• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜାତୀୟ ଖାତା ପରିସଂଖ୍ୟାନ ୨୦୨୪ ତଥ୍ୟ ଅନୁସାରେ ଦେଶର ପରିବାର ସଞ୍ଚୟ ପରିମାଣ ଗତ ତିନି ବର୍ଷରେ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୧୪.୧୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ୨୦୨୦-୨୧ରେ ପରିବାର ସଞ୍ଚୟ ପରିମାଣ ୨୩.୨୯ ଲକ୍ଷ କୋଟି ଟଙ୍କା ଭଳି ଉଚ୍ଚ ସ୍ତରରେ ଥିଲା।
  2. 2.୨୦୨୦-୨୧ରେ ପରିବାରଗୁଡ଼ିକ ଉପରେ ୯୩,୭୨୩ କୋଟି ଟଙ୍କାର ଋଣ ବୋଝ ଥିଲା ଯାହା ୨୦୨୧-୨୨ ସୁଦ୍ଧା ୧.୯୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବୋଲି ଜଣାପଡ଼ିଛି।

  3. 3.ଗତ ତିନିଟି କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ୧୦୦୦ ପଏଣ୍ଟ ପାଖାପାଖି ହ୍ରାସ ହୋଇଛି। ଏହାର ପ୍ରଭାବରେ ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

  4. 4.ସୋମବାରର ପୁଲିତଜର ପୁରସ୍କାରରେ ଗାଜା ଯୁଦ୍ଧକୁ ବିଶେଷ ପ୍ରଦର୍ଶନ କରାଯାଇଥିଲା, ଯେଉଁଥିରେ ଇସ୍ରାଏଲ, ହମାସର ସଂଘର୍ଷକୁ କଭର କରିଥିବା ଖବରଦାତାଙ୍କୁ ବିଶେଷ ପ୍ରଶଂସା କାଯାଇଥିଲା।

  5. 5.ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅନ୍ତର୍ଗତ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି ମୃତାହତ ହୋଇଥିବା କଥା ଇସ୍ରାଏଲ ସେନା ସ୍ପଷ୍ଟ କରିନାହିଁ।

  6. 6.ସ୍ବାମୀ ଓ ଶାଶୁଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

  7. 7.ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର ହୋଇଛି କର୍ନାଟକ ଭାଜପା।

  8. 8.ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ମଙ୍ଗଳବାର ମହାକାଶକୁ ଉଡ଼ାଣ ଭରିବାର କିଛି ଘଣ୍ଟା ପୂର୍ବରୁ ନାସା ଓ ବୋଇଂ ତାଙ୍କର ମହାକାଶ ଯାତ୍ରାକୁ ସ୍ଥଗିତ ରଖିଛନ୍ତି

  9. 9.ସୁନୀତା କେଜ୍ରିୱାଲ ଏବଂ କଳ୍ପନା ‌ସୋରେନ୍। ଭାରତୀୟ ରାଜନୀତିରେ ନୂଆ ଓ ଚର୍ଚ୍ଚିତ ନାମ। ବିରୋଧୀ ‘ଇଣ୍ଡିଆ’ ମେଣ୍ଟରେ ହାଇପ୍ରୋଫାଇଲ ଚେହେରା। ଚଳିତ ସାଧାରଣ ନିର୍ବାଚନରେ ଏମାନେ ନିଜ ସ୍ବାମୀଙ୍କ ବଦଳରେ ଦଳର ମଙ୍ଗ ଧରିଛନ୍ତି।

  10. 10.୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହୋଇଛି। ତୃତୀୟ ପର୍ଯ୍ୟାୟରେ ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଛି। ଗତକାଲି ରାତି ୧୦ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ୬୩.୨୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା।

  11. 11.ହରିୟାଣା ରାଜ୍ୟରେ ୩ ଜଣ ସ୍ଵାଧୀନ ବିଧାୟକ ବିଜେପି ସରକାରରୁ ଅଚାନକ ସମର୍ଥନ ପ୍ରତ୍ୟାହାର କରିନେଇ ବିରୋଧୀ ଦଳ କଂଗ୍ରେସକୁ ସମର୍ଥନ ଘୋଷଣା କରିଛନ୍ତି।

  12. 12.ପଶ୍ଚିମ ବଙ୍ଗ  ବିଦ୍ୟାଳୟଗୁଡ଼ିକରେ ୨୫,୭୫୩ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ରଦ୍ଦ କରିବା ପାଇଁ ଏପ୍ରିଲ ୨୨ ତାରିଖରେ କଲିକତା ହାଇକୋର୍ଟ ଦେଇଥିବା ଆଦେଶ ଉପରେ ସୁପ୍ରିମ୍‌କୋର୍ଟ ରୋକ୍ ଲଗାଇଛନ୍ତି।

  13. 13.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଚଢ଼ଉ କରି ୩୫ କୋଟି ଟଙ୍କା ଜବତ କରିବା ପରେ ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଏବଂ ତାଙ୍କ ଘରୋଇ ସହାୟକ ଜାହାଙ୍ଗୀରଙ୍କୁ ଆଜି ଗିରଫ କରିଛି।

  14. 14.ରୁଷିଆର ରାଷ୍ଟ୍ରପତି ଭାବେ ଭ୍ଲାଦିମିର ପୁଟିନ୍‌ ୬ ବର୍ଷ ପାଇଁ ଶପଥ ଗ୍ରହଣ କରିଛନ୍ତି।

  15. 15.ବ୍ରିଟେନର ଜେଲରେ ଥିବା ନୀରବ ମୋଦୀ ପଞ୍ଚମ ଥର ପାଇଁ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଛି।

  16. 16.ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ସୁରକ୍ଷାବାହିନୀ ଲସ୍କର-ଇ-ତୋଏବା କମାଣ୍ଡର ବାସିତ ଅହମ୍ମଦ ଡାରଙ୍କ ସମେତ ମୋଟ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। 

  17. 17.୨୦୨୦ ନିର୍ବାଚନ ସମୟରେ ନାମାଙ୍କନ ପତ୍ର ଦାଖଲ ବେଳେ କେଜ୍ରିୱାଲ ଦେଇଥିବା ତଥ୍ୟ ଅନୁଯାୟୀ ସେ ମୋଟ ୩.୪୪କୋଟି ଟଙ୍କାର ମାଲିକ ଥିଲେ। ନଗଦ ଅର୍ଥ ଆକରରେ ତାଙ୍କ ପାଖରେ ମାତ୍ର ୧୨ହଜାର ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ମାତ୍ର ୯ହଜାର ଟଙ୍କା ଥିଲା। ତାଙ୍କ ପରିବାରରେ ୬ଟି ବ୍ୟାଙ୍କ ଆକାଉଣ୍ଟ ଥିଲା, ଯେଉଁଥିରେ ସମୁଦାୟ ୩୩.୨୯ ଲକ୍ଷ ଟଙ୍କା ଜମା କରାଯାଇଥିଲା।

  18. 18.କଂଗ୍ରେସର ପୂର୍ବତନ ମୁଖପାତ୍ର ରାଧିକା ଖେରା ବିଜେପିରେ ସାମିଲ ହୋଇଛନ୍ତି। ଦୁଇ ଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ରାଧିକା ମଙ୍ଗଳବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି।

  19. 19.ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ହେଲିକପ୍ଟର ଜରିଆରେ ଜର୍ସିକୁ ଉନ୍ମୋଚିତ କରାଯାଇଛି।

  20. 20.ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ନିଆଁ ଲାଗି ଏକ ବସ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି। ନିର୍ବାଚନୀ ଡ୍ୟୁଟି ସାରି ବହୁ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ଧରି ବସ୍‌ଟି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ବସ୍‌ରେ ଥିବା ବହୁ ନିର୍ବାଚନୀ ସାମଗ୍ରୀ ଯଥା EVM ଓ VVPAT ଜଳି ଯାଇଥିବା ବେଳେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.