• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେରଳର କୋଟ୍ଟାୟମ ଜିଲ୍ଲାରେ ଜଣେ ୯୯ ବର୍ଷୀୟ ମତଦାତା ଲୋକସଭା ନିର୍ବାଚନ ପାଇଁ ନିଜର ଭୋଟ୍‌ ଦେବା ପରେ ଘରେ ମୃତ୍ୟୁବରଣ କରିଛନ୍ତି। ରିପୋର୍ଟରୁ ପ୍ରକାଶ, ମୃତ ବ୍ୟକ୍ତି ଏ.କେ ରମଣ ନାୟାର କୋଟ୍ଟାୟମ ଜିଲ୍ଲାର ପାଲାର ମାନକକୁନ୍ନୁର ବାସିନ୍ଦା ଥିଲେ।

  2. ୨୦୧୪ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତର ନିଟ୍‌ ପ୍ରତ୍ୟକ୍ଷ ଟିକସ ଆଦାୟ ବାର୍ଷିକ ତୁଳନାରେ ୧୭.୭ ପ୍ରତିଶତ ବୃଦ୍ଧି ପାଇ ୧୯.୫୮ କୋଟି ଟଙ୍କାରେ ପହଞ୍ଚିଛି, ଯାହା କି ସଂଶୋଧିତ ଆକଳନକୁ ମଧ୍ୟ ବ୍ୟାପକ ବ୍ୟବଧାନରେ ଅତିକ୍ରମ କରିଛି ।

  3. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ବର୍ତ୍ତମାନ ସେ ସର୍ବସାଧାରଣ ମଞ୍ଚରେ କେନ୍ଦ୍ରରେ ବିଜେପି ସରକାର ଉପରେ ଖୋଲାଖୋଲି ଆକ୍ରମଣ କରୁଛନ୍ତି।

  4. ଭାରତକୁ ଆସୁଥିବା ଏବଂ ଅଙ୍ଗ ପ୍ରତିରୋପଣ କରୁଥିବା ସମସ୍ତ ବିଦେଶୀ ରୋଗୀଙ୍କର ତଥ୍ୟ ଯାଞ୍ଚ୍ ହେବ। ରାଜ୍ୟମାନଙ୍କୁ ଦିଆଯାଇଥିବା ଆଦେଶରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କହିଛନ୍ତି ଥୋଟା ଆକ୍ଟ ୧୯୯୪ ଅନୁଯାୟୀ, ଦାୟୀ ଏଜେନ୍ସିଗୁଡିକ ମାଧ୍ୟମରେ, ଯେଉଁମାନେ ଭାରତ ଆସିଛନ୍ତି ଏବଂ ଅଙ୍ଗ ଦାନ କିମ୍ବା ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି ସେମାନଙ୍କର ଟ୍ରାନ୍ସପ୍ଲାଣ୍ଟ ଅନୁସନ୍ଧାନ ସେହି ସମସ୍ତ ଡାକ୍ତରଖାନାରେ କରାଯିବା ଉଚିତ୍।

  5. ବୀମା ନିୟାମକ ଇରଡାଇ(IRDAI) ସ୍ବାସ୍ଥ୍ୟ ବୀମା କ୍ରୟ ସମ୍ବନ୍ଧିତ ନିୟମରେ ବଡ ପରିବର୍ତ୍ତନ କରିଛି । ଏଥିରେ ପଲିସି କ୍ରେତାଙ୍କ ପୂର୍ବରୁ ଥିବା ବୟସ ସୀମା ନିୟମ ହଟାଯାଇଛି । ପୂର୍ବରୁ କେବଳ ୬୫ ବର୍ଷ କିମ୍ବା ତାଠୁ କମ୍ ବୟସ୍କ ହିଁ ସ୍ବାସ୍ଥ୍ୟ ବୀମା କ୍ରୟ କରିପାରୁଥିଲେ  ।

  6. ଇଂଲଣ୍ଡର ଲଣ୍ଡନ ମେୟର ପଦବୀ ପାଇଁ ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏଥର ଏହି ପଦବୀ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୨ ପ୍ରାର୍ଥୀଙ୍କୁ ନେଇ ଚର୍ଚା ଜୋର୍‌ ଧରିଛି। କାରଣ ପ୍ରାର୍ଥୀଦ୍ବୟଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଏବଂ ଅନ୍ୟଜଣେ ପାକିସ୍ତାନୀ।

  7. ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହା ଆସିବେ ବୋଲି  ସୂଚନା ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର।

  8. ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୪ ତାରିଖରେ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପ୍ରଚାର ଆରମ୍ଭ କରିବେ। ୨୦୧୯ ଭଳି ଏଥର ମଧ୍ୟ ନବୀନ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

  9. ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିଥିଲେ ମଧ୍ୟ ସବୁଠି ତାତି ୪୦ଡିଗ୍ରୀ ଡେଇଁଛି। ରବିବାର ରାଜ୍ୟର ସର୍ବାଧିକ ତାପମାତ୍ରା ବାରିପଦାରେ ୪୪.୬ଡିଗ୍ରୀ ଛୁଇଁଛି।

  10. ଲୋକପ୍ରିୟ ୟୁଟ୍ୟୁବର ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଧ୍ରୁବ ରାଠୀ ୫ଟି ଭାରତୀୟ ଆଞ୍ଚଳିକ ଭାଷାରେ ନିଜର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଛନ୍ତି। ଧ୍ରୁବ ହିନ୍ଦୀରେ ବିଭିନ୍ନ ସାମାଜିକ, ରାଜନୈତିକ ଏବଂ ପରିବେଶ ପ୍ରସଙ୍ଗରେ ଭିଡିଓ ତିଆରି କରିବା ପାଇଁ ଜଣାଶୁଣା।

  11. ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଜଗଦେଶ କୁମାର ଏହି ସୂଚନା ଦେଇଛନ୍ତି। ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌ (ଜେଆର୍‌ଏଫ୍‌) ସହ କିମ୍ବା ଏହା ବିନା ପିଏଚ୍‌ଡି କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ସର୍ମନିମ୍ନ ୭୫ ପ୍ରତିଶତ ମାର୍କ ଅଥବା ସେମାନଙ୍କ ୪ ବର୍ଷର ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ତତୁଲ୍ୟ ଗ୍ରେଡ୍‌ ରଖିଥିବା ଆବଶ୍ୟକ।

  12. ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ରଖିବାରେ ସ୍ବାମୀଙ୍କ ଅକ୍ଷମତା ପାଇଁ ଏକ ଯୁବ ଦମ୍ପତିଙ୍କ ବିବାହକୁ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ ଅବୈଧ ଘୋଷଣା କରିଛନ୍ତି। ସେମାନଙ୍କ ହତାଶାର ପୀଡ଼ାକୁ ଅଣଦେଖା କରାଯାଇପାରିବ ନାହିଁ।

  13. ଭାରତର କିଛି ଅଂଶ ଏବେ ହିଟଓ୍ବେଭ ଦେଇ ଗତିକରୁଛି। କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି। ପ୍ରବଳ ଉତ୍ତାପ ମଧ୍ୟରେ, ଜଣେ ଆଙ୍କର ବା ଟେଲିଭିଜନ ଉପସ୍ଥାପିକା ହଠାତ୍‌ ହିଟ ୱେଭ ଅପଡେଟ ପଢିବା ସମୟରେ ବେହୋସ ହୋଇଯାଇଛନ୍ତି। ତେବେ ତାଙ୍କ ବ୍ଲଡ ପ୍ରେସର କମ ହୋଇଯିବାରୁ ସେ ବେହୋସ ହୋଇଥିବା କୁହାଯାଉଛି।

  14. ପତଞ୍ଜଳି ଯୋଗପୀଠ ସେବା ଟ୍ରଷ୍ଟକୁ ପୁଣି ଲାଗିଛି ବଡ ଝଟକା। ସୁପ୍ରିମକୋର୍ଟ ଏକ ଅପିଲ୍‌ର ଶୁଣାଣି ସମୟରେ ଟ୍ରିବ୍ୟୁନାଲର ରାୟକୁ ସମର୍ଥନ କରିଛନ୍ତି। କୋର୍ଟ କହିଛନ୍ତି ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ଆୟୋଜନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରୁଥିବାରୁ ସଂଗଠନକୁ ସେବା ଟିକସ ଦେବାକୁ ପଡିବ।

  15. କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ନୂଆ ଆପରାଧିକ ଆଇନକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ପ୍ରଶଂସା କରିଛନ୍ତି।

  16. ସମ୍ବିଧାନର ଧାରା ୪୮ଏରେ ଲିଖିତ ନାଗରିକଙ୍କ ବଞ୍ଚିବାର ମୌଳିକ ଅଧିକାର ସହ ଜଙ୍ଗଲ, ହ୍ରଦ, ନଦୀ, ବନ୍ୟପ୍ରାଣୀ, ପରିବେଶ, ଜୈବ ବିବିଧତା ଆଦିର ସୁରକ୍ଷା ସିଧାସଳଖ ସମ୍ପର୍କ ରଖୁଥିବାରୁ ଯେ କୌଣସି ମୂଲ୍ୟ ଦେଇ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

  17. ୨୦୨୩-୨୪ ଆର୍ଥିକବର୍ଷରେ ଦେଶର ତିନୋଟି ବୃହତ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ୍, ଇନଫୋସିସ୍ ଏବଂ ୱିପ୍ରୋ ବଡ଼ ଧରଣର କର୍ମଚାରୀ ଛଟେଇ କରିଛନ୍ତି। ଏହି ତିନୋଟି ଯାନ କମ୍ପାନୀ ମିଶି ପ୍ରାୟ ୬୪,୦୦୦ କର୍ମଚାରୀଙ୍କ କମ୍ପାନୀରୁ ବାହାର ରାସ୍ତା ଦେଖାଇଛନ୍ତି।

  18. ଏପ୍ରିଲ ୨୫ରୁ ଖରା ଛୁଟି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

  19. ଗୁଜରାଟ କଚ୍ଛର କୋଇଲା ଖଣିରୁ ବିରାଟକାୟ ନାଗ ସାପର ଅବେଶଷ ମିଳିଛି। ଏହା ଏ ପର୍ଯ୍ୟନ୍ତ ମିଳିଥିବା ସବୁଠାରୁ ଲମ୍ବା ଅବଶେଷ। ଏହାକୁ ପୁରାଣରେ ବର୍ଣ୍ଣିତ ବାସୁକୀ ନାଗ କୁହାଯାଉଛି।

  20. ଦିୟାତାଲାୱା ସହର ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠୁ ୧୮୦ କିମି ଦୂରେ ଅବସ୍ଥିତ । ଶ୍ରୀଲଙ୍କା ମିଲିଟାରୀ ଏକାଡେମୀରେ କାର୍‌ ରେସିଂ କାର୍ଯ୍ୟକ୍ରମରେ ପ୍ରାୟ ୪୫ ହଜାର ଲୋକଙ୍କ ଭିଡ଼ ଜମିଥିଲା। ମାତ୍ର ରେସିଂ ଚାଲିଥିବା ବେଳେ ହଠାତ୍‌ ଏକ କାର୍‌ ଭାରସାମ୍ୟ ହରାଇ ଟ୍ରାକ୍‌ରୁ ବାହାରି ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.