-
1.ଉତ୍ତରପ୍ରଦେଶର ମୋଦୀନଗରରେ ଏକ ମସଲା ମିଲ୍ରେ ହଳଦୀଗୁଣ୍ଡ ଓ ଲଙ୍କାଗୁଣ୍ଡରେ ପୋଷାକ ରଙ୍ଗ ମିଶାଯାଉଥିବା ଧରାପଡ଼ିଛି। ମସଲାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏମିତି କରାଯାଉଥିବା କୁହାଯାଉଛି। ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନଙ୍କ କହିବାନୁଯାୟୀ, ଏକାଧିକ ପ୍ୟାକେଟ୍ ସିନ୍ଥେଟିକ ରଙ୍ଗ ଜବତ କରାଯାଇଛି।
-
2.କର୍ଣ୍ଣାଟକ ସରକାର ଫେରାର ଜେଡିଏସ ସାଂସଦ ପ୍ରଜ୍ୱଲ ରେଭାନ୍ନାକୁ ଠାବ କରିବା ପାଇଁ ଅନ୍ୟ ଦେଶର ସହାୟତା ନେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁରୋଧ କରିଛନ୍ତି।
-
3.ଦୁଇ ଦିନ ଧରି ନିଖୋଜ ଥିବା ତାମିଲନାଡୁ କଂଗ୍ରେସ ଜିଲ୍ଲା ସଭାପତି କେପିକେ ଜୟକୁମାରଙ୍କ ମୃତଦେହ ତିରୁନେଲଭେଲିରେ ଉଦ୍ଧାର କରାଯାଇଛି।
-
4.ଜମ୍ମୁର ପୁଞ୍ଚ ଜିଲ୍ଲାରେ ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି । ଏହି ଆକ୍ରମଣରେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।
-
5.୨୩ଟି ଦେଶର ବିଭିନ୍ନ ଇଏମବି ଏବଂ ନିର୍ବାଚନ ସଂଗଠନର ପ୍ରତିନିଧିତ୍ୱ କରୁଥିବା ୭୫ ଜଣ ପ୍ରତିନିଧି ବିଶ୍ୱର ସର୍ବବୃହତ ନିର୍ବାଚନୀ କାର୍ଯ୍ୟକ୍ରମ ଭାରତୀୟ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିବେ। ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ଇଲେକ୍ଟୋରାଲ ସିଷ୍ଟମ (ଆଇଏଫଇଏସ)ର ସଦସ୍ୟ ଏବଂ ଭୁଟାନ ଏବଂ ଇସ୍ରାଏଲର ଗଣମାଧ୍ୟମ ଦଳ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ।
-
6.ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ କୋଲକାତା ପୁଲିସ ବର୍ତ୍ତମାନ ଏକ ତଦନ୍ତ ଟିମ ଗଠନ କରିଛି। ଶନିବାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ସାକ୍ଷୀଙ୍କୁ ପଚରାଉଚୁରା କରାଯିବ |
-
7.ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି।
-
8.ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦ ତାରିଖରେ ସେ ଓଡ଼ିଶା ଆସିବେ।
-
9.ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା ହରାଇ ନାହାନ୍ତି ନିମାପଡ଼ା ବିଧାୟକ ସମୀର ଦାଶଙ୍କ ସମର୍ଥକ। ଶନିବାର ସମୀର ପୁଣି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମାବେଶରେ ବିଜେଡିର ଶତାଧିକ ସମର୍ଥକ ସାମିଲ ହୋଇଥିଲେ।
-
10.ଚଳିତ ନିର୍ବାଚରେ ମଧ୍ୟ ଜଣେ ମହିଳା ରାଜ୍ୟର ସବୁଠାରୁ ଗରିବ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଯାହାଙ୍କ ପାଖରେ ମାତ୍ର ୨୦ହଜାର ଟଙ୍କା ରହିଛି। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ମଧ୍ୟ ସତ। ସେ ହେଉଛନ୍ତି କୋରାପୁଟର SUCI ପ୍ରାର୍ଥୀ ପ୍ରମିଳା ପୂଜାରୀ।
-
11.କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍ ବିଧାୟକ ଏଚ୍.ଡି. ରେଭନ୍ନାଙ୍କୁ ଏସ୍ଆଇଟି ଶନିବାର ଗିରଫ କରିଛି।
-
12.ବିଶେଷକରି ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସାମାଜିକ କର୍ମୀ ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଛି।
-
13.ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦାକୁ ବିନା ନେଟ୍ୱର୍କ ସମସ୍ୟାରେ ସଫଳତାର ସହ ପୂରଣ କରିଛି।
-
14.ରାଜ୍ୟରେ ତ୍ୱରୀତ ଶିଳ୍ପାୟନ ଦିଗରେ ରହିଥିବା ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଆଜି ଇସ୍ପାତ ଉତ୍ପାଦନରେ ଓଡ଼ିଶାକୁ ୧ ନମ୍ବର ସ୍ଥାନରେ ପହଞ୍ଚାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୬ ନିୟୁତ ଟନ୍ ଷ୍ଟିଲ୍ ଉତ୍ପାଦନ ହୋଇଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧୧% ଅଧିକ।
-
15.ପ୍ରଥମଥର ନିମନ୍ତେ କଟକ ବଡ଼ ମେଡିକାଲରେ ଯକୃତ ପ୍ରତିରୋପଣ ସଫଳ ହୋଇଛି। ମାସେ ପୂର୍ବେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ଯକୃତ ଗ୍ରହଣ କରିଥିବା ବ୍ୟକ୍ତି ଓ ଯକୃତଦାତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେଲାଣି। ଉଭୟଙ୍କୁ ଶନିବାର ଡିସଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ଜଣାଇଛନ୍ତି।
-
16.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତପକ୍ଷ (ଟ୍ରାଇ) ସାରା ଦେଶରେ ଟେଲିକମ୍ କମ୍ପାନୀଗୁଡ଼ିକୁ କଲିଂ ନେମ୍ ଉପସ୍ଥାପନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ପରେ ଯଦି ଜଣେ ଅଜ୍ଞାତ ବ୍ୟକ୍ତି ଆପଣଙ୍କ ଫୋନକୁ କଲ୍ କରନ୍ତି, ତେବେ ଆପଣଙ୍କ ଫୋନ୍ର ସ୍କ୍ରିନରେ ତାଙ୍କ ନାମ ଦୃଶ୍ୟମାନ ହେବ।
-
17.ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜ୍ଞାନକୌଶଳ ଅଣାଯାଇ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଗାଡ଼ି ଚଳାଚଳ ଓ ଟ୍ରାଫିକ୍ ପରିଚାଳନାକୁ ସୁଗମ ଓ ସୁବ୍ୟବସ୍ଥିତ କରିବା ଲାଗି ବଡି କ୍ୟାମେରା ଅଣାଯାଇଛି।
-
18.ହିନ୍ଦୁ ବିବାହ ଏକ ସଂସ୍କାର। ଏହା ଏକ ଧାର୍ମିକ ଉତ୍ସବ ମଧ୍ୟ। ରୀତିନୀତି ଏବଂ ପରମ୍ପରା ପାଳନ ନ କଲେ ପଞ୍ଜିକରଣ ହୋଇଥିଲେ ବି ବିବାହକୁ ବୈଧ କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
-
19.ଇପିଏଲର ୫୨ ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଗୁଜୁରାଟ ଟାଇଟନ୍ସ(ଜିଟି)କୁ ୪ ୱିକେଟରେ ପରାଜିତ କରିଛି। ଧାର୍ଯ୍ୟ ୨୪୮ ରନ୍ର ପିଛା କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୩.୪ ଓଭରରେ ୬ ୱିକେଟ ହରାଇ ୧୫୨ ରନ୍ କରିଥିଲା।
-
20.ଚନ୍ଦ୍ରପୃଷ୍ଠରେ ଥିବା ଗର୍ତ୍ତରେ ବରଫ ରହିଛି। ଏହା ଜଳରୁ ଜମି ସୃଷ୍ଟି ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଦାବି କରାଯାଇଛି। ସ୍ପେସ ଆପ୍ଲିକେସନ ସେଣ୍ଟର (ଏସଏସି)/ଇସ୍ରୋର ବୈଜ୍ଞାନିକଙ୍କ ଦ୍ବାରା ଆଇଆଇଟି କାନପୁର, ଦକ୍ଷିଣ କାଲିଫର୍ଣ୍ଣିୟା ୟୁନିଭର୍ସିଟି, ଜେଟ୍ ପ୍ରପଲସନ ଲ୍ୟାବ ଏବଂ ଆଇଆଇଟି ଧାନବାଦର ଗବେଷକଙ୍କ ସହାୟତାରେ ଏହି ଅଧ୍ୟୟନ କରାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.