଗଡର ବସ୍ତରରେ ନକ୍ସଲମାନଙ୍କ ବିରୋଧରେ ତୀବ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ କବିରଧାମ ପୁଲିସ ଆକସନମୋଡରେ ରହିଛି। ଯବାନମାନଙ୍କ ସ‌ାମ୍ନା କରି ନପାରି ନକ୍ସଲମାନେ ଲୁଚିବା ପାଇଁ ନିରାପଦ ସ୍ଥାନ ଖୋଜୁଛନ୍ତି।

  7. ବ୍ୟାଙ୍କିଙ୍ଗ, ଆଇଟି ଓ ଏଫଏମସିଜି ସେୟାରରେ ବିକ୍ରି ଯୋଗୁଁ ବଜାରରେ ଏହି ହ୍ରାସ ଦେଖିବାକୁ ମିଳିଛି । ମିଡ୍ କ୍ୟାପ୍ ଏବଂ ସ୍ମଲକ୍ୟାପ୍ ଷ୍ଟକ୍ ମଧ୍ୟ ସ୍ଥିର ରହିଛି।

  8. ଦୁନିଆର ୧ ନମ୍ବର ମୋବାଇଲ୍ କମ୍ପାନୀ ହେବାର ମୁକୁଟ ହରାଇଲା ଲୋକପ୍ରିୟ ଟେକ୍‌ କମ୍ପାନୀ ଆପଲ୍‌। ୨୦୨୪ର ପ୍ରଥମ ତ୍ରୈମାସରେ ଆପଲ୍‌ର ସ୍ମାର୍ଟଫୋନ୍ ଯୋଗାଣ ୧୦ ପ୍ରତିଶତ ହ୍ରାସ ପାଇଛି। ରିସର୍ଚ୍ଚ ଫାର୍ମ ଆଇଡିସିର ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

  9. ଚାଇନା ମୋବାଇଲ ବ୍ରାଣ୍ଡ୍ ସାଓମି ୨୦୨୪ର ପ୍ରଥମ ତ୍ରୈମାସରେ ୧୪.୧ ପ୍ରତିଶତ ଭାଗିଦାରୀ ସହିତ ତୃତୀୟ ସ୍ଥାନରେ ରହିଛି।

  10. ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ବିଜେପିରେ ସାମିଲ ହୋଇଛନ୍ତି। ଏଥିସହ ତାଙ୍କ ସ୍ବାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

  11. ଉପକୂଳଠୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ନିଆଁ ବର୍ଷା। ଗୁଳୁଗୁଳି ଓ ଝାଞ୍ଜିରେ ଆଉଟୁପାଉଟ ଜନଜୀବନ। ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ ଏପରି ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

  12. ସାଉଦି ଆରବର ଏକ ଭିଡିଓ ଗତ କିଛି ଦିନ ହେବ ଖୁବ  ଭାଇରାଲ୍ ହେଉଛି। ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡି ଯାଉଛି। ସାଉଦି ଆରବର ଏକ ସ୍ଥାନ ଯାହା ସମ୍ପୂର୍ଣ୍ଣ ମରୁଭୂମି ଥିଲା, ଏଥିପାଇଁ ଏହା ପ୍ରସିଦ୍ଧ ମଧ୍ୟ। ମାତ୍ର ହଠାତ୍ ଏହି ସ୍ଥାନ ଓ ଏହାର ଆଖାପାଖ ଅଞ୍ଚଳରେ ସବୁଜ ଶସ୍ୟ ଶ୍ୟାମଳା ସହ ସବୁଜ ଘାସ ଦେଖାଯାଉଛି।

  13. ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ହାଇକୋର୍ଟ ଓ ସୁପ୍ରିମକୋର୍ଟର ୨୧ଜଣ ଅବସରପ୍ରାପ୍ତ ବିଚାରପତି। ନ୍ୟାୟପାଳିକା ଉପରେ ଅନୁଚିତ ଚାପ ପକାଇକୁ ଉଦ୍ୟମ କରାଯାଉଥିବା ଚିଠିରେ ସେମାନେ ଅଭିଯୋଗ କରିଛନ୍ତି।

  14. ବିଆରଏସ୍‌ ନେତ୍ରୀ କେ. କବିତାଙ୍କୁ ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। କୋର୍ଟ ତାଙ୍କୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

  15. ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଖୁବଶୀଘ୍ର ମୁକ୍ତ ହେବେ ୧୭ଜଣ ଭାରତୀୟ କ୍ରୁ ମେମ୍ବର୍ସ। ଯୁଦ୍ଧ ପରିସ୍ଥିିତି ମଧ୍ୟରେ ମାଲବାହୀ ଜାହାଜ ‘ଏମଏସସି ଏରିଜ୍‌‌’ ୧୭ଜଣ ଭାରତୀୟ କ୍ରୁ ମେମ୍ବରଙ୍କ ସୁରକ୍ଷା ଏବଂ ଶୀଘ୍ର ମୁକ୍ତ କରିବା ପାଇଁ ଭାରତ ସରକାର ଇରାନ ସହିତ ଲଗାତାର ଯୋଗାଯୋଗରେ ରହିଛନ୍ତି।

  16. ଏସିଆ ସୋସାଇଟି ଇଣ୍ଡିଆ ସେଣ୍ଟର (ଏଏସ୍‌ଆଇସି)ର ନୂତନ ଅଧ୍ୟକ୍ଷା ଭାବେ ଶିଳ୍ପପତି ସଙ୍ଗୀତା ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

  17. ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି।

  18. ସୋମବାର ନିର୍ବାଚନ ଅଧିକାରୀମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରର ଯାଞ୍ଚ କରିଛନ୍ତି। ହେଲିକପ୍ଟର ଅବତରଣ କରିବା ପରେ ଫ୍ଲାଇଙ୍ଗ ସ୍କ୍ୱାଡ଼ ଅଧିକାରୀମାନେ ଖୋଜାଖୋଜି କରିଥିଲେ ବୋଲି ପୋଲିସ କହିଛି।

  19. ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କନ୍ନଡ ଚଳଚ୍ଚିତ୍ର ନିର୍ମାତା ତଥା ବ୍ୟବସାୟୀ ସୌନ୍ଦର୍ଯ୍ୟା ଜଗଦୀଶ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍‌କର ମୃତ୍ୟୁ ହୋଇଛି।

  20. ମହାରାଷ୍ଟ୍ରର ନାଗପୁର ସହରର ଏକ ହୋଟେଲରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ନିଜ ଲିଭ୍‌-ଇନ୍‌ ପାର୍ଟନର ଓ ୩ ବର୍ଷର ପୁଅଙ୍କୁ ହତ୍ୟା କରିବା ପରେ ଦଉଡ଼ିରେ ଝୁଲି ଆତ୍ମହତ୍ୟା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.