-
୧.ଭାରତୀୟ ନୌସେନା ନୂତନ ମୁଖ୍ୟ ଆଡମିରାଲ ଦୀନେଶ କୁମାର ତ୍ରିପାଠୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
-
୨. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାରେ ଧର୍ମ ଭିତ୍ତିକ ସଂରକ୍ଷଣକୁ ନେଇ ବଡ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଯେପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, ଦେଶର ମୁସଲମାନମାନଙ୍କୁ ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବ ନାହିଁ।
-
୩.ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଗିରଫଦାରୀ ସମୟକୁ ନେଇ ସୁପ୍ରିମ୍ କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ପ୍ରଶ୍ନ କରିବା ସହ ଜବାବ ତଲବ କରିଛନ୍ତି ।
-
୪.ପ୍ରଜ୍ବଳଙ୍କ ପାଖରେ ଥିବା ଏକ ପେନ୍ଡ୍ରାଇଭ୍ ମିଳିଛି। ଏଥିରେ ପ୍ରାୟ ୩ ହଜାର ମହିଳାଙ୍କର ସେକ୍ସ ଭିଡିଓ ରହିଥିବା ଜଣାପଡ଼ିଥିବା ବେଳେ ସାଂସଦଙ୍କ ଚାଳକ କାର୍ତ୍ତିକ ଦାବି କରିଛନ୍ତି କି, ମୁଁ ହିଁ ଜେଡିଏସ ନେତାଙ୍କ ସେକ୍ସ ଭିଡିଓ ଲିକ କରିଛନ୍ତି।
-
୫.ଉତ୍ତରାଖଣ୍ଡ ସରକାର କରିଛନ୍ତି ଯେ ଆଇନ୍ ବିରୋଧୀ ବିଜ୍ଞାପନ ପ୍ରକାଶନ କରିଥିବାରୁ କଠୋର ଦଣ୍ଡବିଧାନ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ତାଙ୍କ ଉପରେ ଜେଲ୍ ଓ ଜରିମାନା ଉଭୟ ଲାଗୁ କରାଯାଇପାରେ। କେବଳ ସେତିକି ନୁହେଁ, ପତଞ୍ଜଳିର ୧୪ଟି ଖାଦ୍ୟ ସାମଗ୍ରୀର ଲାଇସେନ୍ସକୁ ବାତିଲ ମଧ୍ୟ କରାଯାଇଛି।
-
୬.ଛତିଶଗଡର ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଚାଲିଥିବା ଏନକାଉଣ୍ଟରରେ ଦୁଇଜଣ ମହିଳା ସଦସ୍ୟଙ୍କ ସମେତ ଅତି କମରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
-
୭.ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ଆଉ ୪ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି, ଯେଉଁଥିରେ ବରିଷ୍ଠ ଅଭିନେତା ରାଜ ବବରଙ୍କ ନାମ ରହିଛି। ତାଙ୍କୁ ଦଳ ଗୁରୁଗ୍ରାମ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ହିମାଚଳର କାଙ୍ଗରା ଆସନରୁ ନିର୍ବାଚନ ଲଢ଼ିବେ।
-
୮.ପ୍ରତ୍ୟେକ ମାସ ଆରମ୍ଭ ପୂର୍ବରୁ, ଗ୍ୟାସ-ସିଲିଣ୍ଡର (ଏଲପିଜି), ପିଏନଜି ଏବଂ ସିଏନଜି ର ମୂଲ୍ୟ ସଂଶୋଧିତ ହୋଇଥାଏ।
-
୯.ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ ୧୫ଟି ସହରରେ ତାପମାତ୍ରା ୪୪ଡ଼ିଗ୍ରି
-
୧୦.ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍ ଆରମ୍ଭ ହୋଇଛି। ବ୍ରିଟେନ୍ର ଜଣେ ରୋଗୀ ଏହି ପରୀକ୍ଷାରେ ସାମିଲ ହୋଇଛନ୍ତି।
-
୧୧.ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ ରହୁନାହାନ୍ତି। ଥରେ ଦୁଇ ଥର ନୁହେଁ, ବହୁ ଥର ଏପରି ହେଉଛି।
-
୧୨.ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
-
୧୩.ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
-
୧୪.ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ ପ୍ରାୟ ପାଞ୍ଚ ଗୁଣ ବଡ଼ ହେବ।
-
୧୫.ଆମ୍ ଆଦମୀ ପାର୍ଟି (ଆପ୍) ନେତା ସୌରଭ ଭରଦ୍ୱାଜ ମଙ୍ଗଳବାର କହିଛନ୍ତି ଯେ ରାଘବ ଚଢ଼ାଙ୍କ ଆଖିରେ ଜଟିଳତା ଦେଖାଦେଇଥିଲା ଏବଂ ସେ ସମ୍ଭାବ୍ୟ ଦୃଷ୍ଟିହୀନତାର ସମ୍ମୁଖୀନ ହୋଇଥିଲେ। ଚଢ଼ା ଏକ ବଡ଼ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଦୁଇ ମାସ ହେଲା ଲଣ୍ଡନରେ ଅଛନ୍ତି।
-
୧୬.ମଣିପୁରରେ କୁକି-ଜୋମି ସମ୍ପ୍ରଦାୟର ଦୁଇ ଜଣ ମହିଳାଙ୍କୁ ପୁଲିସ ଉଲଗ୍ନ ଅବସ୍ଥାରେ ବୁଲାଉଥିବା ଭିଡ଼କୁ ହସ୍ତାନ୍ତର କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଚାର୍ଜସିଟରେ ଏହି ସୂଚନା ଦିଆଯାଇଛି।
-
୧୭.ସାଧାରଣ ନିର୍ବାଚନ ପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ତୃତୀୟ ଚରଣ ‘ବିମାନବନ୍ଦର ଘରୋଇକରଣ-୩.୦’ ଆରମ୍ଭ କରିବ। ଓଡ଼ିଶାର ସମେତ ଭୁବନେଶ୍ୱର ମୋଟ ୧୩ଟି ବିମାନବନ୍ଦରର ଘରୋଇକରଣ ହେବ।
-
୧୮.ପତଞ୍ଜଳୀ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ପ୍ରତ୍ୟେକ ଖବରକାଗଜର ମୂଳ ପୃଷ୍ଠା ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପାଇଁ ଉଭୟଙ୍କୁ ବ୍ୟକ୍ତିଗତ ହାଜର ହେବାରୁ ମଧ୍ୟ ସର୍ବୋଚ୍ଚ ଅଦାଲତ ମୁକ୍ତ କରିଛନ୍ତି।
-
୧୯.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବେ। ରାମ ମନ୍ଦିରର ପବିତ୍ରତା ସମାରୋହ ପରେ ଏହା ତାଙ୍କର ପ୍ରଥମ ରାମ ଜନ୍ମଭୂମି ଗସ୍ତ ହେବ। ରାଷ୍ଟ୍ରପତି ହନୁମାନଗଡ଼ୀ ଯାଇ ସନ୍ଧ୍ୟାରେ ଆରତୀରେ ଯୋଗଦେବେ।
-
୨୦.ଆଇପିଏଲ୍ରେ ମଙ୍ଗଳବାର ବିଜୟୀ ହୋଇଛି ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ। ବୋଲରଙ୍କ ସଫଳତା ବଳରେ ମୁମ୍ବଇ ଇଣ୍ଡିଆନ୍ସକୁ ୪ ୱିକେଟ୍ରେ ଲକ୍ଷ୍ନୌ ପରାସ୍ତ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.