• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇସ୍ରାଏଲ ଉପରେ ଇରାନ ଆକ୍ରମଣର ୬ ଦିନ ପରେ ଆଜି ପାଲଟା ଆକ୍ରମଣ ହୋଇଛି। ଇରାନର ଏକ ପରମାଣୁ ପ୍ରତିଷ୍ଠାନ ଓ ପରମାଣୁ ଗବେଷଣା କେନ୍ଦ୍ର ସମେତ ବିଭିନ୍ନ ସାମରିକ ଘାଟିକୁ ଟାର୍ଗେଟ୍‌ କରି ଇସ୍ରାଏଲ ଡ୍ରୋନ୍‌ ଆକ୍ରମଣ କରିଛି।

  2. ଦେଶର ପ୍ରମୁଖ ଜଳଭଣ୍ଡାରଗୁଡ଼ିକ ପ୍ରବଳ ଖରା ଯୋଗୁ ଶୁଖିବାରେ ଲାଗିଛି। ଦେଶର ୧୫୦ଟି ପ୍ରମୁଖ ଜଳ ଭଣ୍ଡାରରେ ଜଳ ସ୍ତର ସେଗୁଡ଼ିକର ସର୍ବୋଚ୍ଚ କ୍ଷମତାର ୩୧ ପ୍ରତିଶତ ସ୍ତରକୁ ଖସିଆସିଲାଣି।

  3. ପ୍ରଥମ ପର୍ଯ୍ୟାୟରେ ଦେଶର ୨୧ଟି ରାଜ୍ୟର ୧୦୨ଟି ଆସନରେ ପ୍ରାୟ ୬୦ ପ୍ରତିଶତ ମତଦାନ ହୋଇଛି। ପୂର୍ବ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ମତଦାନ ହାର କମ୍ ରହିଛି। ଗତ ନିର୍ବାଚନରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିଲା।

  4. ଭାରତ ଫିଲିପାଇନ୍ସକୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବିକ୍ରୟ କରିଛି। ଶୁକ୍ରବାର ଭାରତୀୟ ବାୟୁସେନାର ସି-୧୭ ପରିବହନ ବିମାନ କ୍ଷେପଣାସ୍ତ୍ର ବ୍ୟବସ୍ଥା ନେଇ ଫିଲିପାଇନ୍ସସ୍ଥିତ କଲ୍ଲାର୍କ ଏୟାରବେସରେ ପହଞ୍ଚିଥିଲା।

  5. ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନିର୍ବାଚନ ଡିୟୁଟିରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ଜଣେ ଯବାନ ସହିଦ ହୋଇଯାଇଛନ୍ତି। ମୃତ ଯବାନଙ୍କ ନାମ ଦେବେନ୍ଦ୍ର କୁମାର ବୋଲି ଜଣାପଡ଼ିଛି।

  6. ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ପୂର୍ବରୁ ଥିବା ଲାଲ୍‌ ରଙ୍ଗର ଲୋଗୋକୁ ବଦଳାଯାଇ ମଙ୍ଗଳବାର ଦୂରଦର୍ଶନ ଗୈରିକ ରଙ୍ଗର ନୂଆ ଲୋଗୋ ଲଞ୍ଚ୍‌ କରିଛି ।

  7. ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।

  8. ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ) ଲୋକ ସଭା ନିର୍ବାଚନକୁ ବହିଷ୍କାର କରିବାକୁ ଆହ୍ବାନ ଦେଇଛିା ଏହାକୁ ନେଇ ରାଜ୍ୟର ୬ ଜିଲାରେ ପ୍ରାୟ ଶୂନ ଭୋଟ୍‌ଗ୍ରହଣ ରେକର୍ଡ କରାଯାଇଛିା।

  9. ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ମୋଟ ୯୦.୩୯ ପ୍ରତିଶତ ଛାତ୍ରୀଛାତ୍ର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

  10. ପ୍ରଥମେ ନେସଲେ, ଏବେ ଏଭେରେଷ୍ଟ । ପୂର୍ବରୁ ନେସଲେ କମ୍ପାନୀର ଉତ୍ପାଦ ଉପରେ ପ୍ରଶ୍ନ ଉଠିଥିଲା ବେଳେ ଏବେ ଏଭେରେଷ୍ଟର ମାଛ ମସଲାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ସିଙ୍ଗାପୁର ସରକାର ବଜାରରେ ଥିବା ଏଭେରେଷ୍ଟର ସମସ୍ତ ମାଛ ମସଲାକୁ ଫେରାଇ ନେବାକୁ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

  11. ରାଜ୍ୟରେ କେବଳ ବୃହତ୍‌ ଶିଳ୍ପକୁ ପ୍ରୋତ୍ସାହନ ଦେବା ନୁହେଁ ବରଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ଉପରେ ମଧ୍ୟ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଗୁରୁତ୍ବ ଦେବ।

  12. ଆମେରିକାଭିତ୍ତିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କମ୍ପାନି ଓପନ୍‌ଏଆଇ ଭାରତରେ ଏହାର ପ୍ରଥମ କର୍ମଚାରୀ ନିଯୁକ୍ତ କରିଛି। ୩୯ ବର୍ଷୀୟ ପ୍ରଜ୍ଞା ମିଶ୍ରାଙ୍କୁ କମ୍ପାନି ସରକାରୀ ଯୋଗାଯୋଗ ମୁଖ୍ୟ ରୂପେ ନିଯୁକ୍ତି ଦେଇଛି।

  13. ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଏକଜିଟ ପୋଲ ଉପରେ ନିଷିଦ୍ଧ ଘୋଷଣା କରାଯାଇଛି। ଜୁନ ୧ ତାରିଖ ପର୍ଯ୍ୟନ୍ତ ଏକଜିଟ ପୋଲକୁ ନିଷିଦ୍ଧ ହୋଇଛି।

  14. ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନୌସେନାର ଉପମୁଖ୍ୟ ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ୩୦ ତାରିଖରେ ଅବସର ନେଉଥିବା ଆଡମିରାଲ ଆର ହରି କୁମାରଙ୍କ ସ୍ଥାନରେ ସେ ଦାୟିତ୍ୱ ତୁଲାଇବେ।

  15. କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦେଶ ଭିତରେ ପ୍ରଥମ ସ୍ଥାନ ହାସଲ କରିଛି। ଗତବର୍ଷ ଏହା ଚତୁର୍ଥ ସ୍ଥାନରେ ଥିଲା।

  16. ଝାରସୁଗୁଡା ଜିଲା ଲଖନପୁର ବ୍ଲକ ହୀରାକୁଦ ଡ୍ୟାମର ଶରଧାପାଲି ଗାଁ ନିକଟରେ ମହାନଦୀରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା।  ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ। ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା।

  17. ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅଧିକାରୀ ।

  18. ବିଶ୍ୱର ବୃହତ ଅର୍ଥନୀତି ଏବେ ଋଣ ବୋଝରେ ଷଢ଼ୁଛି। ଆମେରିକାର ଋଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଋଣ ପାହାଡ ତଳେ ଦେଶ ଚାପି ହୋଇ ରହିଛି। ସାମ୍ପ୍ରତିକ ଆକଳନ ଅନୁଯାୟୀ ଆମେରିକାର ମୋଟ ଋଣ ପରିମାଣ ୩୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି।

  19. ଭୁବନେଶ୍ୱର ମୈତ୍ରିବିହାର ଥାନା ଅଞ୍ଚଳର ଶାନ୍ତି ଗେଷ୍ଟ ହାଉସରୁ ସନ୍ଦେହଜନକ ଅବସ୍ଥାରେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ । ସେ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ହୋଇଥିବା ଜଣାପଡିଛି।

  20. ମୁଦ୍ରା ଯୋଜନାରେ ଦିଆଯାଉଥିବା ଋଣ ପରିମାଣକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ବିଜେପି କହିଛି। ଛୋଟ ଉଦ୍ୟୋଗୀ ଏବଂ ବ୍ୟବସାୟୀଙ୍କ ପାଇଁ ୨୦୧୫ରେ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କାର ଋଣ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.