• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଟିକାରେ ପ୍ରବଳ ପାର୍ଶ୍ବପ୍ରତିକ୍ରିୟା ରହିଥିବା ବ୍ରିଟିସ ଔଷଧ କମ୍ପାନି ସ୍ୱୀକାର କରିବାର କିଛି ଦିନ ପରେ ଆଷ୍ଟ୍ରାଜେନେକା ଏହାର କୋଭିଡ୍-୧୯ ଟିକାକୁ ବିଶ୍ୱବ୍ୟାପୀ ପ୍ରତ୍ୟାହାର କରିବା ଆରମ୍ଭ କରିଛି।
  2. 2.ଆଇଆଇଟି ମାଡ୍ରାସର ଛାତ୍ର ଅରବିନ୍ଦ ଶ୍ରୀନିବାସଙ୍କର ମହତ୍ତ୍ବାକାଂକ୍ଷା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଦ୍ବାରା ୨୦୨୨ ମସିହାରେ ସ୍ଥାପିତ ‘ପରପ୍ଲେକ୍ସିଟି’ ନାମକ ଏଆଇ ଆପ୍‌ ୧୦୦ କୋଟି ଡଲାରରୁ ଅଧିକ ନିବେଶ ହାସଲ କରି ଆମେରିକାରେ ନୂତନ ୟୁନିକର୍ଣ୍ଣ ହେବାର ଗୌରବ ଲାଭ କରିଛି।

  3. 3.କଣ୍ଠଶିଳ୍ପୀ ଓ ଗୀତିକାର ତଥା ଉଦ୍ୟୋଗପତି ଅନନ୍ୟା ବିର୍ଲା ତାଙ୍କର ପୂରା ସମୟ ବ୍ୟବସାୟରେ ବିନିଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି।

  4. 4.ଅଶ୍ଳୀଳ ଭିଡିଓ ମାମଲା ସହ ଜଡ଼ିତ ଏକ ଅପହରଣ ମାମଲାରେ ଏଚ୍‌ଡି ରେବନ୍ନାଙ୍କୁ ମେ’ ୮ ତାରିଖ ପର୍ଯ୍ୟନ୍ତ ‌ଏସ୍‌ଆଇଟି ହାଜତରେ ରହିଥିଲେ। ତେବେ ତାଙ୍କୁ ପୁଣିଥରେ ନ୍ୟାୟିକ ହାଜତ ପଠାଇ ଦିଆଯାଇଛି।

  5. 5.ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁତୁରା ପ୍ରଜ୍ବଳ ରେବନ୍ନାଙ୍କ ଦ୍ବାରା ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଯେଉଁସବୁ ଭିଡିଓ ଭାଇରାଲ୍‌ ହୋଇଥିଲା ସେହି ଭିଡିଓଗୁଡ଼ିକୁ ୨୫ ହଜାରରୁ ଅଧିକ ପେନ୍‌ଡ୍ରାଇଭରେ ବଣ୍ଟାଯାଇଛି।

  6. 6.କର୍ଣ୍ଣାଟକ ବିଜେପି ଦ୍ବାରା କରାଯାଇଥିବା ଏକ ଆପତ୍ତିଜନକ ‌ପୋଷ୍ଟ୍‌ ପାଇଁ ବିଜେପି ସଭାପତି ଜେପି ନଡ୍ଡା ଏବଂ ଦଳର ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟଙ୍କୁ ଆଜି ବେଙ୍ଗାଲୁରୁ ପୁଲିସ ସମନ କରିଛି।

  7. 7.ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଅଫ୍ ବରୋଦାକୁ ଆଶ୍ବସ୍ତି ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦାର ମୋବାଇଲ୍ ଆପ୍ 'ବବ ୱାର୍ଲ୍ଡ' ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି।

  8. 8.ଆମେରିକାରେ ଯୌନ ସମ୍ପର୍କ ମାଧ୍ୟମରେ ଏଚ୍ଆଇଭି ବିସ୍ତାର କରିବାକୁ ଚେଷ୍ଟା କରି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ୩୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅଭିଯୁକ୍ତଙ୍କ ନାମ ୩୪ ବର୍ଷ ବୟସ୍କ ଆଲେକ୍ସଜାଣ୍ଡାର୍ ଲୁଇ। ସେ ଏଚଆଇଭି ପଜିଟିଭ୍ କିନ୍ତୁ ସେ ଅନ୍ୟ ଲୋକଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ।

  9. 9.ଲୋକସଭା ନିର୍ବାଚନ ଚାଲିଥିବା ବେଳେ ‘ହିରାମଣ୍ଡି’ ଅଭିନେତା ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି।

  10. 10.ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀ ତଥା ଜାତୀୟ ସଂଯୋଜକ ଦାୟିତ୍ୱରୁ ବିଦା କରିଦେଇଛନ୍ତି ।

  11. 11.ଆମେରିକାର ଜଣେ ୧୦୦ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୯୬ ବର୍ଷର ଗର୍ଲଫ୍ରେଣ୍ଡ ସହିତ ବିବାହ କରିବାକୁ ଯାଉଛନ୍ତି । ୨୦୨୧ ମସିହାରୁ ଗତ ୩ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି ।

  12. 12.ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତକୁ ଦିଲ୍ଲୀର ଏକ ଅଦାଲତ ମେ’ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  13. 13.ଭୁବନେଶ୍ବର ବିମାନବନ୍ଦରରେ ପୁଣି ସୁନା ଜବତ।  ଦୁବାଇରୁ ଆସିଥିଲା ୨.୭୯ କୋଟି ଟଙ୍କାର ସୁନା, ୪ ଗରିଫ ହୋଇଛନ୍ତି।

  14. 14.ଆତ୍ମସମର୍ପଣ କଲେ  ୨ ମହିଳା ଓ ୭ ପୁରୁଷ ମାଓବାଦୀ ।  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଆଇଜି..ସମସ୍ତେ ଛତିଶଗଡ଼ ଦନ୍ତେୱାଡ଼ ଜିଲାର ।

  15. 15.ସାଂସଦ ଅନୁଭବ ମହାନ୍ତି ପୁଣି ଅଡୁଆରେ ଅନୁଭବଙ୍କ ଡିସଚାର୍ଜ ପିଟିସନ୍ ଖାରଜ।  ଘରୋଇ ହିଂସା ମାମଲାରେ ଚାର୍ଜ ଫ୍ରେମ୍ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ।

  16. 16.କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି।

  17. 17.ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି।

  18. 18.ବ୍ରହ୍ମପୁର ସହରରେ ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଗିରଫ ୫ ଜଣ କଲେଜ ଛାତ୍ରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। 

  19. 19.ଆଇପିଏଲ୍‌ର ୫୭ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି)ବିରୋଧରେ ସହଜ ବିଜୟ ହାସଲ କରିଛି।

  20. 20. କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେବ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ପ୍ରତିଯୋଗିତାର ୨୭ତମ ସଂସ୍କରଣ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.