• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଦିନ ତ ଦିନ, ରାତିରେ ବି ପ୍ରଚଣ୍ଡ ଗରମରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇଛି। ଶୁକ୍ରବାର ସ୍ଥିତି ଅସମ୍ଭାଳ        ହୋଇଥିବା ବେଳେ ଶନିବାର ତା’ଠୁ ବି ଟପିଯାଇଛି। ଗତକାଲି ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୪           ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଜି ୪୫ ଡିଗ୍ରୀ ଅତିକ୍ରମ କରିଛି।

  2. ସୁପ୍ରିମକୋର୍ଟ ୨୦୦୪ର ଏକ ଆବେଦନର ଶୁଣାଣି କରି ୨୦୧୩ ସେପ୍ଟେମ୍ବର ୨୭ରେ ନୋଟା ବିକଳ୍ପ ବ୍ୟବହାର          କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଭୋଟ ଦେବାର ଅଧିକାରରେ ଭୋଟ ନ ଦେବାର ଅଧିକାର ମଧ୍ୟ ସାମିଲ ରହିଛି       ବୋଲି କୋର୍ଟ କହିଥିଲେ। ସୂଚନାଯୋଗ୍ୟ ଯେ ବିଶ୍ବର ୧୪ ତମ ଦେଶ ଭାବେ ଭାରତ ଏହି ବିକଳ୍ପ ପ୍ରଦାନ କରୁଛି।

  3. ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାକୁ ଫେରିଲେ ସମସ୍ତ ଅଂଶୀଦାରଙ୍କ ସହ ବ୍ୟାପକ ବିଚାରବିମର୍ଶ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନୀ ବଣ୍ଡ୍ ପୁଣି ଫେରାଇ ଆଣିବାକୁ ଚାହୁଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା          ସୀତାରମଣ ଶୁକ୍ରବାର କହିଛନ୍ତି।

  4. ଲୋକସଭା ନିର୍ବାଚନ-୨୦୨୪ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବାକୁ ‌ଥିବା ବେଳେ ଗତକାଲି   ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ଟି ଆସନରେ ଭୋଟ୍‌ ଗ୍ରହଣ ସଂପୂର୍ଣ୍ଣ ହୋଇଛି । ପୂର୍ବ ନିର୍ବାଚନ   ତୁଳନାରେ ଚଳିତ ନିର୍ବାଚନରେ ମତଦାନ ପ୍ରତିଶତ କମ୍ ରହିଛି।

  5. ଗୁଜରାଟର ଗାନ୍ଧୀନଗରରେ ନାମାଙ୍କନପତ୍ର ସହ ଦାଖଲ କରିଥିବା ସତ୍ୟପାଠରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩୬        କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଘୋଷଣା କରିଛନ୍ତି।

  6. ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସୁପ୍ରିମୋ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ           ତାଙ୍କ ପତ୍ନୀ ନାରା ଭୁବନେଶ୍ୱରୀଙ୍କ ମିଳିତ ସମ୍ପତ୍ତି ଏବେ ୯୩୧ କୋଟି ଟଙ୍କାରେ ପହଞ୍ଚିଛି।

  7. ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ କ୍ଷେତ୍ରର ୧୧ଟି ବୁଥରେ ଆସନ୍ତା ସୋମବାର ପୁଣି ଭୋଟଗ୍ରହଣ ହେବ । ଏହା            ପୂର୍ବରୁ ମଣିପୁରର ୪୭ଟି ମତଦାନ କେନ୍ଦ୍ରରେ ପୁନଃମତଦାନ ପାଇଁ କଂଗ୍ରେସ ଦଳ ଦାବି କରିଥିଲା।

  8. ୟୁପିର ମୋରାଦାବାଦରୁ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଏକ ଖରାପ ଖବର ଆସିଛି। ବିଜେପିର       ଲୋକସଭା ପ୍ରାର୍ଥୀ କୁୱଁର ସର୍ବେଶ ସିଂଙ୍କ ଦେହାନ୍ତ ହୋଇଛି।

  9. ରାଜଧାନୀ ଦିଲ୍ଲୀରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଦିଲ୍ଲୀର ଶଶି ଗାର୍ଡେନ ଅଞ୍ଚଳରୁ ଶନିବାର ଦୁଇ   ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶଶି ଗାର୍ଡେନର ୬ ନମ୍ବର ସାହିର ଏକ ଘରୁ ଏହି ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

  10. ଇଞ୍ଜିନୟରିଂ ଏବଂ ପ୍ରଯୁକ୍ତି କ୍ଷେତ୍ରର ଛାତ୍ରଛାତ୍ରୀଙ୍କୁ ଚାକିରି ଦେବାରେ ଦେଶର ୩ଟି ବଡ଼ ଆଇଟି କମ୍ପାନି ଟିସିଏସ୍‌,          ଇନଫୋସିସ୍ ଏବଂ ୱିପ୍ରୋର ବଡ଼ ଯୋଗଦାନ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ରହି ଆସିଛି। କିନ୍ତୁ ନିକଟରେ ‌ ଶେଷ ହୋଇଥିବା ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ତିନିଟି କମ୍ପାନିର କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୬୪    ହଜାର କମିଯାଇଛି।

  11. ଚୀନ୍‌ରେ ଗଧଙ୍କ ଜୀବନ ପ୍ରତି ବଡ଼ ବିପଦ ଦେଖାଯାଇଛି। ଲୋକେ ପ୍ରତି ବର୍ଷ ସଉକ ପାଇଁ ଲକ୍ଷ ଲକ୍ଷ ଗଧଙ୍କୁ ହତ୍ୟା      କରୁଛନ୍ତି। କେବଳ ଗତ ୨ ବର୍ଷରେ ୭୦ ଲକ୍ଷ ଗଧଙ୍କୁ ହତ୍ୟା କରାଯାଇଛି। ଅବାଧ ହତ୍ୟା ଯୋଗୁଁ ଦେଶରେ ଗଧ             ସଂଖ୍ୟା ଅହେତୁକ ହ୍ରାସ ପାଇଛି।

  12. ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ           ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟ ଅନୁଯାୟୀ, ମସ୍କଙ୍କ ଗସ୍ତ ସ୍ଥଗିତ ରଖାଯାଇଛି।

  13. କାନପୁରର ଭାଜପାର ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ଶର୍ମା, ଭିଏଚପିର ଜାତୀୟ ମୁଖପାତ୍ର ତଥା ବଜରଙ୍ଗ ଦଳର             ପୂର୍ବତନ ଜାତୀୟ ସଂଯୋଜକ, ଭେଟେରାନ ନେତା ପ୍ରକାଶ ଶର୍ମା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କାନପୁରରୁ ପ୍ରାର୍ଥୀ      ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ୪୦୦ ପାର୍‌ ସଙ୍କଳ୍ପ ପୂରଣ କରିବା କଷ୍ଟକର।

  14. ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି।   ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ କରିଛି।

  15. ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ   ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି।

  16. ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ   ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର ପାଣି ଚୋରି କରୁଛନ୍ତି।

  17. ଲୁଧିଆନା- ଗତ କିଛିଦିନ ତଳେ ପଟିଆଲାରେ ଜନ୍ମଦିନରେ କେକ୍‌ ଖାଇ ଗୋଟିଏ ସାନ ଝିଅର ମୃତ୍ୟୁ ହୋଇଥିଲା ।       ଜନ୍ମଦିନ ପାଳନ ସମୟରେ କେକ୍‌ ଖାଇ ଏହି ଝିଅ ସହ ଅନେକ ଗୁରୁତର ହୋଇଥିଲେ । ମାତ୍ର ଜନ୍ମଦିନ ଥିବା ଝିଅର            ମୃତ୍ୟୁ ହୋଇଯାଇଥିଲା ।

  18. ଆମେରିକାରୁ ଆସିଛି ହୃଦୟ ବିଦାରକ ଘଟଣା। ଗ୍ରୀନବେଲ୍ଟର ଏକ ପାର୍କରେ ଏକାଠି ହୋଇଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଗୁଳିମାଡ ହୋଇଥିଲା। ଏହି ଗୁଳିମାଡରେ ୧୬ରୁ ୧୮ବର୍ଷ ବୟସର ୫ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି।

  19. ଭାରତୀୟ ମହିଳା କୁସ୍ତି ଖେଳାଳି ବିନେଶ ଫୋଗଟ, ଅଂଶୁ ମଲିକ, ରିତିକା ଓ ମାନସୀ ଆଜି କିର୍ଗିଜସ୍ତାନର      ବିସ୍କେକଠାରେ ଚାଲିଥିବା ଏସୀୟ ଅଲିମ୍ପିକ୍ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ କରିଛନ୍ତି।୨୩ ବର୍ଷରୁ କମ୍         ବିଶ୍ୱ ଚାମ୍ପିୟନ ରିତିକା ତାଙ୍କ ଚାଇନା ପ୍ରତିଦ୍ୱନ୍ଦ୍ୱୀ ଜୁୱାନୱାଙ୍ଗଙ୍କୁ ପରାସ୍ତ କରିଛନ୍ତି।

  20. ବିନେଶ କାମ୍ବୋଡିଆ ପ୍ରତିଦ୍ୱନ୍ଦୀ ସମନାଙ୍ଗ ଡିଟଙ୍କୁ ପରାସ୍ତ କରିଥିବା ବେଳେ ୨୦୨୧ ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ         ପଦକ ବିଜେତା ଅଂଶୁ ମଲ୍ଲିକ ବୈଷୟିକ ଶ୍ରେଷ୍ଠତାରେ କିର୍ଗିଜସ୍ତାନର କଲମିରା ବିଲିମ୍ବାଇକୋଭାଙ୍କୁ ପରାସ୍ତ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.