• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଟେକ୍‌ନୋଲୋଜି କମ୍ପାନି ଗୁଗୁଲ୍‌ ଏବେ ଏକ ବଡ଼ ନିଷ୍ପତ୍ତି ନେଇଛି। କମ୍ପାନି ତାହାର ‘କୋର୍‌ ଟିମ୍‌’ରୁ ଅତି କମରେ ୨୦୦ କର୍ମଚାରୀଙ୍କୁ ଭାରତ ଓ ମେକ୍ସିକୋ ପଠାଇବାର ଯୋଜନା କରିଛି।

  2. 2.ହ୍ୱାଟ୍ସଆପକୁ ବ୍ୟବହାର କରି ବିଭିନ୍ନ ପ୍ରକାରରେ ଠକାମୀ ଏବଂ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏକ ସୁରକ୍ଷିତ ଫିଚର୍ସ ଲଞ୍ଚ କରିବାକୁ ଯାଉଛି କମ୍ପାନି। ଏହା ଦ୍ୱାରା ସନ୍ଦିଗ୍ଧ ମେସେଜ୍ ପଠାଯାଉଥିବା ଆକାଉଣ୍ଟକୁ ଲକ୍ କରି ମେସେଜ୍ ଯିବାରୁ ରୋକିବ।

  3. 3.ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି।

  4. 4.ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  5. 5. ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆ‌ନନ୍ଦ ବୋଷଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ମହିଳାଜଣକ ରାଜଭବନରେ ଅସ୍ଥାୟୀ କର୍ମଚାରୀ ଭାବେ ୨୦୧୯ରୁ କାର୍ଯ୍ୟ କରୁଛନ୍ତି। ଚାକିରି ସଂପର୍କରେ ଗୁରୁବାର ରାଜ୍ୟପାଳଙ୍କ ସହ ଆଲୋଚନା କରିବା ସମୟରେ ସେ ଅସହଜ ମନେ କରିଥିଲେ। ଅଭିଯୋଗ ମୁତାବକ ସପ୍ତାହେ ତଳେ ମଧ୍ୟ ରାଜ୍ୟପାଳ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ। 

  6. 6. ‘ସେକ୍ସ ଭିଡିଓ’ ମାମଲାରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ହାସନର ‘ଫେରାର’ ସାଂସଦ ପ୍ରଜ୍ଜ୍ବଳ ରେବନ୍ନାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛି। 

  7. 7. କଲମ୍ବିଆ ବିଶ୍ବବିଦ୍ୟାଳୟରେ ମେ ୧ ତାରିଖରେ ପାଲେଷ୍ଟାଇନ୍‌ ସମର୍ଥନ ଓ ଇସ୍ରାଏଲ୍‌ ବିରୋଧୀ ଛାତ୍ର ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ଆନ୍ଦୋଳନକାରୀଙ୍କୁ ଦମନ କରିବାକୁ ପୁଲିସ ପଦକ୍ଷେପ ଗ୍ରହଣ କରିଥିଲା। ଆନ୍ଦୋଳନକୁ ବେଆଇନ ଘୋଷଣା କରିବା ସହ ୨୮୨ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା।

  8. 8. (ସିବିଆଇ) ଏଜେନ୍ସି କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ୍ ବିଆର୍ ଗବାଇ ଓ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଗରେ କହିଛନ୍ତି।

  9. 9. ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ଏଠାରୁ ରାହୁଲ ଗାନ୍ଧି ଲଢିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

  10. 10.ତ୍ରିପୁରା ସରକାର ରାଜ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ ହେତୁ ଇନ୍ଧନ ଷ୍ଟକର ଅଭାବକୁ ଦୃଷ୍ଟିରେ ରଖି ପେଟ୍ରୋଲ ଏବଂ ଡିଜେଲ ବିକ୍ରୟ ତଥା କ୍ରୟ ଉପରେ ଏକ ସୀମା ଧାର୍ଯ୍ୟ କରିଛନ୍ତି।

  11. 11.ଓଡ଼ିଶାର ପାଟଣାଗଡ଼ ପାର୍ସଲକାଣ୍ଡର ପୁନରାବୃତ୍ତି ହୋଇଛି ଗୁଜରାଟରେ । ଗୁଜରାଟର ସାବରକାଣ୍ଠାରେ ଏକ ପାର୍ସଲ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

  12. 12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କୋଭିଡ ଟୀକାକରଣ ପ୍ରମାଣପତ୍ରରୁ ହଟାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ଟୀକାକରଣ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା କୋୱିନ ସାର୍ଟିଫିକେଟ ମିଳୁଥିଲା

  13. 13.ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି।

  14.  14.ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ବିଧାୟକ ପୁଅ ଏଚ୍ ଡି ରେବାନ୍ନା ଏବଂ ସାଂସଦ ନାତି ପ୍ରଜ୍ୱଲ ରେବାନ୍ନା ସେକ୍ସ ଟେପ୍ ମାମଲାରେ ଏସ୍ଆଇଟି ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଏସଆଇଟି ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି।

  15. 15.ଗୁରୁବାର ବିଜେଡି ଛାଡ଼ିଛନ୍ତି ଅନୁଭବ ପଟ୍ଟନାୟକ। ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

  16. 16.ୟୁପି ରେସଲିଂ ଆସୋସିଏସନର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ସାନପୁଅ କରଣ ଭୂଷଣ ସିଂ, ଗୋଣ୍ଡା ଜିଲାର କେସରଗଞ୍ଜ ଆସନରେ ଭାଜପା ପ୍ରାର୍ଥୀ।

  17. 17.ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା, ରୁଷିଆ ଏବଂ ଭାରତ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଛନ୍ତି।

  18. 18.ଇସ୍ରାଏଲ ଏବଂ ପାଲେଷ୍ଟାଇନକୁ ନେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଛି ଭାରତ। ମିଳିତ ଜାତିସଂଘରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ଦୁଇ ରାଜ୍ୟ ସମାଧାନକୁ ଭାରତ ସମର୍ଥନ କରିଛି।

  19. 19.ସହିଦନଗର ଥାନା ଭିଏସଏସ୍ ନଗରରେ ଅଘଟଣ। ବନ୍ଦ ଘରୁ ମିଳିଲା ଯୁବକଙ୍କ ମୃତଦେହ। ବେକରେ ରଶି ଲଗାଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ।

  20. 20.ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଆଉ ୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଘସିପୁରା- ଶମ୍ଭୁନାଥ ରାଉତଭୋଗରାଇ- ଆଶିଷ ପାତ୍ରଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକବରୀ- ଉମେଶ ଜେନାବାରବାଟୀ କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବେଗୁନିଆ- ପ୍ରକାଶ ରଣବିଜୁଳି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.