• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ପବିତ୍ର ରାମ ନବମୀ। ଦେଶବ୍ୟାପୀ ଏହି ପର୍ବକୁ ବେଶ୍ ଧୁମଧାମ ସହକାରେ ପାଳନ କରାଯାଉଛି। ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିର ୧୯ ଘଣ୍ଟା ଖୋଲା ରହିବ ବୋଲି ପରିଚାଳନା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

  2. ଏନଡିଏ କର୍ମୀଙ୍କ ବିରୋଧରେ ସରକାରୀ କଳର ଅପବ୍ୟବହାର ଅଭିଯୋଗରେ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

  3. ଛତିଶଗଡ଼ କାଙ୍କେରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୧୮ ନକ୍ସଲ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଟପ୍ କ୍ୟାଡର ମାଓନେତା ଶଙ୍କର ରାଓ ସାମିଲ ଅଛନ୍ତି

  4. ଗୁଜରାଟର ଜଣେ ବ୍ୟବସାୟୀ ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି।

  5. ଇରାନ ସେନା କବ୍‌ଜା କରିଥିବା ଇସ୍ରାଏଲୀ ମାଲ୍‌ବାହୀ ଜାହାଜର ୧୭ କର୍ମଚାରୀଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଭେଟିପାରିବେ। ଏଥିପାଇଁ ଇରାନ ଅନୁମତି ଦେବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ହୋସେନ୍‌ ଅମିର-ଅବଦୁଲ୍ଲାହିଆନ୍‌ କହିଛନ୍ତି।

  6. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କଲରେ କଥା ହେଲେ।  ପୁରୀ, ସମ୍ବଲପୁର ଓ ଖୋର୍ଦ୍ଧା ଅଂଚଳର ଲୋକଙ୍କ ସହ।

  7. ସଂପ୍ରତି ଗୁପ୍ତ ମତଦାନ ପଦ୍ଧତିରେ ସମସ୍ୟା ଥିବା ଦର୍ଶାଇ ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି ଯେ ଆମ ନିଜ ବ୍ୟବସ୍ଥା ଉପରେ ଭରସା କରିବାକୁ ହେବ ଏବଂ ବ୍ୟବସ୍ଥା ଭୁଶୁଡ଼ାଇବାକୁ ପ୍ରୟାସ କରିବା ଉଚିତ ନୁହେଁ।

  8. ଆମେରିକା କଂଗ୍ରେସର ଜଣେ ଭାରତୀୟ-ଆମେରିକୀୟ ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଆମେରିକାରେ ହିନ୍ଦୁ ଓ ହିନ୍ଦୁଧର୍ମ ବିରୋଧରେ ଆକ୍ରମଣ ବୃଦ୍ଧି ପାଉଛି ଏବଂ ଏହା ଏକ ସମନ୍ୱିତ ହିନ୍ଦୁବିରୋଧୀ ଆକ୍ରମଣର ଆରମ୍ଭ ମାତ୍ର।

  9. ଉତ୍ତର ପ୍ରଦେଶର ବାରାଣାସୀ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ଲଢିବାକୁ ଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭା ନିଜର ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରିଥିବା ଜଣାଯାଇଛି।

  10. ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି। ଦ୍ଵିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ ଅଛନ୍ତି  ।

  11. କୋପେନହେଗନର ଏକ ପୁରାତନ ତଥା ଐତିହାସିକ କୋଠାରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କୋଠାର ଶିଖରଟି ଭାଙ୍ଗି ଯାଇଛି। ଏହି କୋଠାଟି ସପ୍ତଦଶ ଶତାବ୍ଦୀର ଅଟେ ଯେଉଁଠାରେ କେବଳ ଡେନମାର୍କ ନୁହେଁ ସମଗ୍ର ବିଶ୍ବର ଅନ୍ୟତମ ସବୁଠାରୁ ପୁରୁଣା ଷ୍ଟକ ଏକ୍ସଚେଞ୍ଜ ରହିଥିଲା ।

  12. ମାଗଣା ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଭାବେ ଜଣା ଯାଉଥିବା ଟ୍ବିଟର (ଏକ୍ସ) ଆଉ ମାଗଣା ହୋଇ ରହିବ ନାହିଁ। ଖୁବ୍ ଶୀଘ୍ର ନୂତନ ବ୍ୟବହାରକାରୀଙ୍କଠାରୁ ଟଙ୍କା ଚାର୍ଜ କରିବା ଆରମ୍ଭ କରିବ ଏକ୍ସ।

  13. ବାବା ରାମଦେବଙ୍କ ଆୟୁର୍ବେଦ ଔଷଧୀୟ କମ୍ପାନୀ ପତଞ୍ଜଳୀର ବିଭ୍ରାନ୍ତିକର ବିଜ୍ଞାପନ ସଂପର୍କରେ ହୋଇଥିବା ମାମଲାର ଶୁଣାଣି ବେଳେ ଯୋଗ ଗୁରୁ ରାମଦେବ ନିର୍ଦ୍ଦୋଷ ନୁହଁନ୍ତି ବୋଲି ଅଦାଲତ କହିଛନ୍ତି ।

  14. ମାଛ କେବଳ ବଙ୍ଗଳାରେ ଏକ ରୋଷେଇଘର ସାମଗ୍ରୀ ନୁହେଁ। ଅନେକ ବଙ୍ଗୀୟଙ୍କ ପାଇଁ ଏହା ଏକ ଜୀବନଶୈଳୀ ଏବଂ ଚଳିତ ନିର୍ବାଚନ ଋତୁରେ ତୃଣମୂଳ କଂଗ୍ରେସ ବିଜେପି ବିରୋଧରେ ଏହି ମାଛକୁ ଅସ୍ତ୍ର କରିଛି।

  15. ଓଜନ ହ୍ରାସ ଏବଂ ମଧୁମେହ ରୋକିବା ନାଁରେ ନକଲି ଔଷଧ ବିକ୍ରି କରୁଥିବା ୨୫୦ରୁ ଅଧିକ ଓ୍ବେବସାଇଟ୍ କୁ ବନ୍ଦ କରି ଦିଆଯାଇଛି। ସାଇବର ସୁରକ୍ଷା ସଂସ୍ଥା ବ୍ରାଣ୍ଡସିଲ୍ହ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏବଂ ବଜାର ସହ ଜଡିତ ୬ ହଜାର ୯୦୦ ରୁ ଅଧିକ ବେଆଇନ ଔଷଧ ଗୁଡିକୁ ହଟାଇ ଦିଆଯାଇଛି।

  16. ମଙ୍ଗଳବାର ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪ଟି ରାଜ୍ୟରେ ୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

  17. କଲବଲ କରୁଛି ତାତି। ରାଜଧାନୀରେ ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ। ତାତି ବଢିବା ସହ ଗ୍ରୀଷ୍ମ ପ୍ରବାହ ନେଇ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

  18. ବଜ୍ରପାତରେ କାଳବୈଶାଖୀ ରଚିଲା ତାଣ୍ଡବ କେନ୍ଦ୍ରାପଡ଼ା ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

  19. ଦେବଗଡ଼ ରାଣୀ ତଥା ବିଜେପି ସାସଂଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେଡ଼ିରେ ମିଶିଲେ ।

  20. ରାଜ୍ୟରେ ପ୍ରଥମଥର ଲାଗି ଅଗ୍ନିଶମ ବିଭାଗରେ ସନ୍ଧାନୀ କୁକୁରଙ୍କୁ ସାମିଲ କରାଯିବ। ଏଥିଲାଗି କୁକୁରଙ୍କ ତାଲିମ୍‌‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଗ୍ନିଶମରେ ଏହି ସନ୍ଧାନୀ କୁକୁର ସାମିଲ ହୋଇ ବିପର୍ଯ୍ୟୟରେ ମୁକାବିଲାର ସାରଥି ସାଜିବେ। ଏଥିପାଇଁ ୧୦ଟି କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।  

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.