• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ରେ ଇସଲାମାବାଦର ରାଷ୍ଟ୍ରଦୂତଙ୍କ ‘ବିନାଶକାରୀ ଓ ମାରାତ୍ମକ’ ମନ୍ତବ୍ୟକୁ ସମାଲୋଚନା କରି ଭାରତ କହିଛି ଯେ ପାକିସ୍ତାନର ସବୁ କ୍ଷେତ୍ରରେ ସନ୍ଦେହଜନକ ଟ୍ରାକ୍ ରେକର୍ଡ ରହିଛି।

  2. 2.ଲି‌ଷ୍ଟିଂ ଏବଂ ସଂପୃକ୍ତ ପକ୍ଷ କାରବାର ନିୟମ ଉଲ୍ଲଂଘନ ପାଇଁ ଆଦାନି ଗ୍ରୁପ୍‌ର ୬ଟି କମ୍ପାନିକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି। ସେହି ସଂସ୍ଥାଗୁଡ଼ିକ ହେଉଛି ଆଦାନି ପୋର୍ଟସ୍‌ ଆଣ୍ଡ୍‌ ସ୍ପେସିଆଲ୍‌ ଇକୋ‌ନୋମିକ୍ ଜୋନ୍, ଆଦାନି ପାୱାର, ଆଦାନି ଏନର୍ଜି ସଲ୍ୟୁସନ୍ସ, ଆଦାନି ୱିଲ୍‌ମାର୍‌ ଏବଂ ଆଦାନି ଟୋଟାଲ୍ ଗ୍ୟାସ୍‌।

  3. 3.ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଗତ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ଶତକଡା ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରି ୧,୨୧୮ କୋଟି ଟଙ୍କାର ନିଟ୍ ଲାଭ ସଂଗ୍ରହ କରିଛି।

  4. 4.୨୦୨୪ ମାର୍ଚ୍ଚ ମାସରେ ଖଣିଜ ଉତ୍ପାଦନ ସୂଚକାଙ୍କ ୧୫୬.୧ରେ ପହଂଚିଛି ଯାହା ୨୦୨୩ ମାର୍ଚ୍ଚ ମାସ ତୁଳନାରେ ୧.୨% ବୃଦ୍ଧି ଦର୍ଶାଉଛି।

  5. 5.ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ପଦରୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।

  6. 6.ନିର୍ବାଚନରେ ହାଇପ୍ରୋଫାଇଲ ଆସନଗୁଡ଼ିକରେ ସମାନ ନାମଧାରୀ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଛନ୍ତି।

  7. 7.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ମେ ୭ରେ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

  8. 8.ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଉ ଏକ ଗିରଫ କରିଛି। ଏହି ମାମଲାରେ ଇଡି ଟିମ୍ ଗୋଆରୁ ଆଇନଜୀବୀ ବିନୋଦ ଚୌହାନଙ୍କୁ ଗିରଫ କରିଛି।

  9. 9.ତିହାର ଜେଲ ପରିସରର ସେଣ୍ଟ୍ରାଲ ଜେଲ-୩ ଭିତରେ ଜଣେ କଏଦୀକୁ ହତ୍ୟା କରାଯାଇଛି। ମୃତକର ନାମ ଦୀପକ ବୋଲି ଜଣାପଡ଼ିଛି। ତାକୁ ୨୯ ବର୍ଷ ହୋଇଥିଲା।

  10. 10ଓଡ଼ିଶାରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୧ ଲକ୍ଷ ୭୫ ହଜାର ୮୯୦ ବଢ଼ିଛି। ଫଳରେ ମୋଟ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୩୭ ଲକ୍ଷ ୬ ହଜାର ୩୫କୁ ବୃଦ୍ଧି ପାଇଛି।

  11. 11.କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୂଆଦିଲ୍ଲୀସ୍ଥିତ ଏନଟିପିସି ଲିମିଟେଡର ଜଣେ ବରିଷ୍ଠ ମ୍ୟାନେଜର ବିଜୟ କୁମାରଙ୍କୁ ଲାଞ୍ଚ ନେବା ମାମଲାରେ ଗିରଫ କରିଛି।

  12. 12.ଉତ୍ତରପ୍ରଦେଶର କୈସରଗଞ୍ଜ ନିର୍ବାଚନ ମଣ୍ଡଳୀରୁ ଛଅ ଥର ସାଂସଦ ଥିବା ବ୍ରିଜଭୂଷଣ ଶରଣ ସିଂହଙ୍କ ସ୍ଥାନରେ ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ପ୍ରାର୍ଥୀ କରିବା ପାଇଁ ଭାରତୀୟ ଜନତା ପାର୍ଟିର ନିଷ୍ପତ୍ତିକୁ କୁସ୍ତିଯୋଦ୍ଧାମାନେ ତୀବ୍ର ସମାଲୋଚନା କରିଛନ୍ତି।

  13. 13.ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଠିକ୍ ସମୟରେ ନୋ ଡ୍ୟୁଜ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।

  14. 14.ଘସିପୁରା ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ସୌମ୍ୟ ପଟ୍ଟନାୟକ । ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

  15. 15.ଲୋକସଭା ନିର୍ବାଚନ ୨୦୨୪ର ଚତୁର୍ଥ ପର୍ଯ୍ୟାୟରେ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧ ହଜାର ୭୧୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ

  16. 16.୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି।

  17. 17.ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।

  18. 18.ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ।

  19. 19.କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ସ୍ଥିତ ବିଶ୍ୱବିଦ୍ୟାଳୟ (ୟୁସିଏଲ୍‌ଏ)ପରିସରରେ ପାଲେଷ୍ଟିନୀୟ ସପକ୍ଷବାଦୀ ଆନ୍ଦୋଳନ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲମେଟ ପିନ୍ଧିଥିବା ପୋଲିସ କ୍ୟାମ୍ପସ୍‌ରେ ପ୍ରବେଶ କରି ଫ୍ଲାସ୍‌ ବ୍ୟାଙ୍ଗ ଫାୟାର କରିବା ସହ ଶତାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛନ୍ତି।

  20. 20.ପଞ୍ଜାବର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର ଜୀବିତ। ତାଙ୍କ ମୃତ୍ୟୁ ଖବର ବୁଧବାର ଗଣମାଧ୍ୟମରେ ଆସିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.